IND vs NZ: ପଡ଼ିଆରେ ଏମିତି କାମ କରିଦେଲେ ବିରାଟ କୋହଲି, ମୁଣ୍ଡରେ ହାତ ଦେଇଦେଲେ ଅନୁଷ୍କା

ଦୁବାଇ,୩।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ବିରାଟ କୋହଲି ୧୧ ରନ କରି ଆଉଟ ହୋଇଥିଲେ। ଏହା କୋହଲିଙ୍କ ୩୦୦ତମ ଦିନିକିଆ ମ୍ୟାଚ ଥିଲା ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହାକୁ ଦେଖିବା ପାଇଁ ଷ୍ଟାଡିୟମକୁ ଆସିଥିଲେ। କୋହଲିଙ୍କ ଭାଗ୍ୟ ଖରାପ ଥିଲା, ଜୋ ଫିଲିପ୍ସ ଏକ କଷ୍ଟକର କ୍ୟାଚ ଧରି ତାଙ୍କୁ ୧୧ ରନ ସ୍କୋରରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ତାଙ୍କ ଆଉଟ ପରେ ଅନୁଷ୍କା ଶର୍ମା […] The post IND vs NZ: ପଡ଼ିଆରେ ଏମିତି କାମ କରିଦେଲେ ବିରାଟ କୋହଲି, ମୁଣ୍ଡରେ ହାତ ଦେଇଦେଲେ ଅନୁଷ୍କା appeared first on Dharitri Odia News.

IND vs NZ: ପଡ଼ିଆରେ ଏମିତି କାମ କରିଦେଲେ ବିରାଟ କୋହଲି, ମୁଣ୍ଡରେ ହାତ ଦେଇଦେଲେ ଅନୁଷ୍କା

ଦୁବାଇ,୩।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ବିରାଟ କୋହଲି ୧୧ ରନ କରି ଆଉଟ ହୋଇଥିଲେ। ଏହା କୋହଲିଙ୍କ ୩୦୦ତମ ଦିନିକିଆ ମ୍ୟାଚ ଥିଲା ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହାକୁ ଦେଖିବା ପାଇଁ ଷ୍ଟାଡିୟମକୁ ଆସିଥିଲେ। କୋହଲିଙ୍କ ଭାଗ୍ୟ ଖରାପ ଥିଲା, ଜୋ ଫିଲିପ୍ସ ଏକ କଷ୍ଟକର କ୍ୟାଚ ଧରି ତାଙ୍କୁ ୧୧ ରନ ସ୍କୋରରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ତାଙ୍କ ଆଉଟ ପରେ ଅନୁଷ୍କା ଶର୍ମା ମଧ୍ୟ ନିରାଶ ହୋଇଥିଲେ।

ରୋହିତ ଶର୍ମା (୧୫) ଏବଂ ଶୁବମନ ଗିଲ (୨)ଙ୍କ ରୂପରେ ପ୍ରାରମ୍ଭିକ ଉଇକେଟ ହରାଇବା ପରେ କୋହଲିଙ୍କ ଉପରେ ଚାପ ଏବଂ ଦାୟିତ୍ୱ ଆହୁରି ବଢ଼ିଗଲା। ତଥାପି, ସେ ମଧ୍ୟ ଶସ୍ତାରେ ଆଉଟ ହୋଇଗଲେ। ୭ମ ଓଭରର ଚତୁର୍ଥ ବଲ୍‌ରେ, କୋହଲି ଅଫ ସାଇଡ୍‌ରେ ଏକ ସଟ ଖେଳିଲେ। ପଏଣ୍ଟରେ ଠିଆ ହୋଇଥିବା ଗ୍ଲେନ ଫିଲିପ୍ସ ଆକାଶରେ ଡେଇଁ ଏକ ଚମତ୍କାର କ୍ୟାଚ ନେଇଥିଲେ। କୋହଲି ଆଉଟ ହେବା ପରେ ସମସ୍ତ ଭାରତୀୟ ପ୍ରଶଂସକ ନିରାଶ ହୋଇଥିଲେ। ଷ୍ଟାଣ୍ଡରେ ବସିଥିବା ତାଙ୍କ ଅନୁଷ୍କା ମଧ୍ୟ ତାଙ୍କ ମୁଣ୍ଡ ହାତ ଦେଇଥିଲେ। ସେ କୋହଲିଙ୍କ ଆଉଟ୍‌କୁ ସହଜରେ ବିାବାଶ କରିପାରି ନ ଥିଲେ।

ଏହା ବିରାଟ କୋହଲିଙ୍କ ୩୦୦ତମ ଦିନିକିଆ। ଏହି ସଂଖ୍ୟା ଛୁଇଁବାରେ ସେ ଭାରତର ୭ମ ଖେଳାଳି। ସଚିନ ତେନ୍ଦୁଲକର ଭାରତ ପାଇଁ ସର୍ବାଧିକ ଦିନିକିଆ ଖେଳିଥିବା ଖେଳାଳି, ସେ ତାଙ୍କ କ୍ୟାରିୟରରେ ୪୬୩ ଦିନିକିଆ ଖେଳିଛନ୍ତି। ତାଲିକାରେ ଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ଏମଏସ ଧୋନୀ (୩୫୦), ରାହୁଲ ଦ୍ରାବିଡ (୩୪୪), ମହମ୍ମଦ ଆଝାରୁଦ୍ଦିନ (୩୩୪), ସୌରଭ ଗାଙ୍ଗୁଲି (୩୧୧) ଏବଂ ଯୁବରାଜ ସିଂହ (୩୦୪)।

The post IND vs NZ: ପଡ଼ିଆରେ ଏମିତି କାମ କରିଦେଲେ ବିରାଟ କୋହଲି, ମୁଣ୍ଡରେ ହାତ ଦେଇଦେଲେ ଅନୁଷ୍କା appeared first on Dharitri Odia News.