ମୁସଲମାନ ପକ୍ଷକୁ ବଡ଼ ଝଟ୍କା: ଜ୍ଞାନବ୍ୟାପିରେ ପୂଜା ଜାରି ରଖିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ
ଲକ୍ଷ୍ନୌ,୨୬।୨: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବ୍ୟାପି ପରିସରରେ ବ୍ୟାସ ଜୀଙ୍କର ତେହଖାନାରେ ପୂଜା ହେବ କି ନାହିଁ ସେନେଇ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଏଠାରେ ପୂଜା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଏକକ ବେଞ୍ଚରୁ ଏହି ନିଷ୍ପତ୍ତି ନିଆଯାଇଛି। ମୁସଲମାନ ପକ୍ଷ ଅର୍ଥାତ୍ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ଜିଲା ଜଜ ବାରାଣସୀ ପୂଜା ଆରମ୍ଭ କରିବା ଆଦେଶକୁ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଜାନୁୟାରୀ ୩୧ରେ […] The post ମୁସଲମାନ ପକ୍ଷକୁ ବଡ଼ ଝଟ୍କା: ଜ୍ଞାନବ୍ୟାପିରେ ପୂଜା ଜାରି ରଖିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ appeared first on Dharitri Odia News.
ଲକ୍ଷ୍ନୌ,୨୬।୨: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବ୍ୟାପି ପରିସରରେ ବ୍ୟାସ ଜୀଙ୍କର ତେହଖାନାରେ ପୂଜା ହେବ କି ନାହିଁ ସେନେଇ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଏଠାରେ ପୂଜା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଏକକ ବେଞ୍ଚରୁ ଏହି ନିଷ୍ପତ୍ତି ନିଆଯାଇଛି। ମୁସଲମାନ ପକ୍ଷ ଅର୍ଥାତ୍ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ଜିଲା ଜଜ ବାରାଣସୀ ପୂଜା ଆରମ୍ଭ କରିବା ଆଦେଶକୁ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।
ଜାନୁୟାରୀ ୩୧ରେ ପୂଜା ଆରମ୍ଭ କରିବାକୁ ବାରାଣାସୀ ଜିଲା ଜଜଙ୍କ ନିର୍ଦ୍ଦେଶକୁ କୋର୍ଟ ସମର୍ଥନ କରିଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ଯୋଗୁ ବ୍ୟାସ ତେହଖାନାରେ ପୂଜା ଜାରି ରହିବ। କୋର୍ଟ ପୂଜାପାଠ ଉପରେ ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ଏହି ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିବାରୁ ମୁସଲମାନ ଦଳକୁ ଝଟ୍କା ଲାଗିଛି।
ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ବିତର୍କ ପରେ ଫେବୃଆରୀ ୧୫ରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ବରିଷ୍ଠ ସୁପ୍ରିମକୋର୍ଟର ଓକିଲ ସିଏସ ବୈଦ୍ୟନାଥନ ଏବଂ ବିଷ୍ଣୁ ଶଙ୍କର ଜୈନ ହିନ୍ଦୁ ପକ୍ଷରୁ ଯୁକ୍ତି ବାଢିଥିଲେ।
The post ମୁସଲମାନ ପକ୍ଷକୁ ବଡ଼ ଝଟ୍କା: ଜ୍ଞାନବ୍ୟାପିରେ ପୂଜା ଜାରି ରଖିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ appeared first on Dharitri Odia News.