ସରକାରୀ ଡାକ୍ତରଙ୍କ ଘରୋଇ ସେବା ବିରୋଧରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ
କଟକ,୬ା୪(କାର୍ତ୍ତିକ ସାହୁ): ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଘରୋଇ ହସ୍ପିଟାଲ୍ରେ କରୁଥିବା ଚିକିତ୍ସା ସେବା ବନ୍ଦ କରିବା ନେଇ ହାଇକୋର୍ଟରେ ରୁଜୁ ଜନହିତ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଶିବଶଙ୍କର ମିଶ୍ରଙ୍କ ଖଣ୍ଡପୀଠ ଆଗାମୀ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ମାମଲାର ବିବରଣୀ ଅନୁସାରେ, ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ଘରୋଇ […] The post ସରକାରୀ ଡାକ୍ତରଙ୍କ ଘରୋଇ ସେବା ବିରୋଧରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ appeared first on Dharitri Odia News.
କଟକ,୬ା୪(କାର୍ତ୍ତିକ ସାହୁ): ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଘରୋଇ ହସ୍ପିଟାଲ୍ରେ କରୁଥିବା ଚିକିତ୍ସା ସେବା ବନ୍ଦ କରିବା ନେଇ ହାଇକୋର୍ଟରେ ରୁଜୁ ଜନହିତ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଶିବଶଙ୍କର ମିଶ୍ରଙ୍କ ଖଣ୍ଡପୀଠ ଆଗାମୀ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ମାମଲାର ବିବରଣୀ ଅନୁସାରେ, ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ଘରୋଇ ହସ୍ପିଟାଲ୍ରେ ଚିକିତ୍ସା କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କେତେକ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଭିତ୍ତିଭୂମି ଥିଲେ ମଧ୍ୟ ରୋଗୀଙ୍କୁ ଡାକ୍ତରଙ୍କ ଇଙ୍ଗିିତରେ ଘରୋଇ ହସ୍ପିଟାଲ୍କୁ ନିଆଯାଉଛି। ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ନେବା ପାଇଁ ଡାକ୍ତରମାନେ ଦଲାଲ୍ ନିୟୋଜିତ କରିଛନ୍ତି। ଏହାଦ୍ୱାରା ସରକାରୀ ଡାକ୍ତରଖାନା ଉପରୁ ଲୋକଙ୍କ ଆସ୍ଥା ତୁଟିଯାଉଛି। ଏଣୁ ସରକାରୀ ଡାକ୍ତରଙ୍କ ଘରୋଇ ଚିକିତ୍ସାଳୟରେ ସେବା ପ୍ରଦାନ ଘଟଣାରେ ରାଜ୍ୟ ସରକାର ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି। ଆବେଦନକାରୀ ଜେନା ଏହାକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ନ ମିଳିବା ତଥା ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ଆବେଦନକାରୀ ବାଧ୍ୟ ହୋଇ ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି।
The post ସରକାରୀ ଡାକ୍ତରଙ୍କ ଘରୋଇ ସେବା ବିରୋଧରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ appeared first on Dharitri Odia News.