ନବୀନଙ୍କୁ ଅମରଙ୍କ ଟାର୍ଗେଟ୍; କହିଲେ, ବିଜୟର ଶ୍ରେୟ ନେଉଥିଲ, ପରାଜୟର ଦାୟିତ୍ୱ ବି ନିଅ

ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି, ପାଣ୍ଡିଆନଙ୍କୁ ଆମେ ନେତା କରିନଥିଲୁ। ଆମେ ନବୀନ ବାବୁ ଙ୍କୁ ହିଁ ନେତା ବାଛିଥିଲୁ।

ନବୀନଙ୍କୁ ଅମରଙ୍କ ଟାର୍ଗେଟ୍; କହିଲେ, ବିଜୟର ଶ୍ରେୟ ନେଉଥିଲ, ପରାଜୟର ଦାୟିତ୍ୱ ବି ନିଅ

ବିଜୟର ଶ୍ରେୟ ନେଉଥିଲ, ପରାଜୟର ଦାୟିତ୍ବ ବି ନିଅନ୍ତୁ । ଏଭଳି ଢଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ।ସେ କହିଛନ୍ତି ଆମେ ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲୁ। ଆଶା କରିଥିଲୁ ସବୁ ଦାୟିତ୍ୱ ସେ ନେବେ ।

ବିଜୟର ଶ୍ରେୟ ଯେମିତି ନେଉଥିଲେ ପରାଜୟର ବି ଦାୟିତ୍ୱ ନବୀନ ପଟ୍ଟନାୟକ ନେବା ଆବଶ୍ୟକ। ସମୀକ୍ଷା କରି ଠିକଣା ବାଟରେ ଦଳକୁ ଚଲଇଲେ ହିଁ ଦଳ ଚାଲିବ ବୋଲି କହିଛନ୍ତି ଅମର ଶତପଥୀ। ସେହିପରି ପାଣ୍ଡିଆନଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ଅମର କହିଛନ୍ତି, ପାଣ୍ଡିଆନଙ୍କୁ ଆମେ ନେତା କରିନଥିଲୁ। ଆମେ ନବୀନ ବାବୁ ଙ୍କୁ ହିଁ ନେତା ବାଛିଥିଲୁ। ସେ ଜବାବ ଦେବା ଦରକାର, କାହିଁକି ଆଜି ଏହି ପରିସ୍ଥିତି ହେଲା।

ସେପଟେ ଅମର ଶତପଥୀଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି ବରିଷ୍ଠ ନେତା ଅମର ଶତପଥୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ । ଜଣେ ଅନୁଭବି ନେତା ଭାବେ ତାଙ୍କର ମତାମତ ସେ ରଖିଛନ୍ତି। କିନ୍ତୁ ସଭାପତି ଜିଲ୍ଲା ୱାରି ସମୀକ୍ଷା କରିଛନ୍ତି ।ବିଭିନ୍ନ ନେତା ମାନଙ୍କୁ ନେଇ କମିଟି ଗଠନ କରାଯାଇ ବୈଠକ ମଧ୍ୟ ହେଉଛି ବୋଲି କହିଛନ୍ତି ସମ୍ବିତ ।