ନବୀନ ନିବାସରେ ବସିଲା ବୈଠକ, ବଢୁଛି ଲୋକଙ୍କ ଉତ୍କଣ୍ଠା

ଭୁବନେଶ୍ୱର,୨୦ା୩: ନବୀନ ନିବାସରେ ବୁଧବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ବୈଠକ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବରଙ୍ଗପୁର ଏମ୍‌ପି ରମେଶ ମାଝି, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ପ୍ରଦୀପ ମାଝି, ସଂଗଠନ ସମ୍ପାଦକ […] The post ନବୀନ ନିବାସରେ ବସିଲା ବୈଠକ, ବଢୁଛି ଲୋକଙ୍କ ଉତ୍କଣ୍ଠା appeared first on Dharitri Odia News.

ନବୀନ ନିବାସରେ ବସିଲା ବୈଠକ, ବଢୁଛି ଲୋକଙ୍କ ଉତ୍କଣ୍ଠା

ଭୁବନେଶ୍ୱର,୨୦ା୩: ନବୀନ ନିବାସରେ ବୁଧବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ବୈଠକ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବରଙ୍ଗପୁର ଏମ୍‌ପି ରମେଶ ମାଝି, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ପ୍ରଦୀପ ମାଝି, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ଉମଟକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ବିଜେଡି ନେତା ମାନସ ମାଡକାମୀ, ଚନ୍ଦ୍ରଶେଖର ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହିତ ଆଜି କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ମଧ୍ୟ ନବୀନ ନିବାସରେ ବୈଠକ ବସିଥିଲା। ଉକ୍ତ ବୈଠକରେ ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଓ ଆଶାୟୀ ନେତା ଉପସ୍ଥିତ ରହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଦିବ୍ୟଶଙ୍କର ମିଶ୍ର, ଜଗନ୍ନାଥ ସାରକାଙ୍କ ସହିତ ରବି ନନ୍ଦ, ପ୍ରୀତମ ପାଢ଼ୀ, ଭାସ୍କର ରାଓ ଉପସ୍ଥିତ ଥିଲେ।

The post ନବୀନ ନିବାସରେ ବସିଲା ବୈଠକ, ବଢୁଛି ଲୋକଙ୍କ ଉତ୍କଣ୍ଠା appeared first on Dharitri Odia News.