କଂଗ୍ରେସକୁ ଜୋରଦାର୍ ଝଟ୍କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ପୁଣେ,୨୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଶୁକ୍ରବାର ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ଅଜିତ ପାୱାର ଏନସିପି ଦଳରେ ଯୋଗଦେବା ମାତ୍ରେ ଦଳ ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ। ଏଥର ମଧ୍ୟ ସେ ତାଙ୍କ ପୁରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ବାନ୍ଦ୍ରା ଇଷ୍ଟରୁ ନିର୍ବାଚନ ଲଢିବେ। ଜିଶାନ ଏବେ […] The post କଂଗ୍ରେସକୁ ଜୋରଦାର୍ ଝଟ୍କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ appeared first on Dharitri Odia News.
ପୁଣେ,୨୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଶୁକ୍ରବାର ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ଅଜିତ ପାୱାର ଏନସିପି ଦଳରେ ଯୋଗଦେବା ମାତ୍ରେ ଦଳ ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ। ଏଥର ମଧ୍ୟ ସେ ତାଙ୍କ ପୁରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ବାନ୍ଦ୍ରା ଇଷ୍ଟରୁ ନିର୍ବାଚନ ଲଢିବେ। ଜିଶାନ ଏବେ କଂଗ୍ରେସ ବିଧାୟକ ରହିଛନ୍ତି। କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା।
ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନଙ୍କ ସହ ଏନସିପି ଅଜିତ ପାୱାର ଦଳରେ ଆଉ ଚାରିଜଣ ନେତା ଯୋଗ ଦେଇଛନ୍ତି। ଏହି ନେତାଙ୍କ ମଧ୍ୟରେ ତସଗାଓଁ କଭାଥେରୁ ସଞ୍ଜୟ କାକା ପାଟିଲ, ୱାରୁଦ ମୁର୍ସିରୁ ଦେବେନ୍ଦ୍ର ଭୁୟାର, ଇସଲାମପୁରର ନିଶିକାନ୍ତ ପାଟିଲ ଏବଂ ପୂର୍ବତନ ଭାଜପା ଏମ୍ପି ତଥା ଲୋହା କାନ୍ଦାହାରର ପ୍ରତାପ ଚିଖଲିକର ଅଛନ୍ତି।
ଅଜିତ ପାୱାର ଦଳରେ ଯୋଗଦେବା ପରେ ଜିଶାନ କହିଛନ୍ତି, ଏନସିପି ସହ କାମ କରିବା କିଛି ନୂଆ କଥା ନୁହେଁ। ପୂର୍ବ ନିର୍ବାଚନରେ ଆମେ ଏନସିପି ସହିତ କାମ କରିଥିଲୁ। ବର୍ତ୍ତମାନ ଏପ୍ସିପିରେ କାମ କରବାକୁ ଆହୁରି ଇଚ୍ଛୁକ।
The post କଂଗ୍ରେସକୁ ଜୋରଦାର୍ ଝଟ୍କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ appeared first on Dharitri Odia News.