ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼
ସମ୍ବଲପୁର:ଶନିବାର ପୂର୍ବାହ୍ନରେ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ପଞ୍ଚମ ଦିନରେ ସମ୍ବଲପୁର ଜିଲ୍ଲାରେ ଜିଲ୍ଲା କ୍ରୀଡା ବିଭାଗ ଙ୍କ ସହଯୋଗରେ ଐତିହ୍ୟ ଗଣଦୌଡ଼ ର ଆୟୋଜନ କରାଯାଇଥିଲା।ଏହା ମା’ ସମଲଶ୍ବରୀଙ୍କ ମନ୍ଦିର ରେ ସ୍ଥିତ ଘଣ୍ଟା ଘର ସାମ୍ନା ରୁ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଯାହା ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ର ସଚେତନତା ସୃଷ୍ଟି କରିବା ସହ ଐତିହ୍ୟସ୍ଥଳୀ ଗୁଡ଼ିକର ସୁରକ୍ଷା, ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟ ରେ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ […] The post ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ appeared first on Odisha.News.

ସମ୍ବଲପୁର:ଶନିବାର ପୂର୍ବାହ୍ନରେ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ପଞ୍ଚମ ଦିନରେ ସମ୍ବଲପୁର ଜିଲ୍ଲାରେ ଜିଲ୍ଲା କ୍ରୀଡା ବିଭାଗ ଙ୍କ ସହଯୋଗରେ ଐତିହ୍ୟ ଗଣଦୌଡ଼ ର ଆୟୋଜନ କରାଯାଇଥିଲା।ଏହା ମା’ ସମଲଶ୍ବରୀଙ୍କ ମନ୍ଦିର ରେ ସ୍ଥିତ ଘଣ୍ଟା ଘର ସାମ୍ନା ରୁ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଯାହା ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ର ସଚେତନତା ସୃଷ୍ଟି କରିବା ସହ ଐତିହ୍ୟସ୍ଥଳୀ ଗୁଡ଼ିକର ସୁରକ୍ଷା, ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟ ରେ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ମାନ୍ୟବର ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ ଶ୍ରୀ ଆଶୋକ କୁମାର ଭୋଇ(ଓ.ପ୍ର.ସେ) ପତାକା ଦେଖାଇ ଏହି ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ସତ୍ୟନାରାୟଣ ତାଣ୍ଡି ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡା ଅନୁଷ୍ଠାନର ସଦସ୍ୟ ଆଦି ଯୋଗଦାନ କରିଥିଲେ।ଐତିହ୍ୟ ଗଣଦୌଡରେ ସାମିଲ ହୋଇଥିବା ସମସ୍ତଙ୍କୁ ଗୋଟିଏ ଲେଖାଏଁ କ୍ୟାପ ପ୍ରଦାନ କରାଯାଇଥିଲ।
The post ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ appeared first on Odisha.News.