ବର୍ଷକୁ ୫ କୋଟି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ

ଅଯୋଧ୍ୟା : ଭାରତୀୟ ଧାର୍ମିକ ସଂସ୍କୃତିର ଏକ ପ୍ରମୁଖ ପୀଠ ଅଯୋଧ୍ୟା ପୁଣି ଚଳଚଞ୍ଚଳ ହୋଇ ଉଠିଛି। ଦୀର୍ଘ ୫ ଶହ ବର୍ଷର ସଂଘର୍ଷ ପରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ହୋଇଛି। ସମଗ୍ର ଅଯୋଧ୍ୟା ସହର ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ଯୋଜନା ହୋଇଛି। ଏହାର ସଂପୂର୍ଣ୍ଣ ବିକାଶ ପରେ ଅଯୋଧ୍ୟାକୁ ବର୍ଷକୁ ୫ କୋଟି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏହି ସଂଖ୍ୟା ଭାରତର […]

ବର୍ଷକୁ ୫ କୋଟି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ

ଅଯୋଧ୍ୟା : ଭାରତୀୟ ଧାର୍ମିକ ସଂସ୍କୃତିର ଏକ ପ୍ରମୁଖ ପୀଠ ଅଯୋଧ୍ୟା ପୁଣି ଚଳଚଞ୍ଚଳ ହୋଇ ଉଠିଛି। ଦୀର୍ଘ ୫ ଶହ ବର୍ଷର ସଂଘର୍ଷ ପରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ହୋଇଛି। ସମଗ୍ର ଅଯୋଧ୍ୟା ସହର ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ଯୋଜନା ହୋଇଛି। ଏହାର ସଂପୂର୍ଣ୍ଣ ବିକାଶ ପରେ ଅଯୋଧ୍ୟାକୁ ବର୍ଷକୁ ୫ କୋଟି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏହି ସଂଖ୍ୟା ଭାରତର ଅନ୍ୟତମ ଧାର୍ମିକ ପୀଠ ଅମୃତସରର ସ୍ବର୍ଣ୍ଣମନ୍ଦିର ଓ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଠାରୁ ଢେର ଅଧିକ ହେବ ବୋଲି ଏକ ସଂସ୍ଥା ଜେଫ୍ରିସ୍ କହିଛି। ଅଯୋଧ୍ୟା ସହର ଭିତ୍ତିଭୂମିର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ୮୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯାଉଛନ୍ତି। ବାର୍ଷିକ ୧୦ ଲକ୍ଷ ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ମହର୍ଷି ବାଲ୍ମୀକି ବିମାନବନ୍ଦିରର ବିକାଶ କରାଯାଇଛି। ୨୦୨୫ ସୁଦ୍ଧା ଏହି କ୍ଷମତାକୁ ୬୦ଲକ୍ଷ ଯାତ୍ରୀକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ରେଳବାଇ ମଧ୍ୟ ଦୈନିକ ୬୦ହଜାର ଯାତ୍ରୀଙ୍କ ଯାତାୟତବ୍ୟବସ୍ଥା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିଛି।