ବିହାରରେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହେବେ ନାହିଁ ଇଣ୍ଡିଆ ସହଯୋଗୀ ନୀତିଶ କୁମାର
ନୂଆଦିଲ୍ଲୀ,୨୫।୧: ସବୁକିଛ ଠିକ ଚାଲୁନାହିଁ ଇଣ୍ଡିଆ ମେଣ୍ଟରେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ପଞ୍ଜାବର ଭଗବନ୍ତ ମନ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ବିହାରରୁ ଏହି ସଙ୍କେତ ଆସୁଥିବା ଜଣାପଡୁଛି। ସୂଚନାନୁସାରେ, ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିବେ ନାହିଁ। ଇଣ୍ଡିଆ ସହ ଜଡିତ ସମସ୍ତ ଦଳଙ୍କୁ ଭାରତ ଯୋଡା ନ୍ୟାୟ ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ନୀତୀଶ କୁମାର ଏଥିରୁ କିଛି […] The post ବିହାରରେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହେବେ ନାହିଁ ଇଣ୍ଡିଆ ସହଯୋଗୀ ନୀତିଶ କୁମାର appeared first on Dharitri Odia News.
ନୂଆଦିଲ୍ଲୀ,୨୫।୧: ସବୁକିଛ ଠିକ ଚାଲୁନାହିଁ ଇଣ୍ଡିଆ ମେଣ୍ଟରେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ପଞ୍ଜାବର ଭଗବନ୍ତ ମନ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ବିହାରରୁ ଏହି ସଙ୍କେତ ଆସୁଥିବା ଜଣାପଡୁଛି। ସୂଚନାନୁସାରେ, ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିବେ ନାହିଁ। ଇଣ୍ଡିଆ ସହ ଜଡିତ ସମସ୍ତ ଦଳଙ୍କୁ ଭାରତ ଯୋଡା ନ୍ୟାୟ ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ନୀତୀଶ କୁମାର ଏଥିରୁ କିଛି ଦୂରରେ ରହିବେ ବୋଲି ଖବର ଆସୁଛି।
ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। କଂଗ୍ରେସ ସହିତ ତାଙ୍କ ଦଳର କୌଣସି ସମ୍ପର୍କ ନାହିଁ ବୋଲି ମମତା ସ୍ପଷ୍ଟ କରିଛନ୍ତି। ମମତା ବାନାର୍ଜୀ ବୁଧବାର ଦିନ ଘୋଷଣା କରିଛନ୍ତି ଯେ ତୃଣମୂଳ କଂଗ୍ରେସ ନିଜେ ବଙ୍ଗଳାର 42 ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବ। ନିର୍ବାଚନ ଫଳାଫଳ ବାହାରିବା ପରେ ହିଁ କଂଗ୍ରେସ ସହ ଏକ ମେଣ୍ଟ ବିଷୟରେ ବିଚାର କରିବ।
ତେବେ ଉଭୟ ଦଳ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଗତ କିଛି ଦିନ ହେବ ଟିଏମସି ଏବଂ କଂଗ୍ରେସ ମଧ୍ୟରେ ଇଣ୍ଡିଆକୁ ନେଇ ବଙ୍ଗଳାରେ ବିବାଦ ଲାଗି ରହିଥିଲା। ଏପରିକି ରାଜ୍ୟ କଂଗ୍ରେସ ନେତାଙ୍କୁ ମାଢ଼ ଏହି ନିଷ୍ପତ୍ତି ପସନ୍ଦ ଆସୁ ନଥିଲା। ତେଣୁକରି ଏବେ କଂଗ୍ରେସ ସହ କୌଣସି ସମ୍ପର୍କ ନାହିଁ ବୋଲି ମମତା କହିଛନ୍ତି।
The post ବିହାରରେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହେବେ ନାହିଁ ଇଣ୍ଡିଆ ସହଯୋଗୀ ନୀତିଶ କୁମାର appeared first on Dharitri Odia News.