‘ଶେଖ ହାସିନାଙ୍କୁ ଚୁପ୍ ରଖୁ ଭାରତ, ନହେଲେ…’, ଭାରତକୁ କାହିଁକି ଏଭଳି ଧମକ ଦେଲେ ୟୁନୁସ ସରକାର
ଢାକା,୫।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଶେଖ ହାସିନାଙ୍କ ବିଷୟରେ ଏକ ସାକ୍ଷାତକାରରେ ଭାରତକୁ ଯାହା କହିଛନ୍ତି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବାଂଲାଦେଶର ମନୋଭାବ କିଛି ଠିକ୍ ନାହିଁ। ୟୁନୁସ କହିଛନ୍ତି ଯେ ପର୍ଯ୍ୟନ୍ତ ବାଂଲାଦେଶ ସରକାର ତାଙ୍କୁ ନ ଡାକିଛନ୍ତି ସେ ପର୍ଯ୍ୟନ୍ତ ଭାରତ ଶେଖ ହାସିନାଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି। ତେବେ ସର୍ତ୍ତ ରହିବ ଯେ ହାସିନାଙ୍କୁ ଚୁପ ରହିବାକୁ ପଡ଼ିବ। ରାଜନୈତିକ ଅସ୍ଥିରତା ତଥା ସାଧାରଣ ନାଗରିକଙ୍କ […] The post ‘ଶେଖ ହାସିନାଙ୍କୁ ଚୁପ୍ ରଖୁ ଭାରତ, ନହେଲେ…’, ଭାରତକୁ କାହିଁକି ଏଭଳି ଧମକ ଦେଲେ ୟୁନୁସ ସରକାର appeared first on Dharitri Odia News.
ଢାକା,୫।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଶେଖ ହାସିନାଙ୍କ ବିଷୟରେ ଏକ ସାକ୍ଷାତକାରରେ ଭାରତକୁ ଯାହା କହିଛନ୍ତି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବାଂଲାଦେଶର ମନୋଭାବ କିଛି ଠିକ୍ ନାହିଁ। ୟୁନୁସ କହିଛନ୍ତି ଯେ ପର୍ଯ୍ୟନ୍ତ ବାଂଲାଦେଶ ସରକାର ତାଙ୍କୁ ନ ଡାକିଛନ୍ତି ସେ ପର୍ଯ୍ୟନ୍ତ ଭାରତ ଶେଖ ହାସିନାଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି। ତେବେ ସର୍ତ୍ତ ରହିବ ଯେ ହାସିନାଙ୍କୁ ଚୁପ ରହିବାକୁ ପଡ଼ିବ।
ରାଜନୈତିକ ଅସ୍ଥିରତା ତଥା ସାଧାରଣ ନାଗରିକଙ୍କ ହିଂସାତ୍ମକ ବିରୋଧ ମଧ୍ୟରେ ଶେଖ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ଭାରତରେ ଅଛନ୍ତି। ୟୁନୁସ କହିଛନ୍ତି ଯେ ଶେଖ ହାସିନା ଭାରତରେ ବସିଥିବା ସମୟରେ ଯେଉଁ ପ୍ରକାର ରାଜନୈତିକ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ।
ଏକ ସାକ୍ଷାତକାରରେ ୟୁନୁସ କହିଛନ୍ତି, ଯେପର୍ଯ୍ୟନ୍ତ ବାଂଲାଦେଶ ଭାରତରୁ ତାଙ୍କୁ ପ୍ରତ୍ୟର୍ପଣ ନ କରିଛି ସେ ପର୍ଯ୍ୟନ୍ତ ହାସିନା ଚୁପ ରହିବା ଉଚିତ୍। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯେପରି ଅସହଜ ନ ହୁଏ ସେଥିପାଇଁ ସେ ନିରବ ରହିବା ଆବଶ୍ୟକ।
The post ‘ଶେଖ ହାସିନାଙ୍କୁ ଚୁପ୍ ରଖୁ ଭାରତ, ନହେଲେ…’, ଭାରତକୁ କାହିଁକି ଏଭଳି ଧମକ ଦେଲେ ୟୁନୁସ ସରକାର appeared first on Dharitri Odia News.