ନେହେରୁ ଆମକୁ ରାଜନୀତି ଶିଖାଇନାହାନ୍ତି: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୯।୪: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଡକାଷ୍ଟର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅନେକ ଗୁମର ଖୋଲିଛନ୍ତି। ସେ ତାଙ୍କ ପରିବାରର ଐତିହ୍ୟ ଏବଂ ବିଚାରଧାରା ବିଷୟରେ ବିସ୍ତାରିତ ଭାବରେ ବୁଝାଇଥିଲେ। ରାହୁଲ ଗାନ୍ଧୀ କହିଛନ୍ତି, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମୋତେ ରାଜନୀତି ନୁହେଁ, ବରଂ ଭୟର ସାମ୍ନା କରି ସତ୍ୟ ସହିତ ଠିଆ ହେବା ଶିଖାଇଥିଲେ। ‘ସତ୍ୟର ସନ୍ଧାନ’ ହେଉଛି ସବୁଠାରୁ […] The post ନେହେରୁ ଆମକୁ ରାଜନୀତି ଶିଖାଇନାହାନ୍ତି: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୪: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଡକାଷ୍ଟର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅନେକ ଗୁମର ଖୋଲିଛନ୍ତି। ସେ ତାଙ୍କ ପରିବାରର ଐତିହ୍ୟ ଏବଂ ବିଚାରଧାରା ବିଷୟରେ ବିସ୍ତାରିତ ଭାବରେ ବୁଝାଇଥିଲେ।
ରାହୁଲ ଗାନ୍ଧୀ କହିଛନ୍ତି, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମୋତେ ରାଜନୀତି ନୁହେଁ, ବରଂ ଭୟର ସାମ୍ନା କରି ସତ୍ୟ ସହିତ ଠିଆ ହେବା ଶିଖାଇଥିଲେ। ‘ସତ୍ୟର ସନ୍ଧାନ’ ହେଉଛି ସବୁଠାରୁ ବଡ଼ ଐତିହ୍ୟ। ଏହି ଚିନ୍ତାଧାରା ଆମ ସମଗ୍ର ପରିବାରରେ ରହିଛି। ମୋତିଲାଲ ନେହେରୁ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ସମସ୍ତେ ରାଜନୀତିକୁ କେବଳ ପଦ କିମ୍ବା ଲୋକପ୍ରିୟତା ହାସଲ କରିବାର ଏକ ମାଧ୍ୟମ ନୁହେଁ, ବରଂ ସତ୍ୟର ସନ୍ଧାନ ଭାବରେ ଦେଖୁଥିଲେ।
କଂଗ୍ରେସ ନେତା କହିଛନ୍ତି, ମୋ ଜେଜେମା ଇନ୍ଦିରା ଗାନ୍ଧୀ କେବେ ନିଜକୁ କେବଳ ଜଣେ ରାଜନେତା ବୋଲି ଭାବନ୍ତି ନାହିଁ। ସେ କେବଳ ସମ୍ପୂର୍ଣ୍ଣ ସତ୍ୟ ସହିତ ତାଙ୍କ ଜୀବନ ବଞ୍ଚିଥିଲେ। ମୁଁ ମଧ୍ୟ ନିଜକୁ ଜଣେ ରାଜନେତା ବୋଲି ଭାବେ ନାହିଁ, ମୁଁ ସତ୍ୟର ସନ୍ଧାନରେ ଥିବା ଜଣେ ନେହେରୁ, ଇନ୍ଦିରା ଏବଂ ରାଜୀବ ଗାନ୍ଧୀ କେବଳ ଯାହା ଠିକ ମନେ କରୁଥିଲେ ତାହା କରୁଥିଲେ। ୨୦-୩୦ ବର୍ଷ ପରେ ଲୋକମାନେ କ’ଣ କହିବେ ତାହା ଦ୍ୱାରା ସେମାନେ ପ୍ରେରିତ ନ ଥିଲେ।
ରାହୁଲ ଗାନ୍ଧୀ ମଧ୍ୟ ସ୍ବୀକାର କରିଛନ୍ତି, ଆଜିର ସମୟରେ ସତ୍ୟ କହିବା ସହଜ ନୁହେଁ। ଆଜିକାଲି ଲୋକମାନେ ସତ୍ୟ ଶୁଣିବାକୁ ଚାହାଁନ୍ତି ନାହିଁ। ରାଜନୀତିରେ ଲୋକମାନେ ଯାହା ଶୁଣିବାକୁ ଚାହାଁନ୍ତି ତାହା କହିବା ସହଜ, କିନ୍ତୁ ମୋର ବିବେକ ମୋତେ ଏହା କରିବାକୁ ଅନୁମତି ଦିଏ ନାହିଁ। ମୁଁ ମିଛ କହିପାରିବି ନାହିଁ, ଏହା ମୋତେ କ୍ଷତି ପହଞ୍ଚାଏ। ମହାତ୍ମା ଗାନ୍ଧୀ ଏବଂ ନେହେରୁଙ୍କ ଚିନ୍ତାଧାରାକୁ ତୁଳନା କରି ସେ କହିଥିଲେ, ଗାନ୍ଧୀଜୀ ନିଜ ଭିତରେ ଦେଖୁଥିଲେ ଏବଂ ନେହେରୁଜୀ ବିଶ୍ୱ ଏବଂ ଭବିଷ୍ୟତକୁ ବୁଝିବାକୁ ଚାହୁଁଥିଲେ। ଉଭୟଙ୍କ ଗଭୀରତା ଥିଲା କିନ୍ତୁ ସେମାନଙ୍କର ଚିନ୍ତାଧାରା ଭିନ୍ନ ଥିଲା।
Nehru didn’t teach us politics – he taught us to confront fear and stand for the truth. He gave Indians the courage to resist oppression and ultimately claim freedom.
His greatest legacy lies in his relentless pursuit of truth – a principle that shaped everything he stood for. pic.twitter.com/chnckg02DB
— Rahul Gandhi (@RahulGandhi) April 19, 2025
The post ନେହେରୁ ଆମକୁ ରାଜନୀତି ଶିଖାଇନାହାନ୍ତି: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ appeared first on Dharitri Odia News.