ଭାରତ ପ୍ରେମରେ ଜାପାନୀ ସିଇଓ
ବେଙ୍ଗାଲୁରୁ: ଟେକ୍ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ ବୁଝିବା ଉଦ୍ଦେଶ୍ୟରେ ସେ ଭାରତ ଆସିଛନ୍ତି। କେବଳ ଗୋଟିଏ ମାସ ମଧ୍ୟରେ ଭାରତୀୟଙ୍କ ଜୀବନ ଶୈଳୀ ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିପାରିଛି। ଭାରତର ବିବିଧତାକୁ ସେ ପ୍ରଶଂସା କରିବା ସହ ସମ୍ପ୍ରତି କେବଳ ଭାରତୀୟ ନେତୃତ୍ୱ ହିଁ ବିଶ୍ୱର ଅଗ୍ରଗତି କରିବାକୁ ସକ୍ଷମ ବୋଲି ସେ କହିଛନ୍ତି। ମିଡିଆ […] The post ଭାରତ ପ୍ରେମରେ ଜାପାନୀ ସିଇଓ appeared first on Dharitri Odia News.
ବେଙ୍ଗାଲୁରୁ: ଟେକ୍ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ ବୁଝିବା ଉଦ୍ଦେଶ୍ୟରେ ସେ ଭାରତ ଆସିଛନ୍ତି। କେବଳ ଗୋଟିଏ ମାସ ମଧ୍ୟରେ ଭାରତୀୟଙ୍କ ଜୀବନ ଶୈଳୀ ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିପାରିଛି। ଭାରତର ବିବିଧତାକୁ ସେ ପ୍ରଶଂସା କରିବା ସହ ସମ୍ପ୍ରତି କେବଳ ଭାରତୀୟ ନେତୃତ୍ୱ ହିଁ ବିଶ୍ୱର ଅଗ୍ରଗତି କରିବାକୁ ସକ୍ଷମ ବୋଲି ସେ କହିଛନ୍ତି।
ମିଡିଆ ପ୍ଲାଟଫର୍ମ ‘ଲିଙ୍କଡିନ’ରେ ସେ ଲେଖିଛନ୍ତି, ବିଶ୍ୱରେ ବହୁତ ଅଶାନ୍ତି ରହିଛି। ତେଣୁ ବିଶ୍ୱକୁ ଭାରତର ନେତୃତ୍ୱ ଆବଶ୍ୟକ। ଗତ ମାସେ ଧରି ଭାରତରେ ରହିବା ସମୟରେ ଏହାର ବିବିଧତା ଏବଂ ମୂଲ୍ୟବୋଧ ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିବା ନିଶିୟାମା କହିଛନ୍ତି। ଅନେକ ଧର୍ମ, ଜାତି ଏବଂ ମୂଲ୍ୟବୋଧ ଥିବା ସତ୍ତ୍ୱେ ଭାରତ ଏକ ହୋଇ ଗୋଟିଏ ସଫଳ ଦେଶ ଭାବରେ ଅଗ୍ରଗତି କରୁଛି, ଯାହା କୌଣସି ଆଶ୍ଚର୍ୟ୍ୟଠାରୁ କମ୍ ନୁହେଁ। ଏହି ଅବସରରେ ସେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ଏବଂ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଉଦାହରଣ ଦେଇଛନ୍ତି। ଉଭୟ ସତ୍ୟ ନଡେଲା ଏବଂ ସୁନ୍ଦର ପିଚାଇ ଭାରତରେ ଜନ୍ମଗ୍ରହଣ କରିବା ସହ ଅଧ୍ୟୟନ ମଧ୍ୟ କରିଥିଲେ। ପରେ ଉଭୟ ଆମେରିକା ଯାଇ ନିଜ ଦକ୍ଷତାକୁ ସଫଳ ଭାବେ ପ୍ରତିପାଦନ କରିଛନ୍ତି। ଏଥିରୁ ଭାରତୀୟ ନେତୃତ୍ୱର ଦକ୍ଷତା ପ୍ରମାଣିତ ହୋଇଥିବା ନିଶିୟାମା କହିଛନ୍ତି।
The post ଭାରତ ପ୍ରେମରେ ଜାପାନୀ ସିଇଓ appeared first on Dharitri Odia News.