ଥାନା ସାମ୍ନାରୁ ଯୁବତୀଙ୍କଠୁ ଝାମ୍ପିନେଲେ ମୋବାଇଲ

ଭୁବନେଶ୍ୱର,୧୨।୨(ସତ୍ୟଜିତ୍‌ ରାଉତ): ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହିଳା ଓ ଯୁବତୀଙ୍କୁ ଟାର୍ଗେଟ୍‌ କରି ସୁନା ଅଳଙ୍କାର, ମୋବାଇଲ ଫୋନ୍‌ ଆଦି ଝାମ୍ପି ନେଉଛନ୍ତି। ତେବେ ବଡ଼ କଥା ହେଉଛି ଥାନା ସାମ୍ନାରୁ ମଧ୍ୟ ଲୁଟ୍‌ କରିବାକୁ ସେମାନେ ପଛାଉନାହାନ୍ତି। ସୋମବାର ୨ ଜଣ ଲୁଟେରା ମଞ୍ଚେଶ୍ୱର ଥାନା ସାମ୍ନାରେ ଜଣେ ଯୁବତୀଙ୍କଠାରୁ ମୋବାଇଲ ଝାମ୍ପିନେଇଛନ୍ତି। କଟକର ସସ୍ମିତା ଖଟୁଆ ଲୁଟ୍‌ର ଶିକାର ହୋଇଛନ୍ତି। ଏ ନେଇ ସସ୍ମିତା ମଞ୍ଚେଶ୍ୱର ଥାନାରେ ଏତଲା […] The post ଥାନା ସାମ୍ନାରୁ ଯୁବତୀଙ୍କଠୁ ଝାମ୍ପିନେଲେ ମୋବାଇଲ appeared first on Dharitri Odia News.

ଥାନା ସାମ୍ନାରୁ ଯୁବତୀଙ୍କଠୁ ଝାମ୍ପିନେଲେ ମୋବାଇଲ

ଭୁବନେଶ୍ୱର,୧୨।୨(ସତ୍ୟଜିତ୍‌ ରାଉତ): ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହିଳା ଓ ଯୁବତୀଙ୍କୁ ଟାର୍ଗେଟ୍‌ କରି ସୁନା ଅଳଙ୍କାର, ମୋବାଇଲ ଫୋନ୍‌ ଆଦି ଝାମ୍ପି ନେଉଛନ୍ତି। ତେବେ ବଡ଼ କଥା ହେଉଛି ଥାନା ସାମ୍ନାରୁ ମଧ୍ୟ ଲୁଟ୍‌ କରିବାକୁ ସେମାନେ ପଛାଉନାହାନ୍ତି। ସୋମବାର ୨ ଜଣ ଲୁଟେରା ମଞ୍ଚେଶ୍ୱର ଥାନା ସାମ୍ନାରେ ଜଣେ ଯୁବତୀଙ୍କଠାରୁ ମୋବାଇଲ ଝାମ୍ପିନେଇଛନ୍ତି। କଟକର ସସ୍ମିତା ଖଟୁଆ ଲୁଟ୍‌ର ଶିକାର ହୋଇଛନ୍ତି। ଏ ନେଇ ସସ୍ମିତା ମଞ୍ଚେଶ୍ୱର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସସ୍ମିତା ରସୁଲଗଡ଼ ଅଞ୍ଚଳରେ ରହୁଥିବାବେଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ସାଇ ଏକ୍ସପର୍ଟରେ କାମ କରନ୍ତି। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ସେ କାମ ସାରି ସାଙ୍ଗମାନଙ୍କ ସହିତ ଫେରୁଥିବାବେଳେ ଲୁଟେରାଙ୍କ ଶିକାର ହୋଇଥିଲେ। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ମଞ୍ଚେଶ୍ୱର ଥାନା ସାମ୍ନାରୁ ଏହି ଲୁଟ୍‌ ଘଟଣା ପୋଲିସ ପାଇଁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ ପାଲଟିଛି।

The post ଥାନା ସାମ୍ନାରୁ ଯୁବତୀଙ୍କଠୁ ଝାମ୍ପିନେଲେ ମୋବାଇଲ appeared first on Dharitri Odia News.