ଏଣିକି ଆଉ ଟ୍ୱିନ ସିଟି ନୁହେଁ ହେବ ଟ୍ରାଇ ସିଟି
ଭୁବନେଶ୍ୱର: ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଏଣିକି ଆଉ ଟ୍ୱିନ ସିଟି ନୁହେଁ ଟ୍ରାଇ ସିଟି ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଟ୍ୱିନ ସିଟିଟ କଟକ, ଭୁବନେଶ୍ୱର ସହ ଯୋଡି ହେବ ପୁରୀ ସହର । କୌଣସି ପରିସ୍ଥିତିରେ ଆମେ ପୁରୀକୁ ଛାଡି ପାରିବୁ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ଏହି ତିନି ସ୍ଥାନରେ ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଡେଭଲପ କରାଯିବ […]

ଭୁବନେଶ୍ୱର: ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଏଣିକି ଆଉ ଟ୍ୱିନ ସିଟି ନୁହେଁ ଟ୍ରାଇ ସିଟି ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଟ୍ୱିନ ସିଟିଟ କଟକ, ଭୁବନେଶ୍ୱର ସହ ଯୋଡି ହେବ ପୁରୀ ସହର । କୌଣସି ପରିସ୍ଥିତିରେ ଆମେ ପୁରୀକୁ ଛାଡି ପାରିବୁ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ଏହି ତିନି ସ୍ଥାନରେ ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଡେଭଲପ କରାଯିବ । ରାଜ୍ୟ ସରକାର ଟ୍ରାଇସିଟି ପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି ।
ବିଭିନ୍ନ ସ୍ଥାନରେ ରିଂ ରୋଡ ଏବଂ ଓଭରବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ୨ଥର ବୈଠକ ଡାକି ଆଲୋଚନା କରିଛନ୍ତି । ଏହାକୁ ତୁରନ୍ତ ଯୋଜନା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଟାଉନ ପ୍ଲାନିଂ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତି ହୋଇଛି । ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ । ଟାଇମ ପିରିୟଡ୍ସ ବି ଫିକ୍ସ ହେବ । ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ ବୋଲି ସେ କହିଛନ୍ତି ।
ରାଜଧାନୀ ଭୁବନେଶ୍ୱର ହେଉଛି ଏକ ପ୍ଲାନ ସିଟି, ତେଣୁ କୌଣସି ଅନପ୍ଲାନଡ ଏଠାରେ କାମ କରିବ ନାହିଁ ବୋଲି ନିଷ୍ପତି ହୋଇଛି । ଆଗାମୀ ଦିନରେ କଟକ, ବ୍ରହ୍ମପୁର, ରାଉରକେଲାରେ ଅନେକ ଟିପି ସ୍କିମ ରାଜ୍ୟ ସରକାର କରିବାକୁ ଯାଉଛନ୍ତି । ଏହାସହ ଆଗାମୀ ଦିନରେ ଲୋକେ କିପରି ଅଧିକ ବସର ବ୍ୟବହାର କରିବେ ସେଥିପ୍ରତି ଚିନ୍ତା ମଧ୍ୟ କରାଯାଉଛି । ସହରକୁ ସୁନ୍ଦର କରିବା ପାଇଁ ସରକାର ବିଭିନ୍ନ ପନ୍ଥା ଆପଣାଉଥିବା କୁହାଯାଉଛି । ଲୋକେ ଅଧିକ ବସର ବ୍ୟବହାର କଲେ ସହରରେ ବହୁତ ଲାଭ ହେବ ବୋଲି କୁହାଯାଇଛି ।
ସେହିପରି ଟ୍ରାଫିକ ସମସ୍ୟା ଦୂର ପାଇଁ ନୂଆ ଓଭରବ୍ରିଜ ଏବଂ ରିଂ ରୋଡ ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଛନ୍ତି । ୩ଟି ସହରକୁ ସରସ ସୁନ୍ଦର କରିବା ପାଇଁ ଏକ ବ୍ଲୁ ପ୍ରିଂଟ ହୋଇ ସାରିଛି । ବାହାରୁ ଆସୁଥିବା ଲୋକେ ଏହି ସହରକୁ ଦେଖି ବେସ ଆନନ୍ଦିତ ହେବେ ବୋଲି କୁହାଯାଉଛି । ତେଣୁ ତିନୋଟି ସହରକୁ ଆଗାମୀ ଦିନରେ ବହୁତ ସୁନ୍ଦର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବୁ୍ୟରୋ ରିପୋର୍ଟ ସମୟ ଲାଇଭ