ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ ବହୁ ନେତା ଆଶା ଆଶଙ୍କାରେ ଥିଲେ। ଶେଷରେ ଆଜି ଭାଜପା ତାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିବା ପରେ ଚିତ୍ର ସ୍ପଷ୍ଟ ହୋଇଛି । ଏଥର ୧୯ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ଭାଜପା ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକା ମଧ୍ୟରେ […] The post ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା appeared first on Dharitri Odia News.

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ ବହୁ ନେତା ଆଶା ଆଶଙ୍କାରେ ଥିଲେ। ଶେଷରେ ଆଜି ଭାଜପା ତାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିବା ପରେ ଚିତ୍ର ସ୍ପଷ୍ଟ ହୋଇଛି । ଏଥର ୧୯ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ ।

ଭାଜପା ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକା ମଧ୍ୟରେ ୧୬ଜଣ ନୂଆ ଚେହେରା ରହିଛନ୍ତି । ସେ ମଧ୍ୟରୁ ୩ଜଣଙ୍କୁ ରିପିଟ କରିଛି ଦଳ । ବଡ କଥା ହେଉଛି, ରାଉରକେଲା ବିଧାନସଭା ଆସନରୁ ହେଭିୱେଟ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିଛି ଭାଜପା । ଦିଲ୍ଳୀପଙ୍କୁ ଟିକେଟ ମିଳିବା ପରେ ତାଙ୍କ ସମର୍ଥକମାନେ ରାଉରକେଲାରେ ଖୁସି ମନାଇଛନ୍ତି । ରାଉରକେଲାରେ ମନ୍ତ୍ରୀ ସାରଦା ନାୟକ ବିଜେଡିର ପ୍ରାର୍ଥୀ ହୋଇଥିବାରୁ, ଏଥର ବଡ ଲଢେଇ ହୋଇପାରେ ବୋଲି କୁହାଯାଉଛି । ଏଥିସହ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା କୈଳାସ କୁଲେସିକାଙ୍କ ସମେତ ୫ଜଣଙ୍କୁ ପ୍ରାର୍ଥୀ କରିଛି ଦଳ ।

ସେହିପରି ପ୍ରଥମ ପର୍ଯ୍ୟାୟରେ ଦେଇଥିବା ୧୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଆସନରେ ପ୍ରାର୍ଥୀ ବଦଳା ଯାଇଛି । କୋରାପୁଟ ପଟ୍ଟାଙ୍ଗି ଆସନରେ ଚୈତନ ହନ୍ତାଳକୁ ବଦଳାଇ ଚୈତନ୍ୟ ନାନ୍ଦବାଲି ଓ ନୟାଗଡ ରଣପୁର ଆସନରେ ତାପସ ମାର୍ଥାଙ୍କ ବଦଳରେ ସୁରମା ପାଢୀଙ୍କୁ ଦଳ ଟିକେଟ ଦେଇଛି । ଦୁଇଟି ପର୍ଯ୍ୟାୟରେ ମୋଟ ୧୩୧ ପ୍ରାର୍ଥୀ ଘୋଷଣା କରିବା ପରେ ବି ୧୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିନି ଭାଜପା।

The post ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା appeared first on Dharitri Odia News.