‘ଏକ ଦେଶ, ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର

ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ସ୍ଥାନୀୟ ସେଣ୍ଟର ଫର୍‌ କଲ୍‌ଚର କଲ୍ୟାଣ ମଣ୍ଡପଠାରେ ‘ଏକ ଦେଶ… ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାଜପା ଜିଲା ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଭାଜପା ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା, ଭାଜପା ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନ୍‌ଗୋ, ଭାଜପା ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ, ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଆଇନଜୀବୀ ମନୋଜ କୁମାର ପାଢୀ ଯୋଗଦେଇ […] The post ‘ଏକ ଦେଶ, ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର appeared first on Dharitri Odia News.

‘ଏକ ଦେଶ, ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର

ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ସ୍ଥାନୀୟ ସେଣ୍ଟର ଫର୍‌ କଲ୍‌ଚର କଲ୍ୟାଣ ମଣ୍ଡପଠାରେ ‘ଏକ ଦେଶ… ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାଜପା ଜିଲା ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଭାଜପା ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା, ଭାଜପା ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନ୍‌ଗୋ, ଭାଜପା ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ, ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଆଇନଜୀବୀ ମନୋଜ କୁମାର ପାଢୀ ଯୋଗଦେଇ ଆଲୋଚ୍ୟ ବିଷୟରେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ୱର ଶତପଥି, ଶୁଶୀଳ କୁମାର କପରଦାର, ତିଲେଇବଣି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଭୂତି ଗଙ୍ଗଦେବ, ନିରଞ୍ଜନ ଦ୍ୱିବେଦୀ, ସୁଧୀର କୁମାର କପରଦାର, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ଫକୀର ମୋହନ ଦେହୁରୀ, ପ୍ରଭାସ ଚନ୍ଦ୍ର ମିଶ୍ର, ରୋହିତ ଗଙ୍ଗଦେବ, ସଚ୍ଚିକାନ୍ତ ଦାଶ, ସୁଧୀର କୁମାର ବ୍ରହ୍ମାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ସାହିତି୍ୟକ, ଖବରଦାତା ଓ ଜନସାଧାରଣ ଯୋଗଦେଇଥିଲେ।

The post ‘ଏକ ଦେଶ, ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର appeared first on Dharitri Odia News.