ଦୁର୍ଘଟଣାଗ୍ରସ୍ତ ବସ୍ ଯାତ୍ରୀଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ, ପୋଲିସ ଦ୍ୱାରା ହେଲେ ସମ୍ୱର୍ଦ୍ଧିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର କାଳିଆ ସାହି ନିକଟରେ କିଛି ମାସ ତଳେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଥିଲା । ସେହି ସମୟରେ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ କିଛି ସ୍ଥାନୀୟ ଲୋକ ଆଗକୁ ଆସିଥିଲେ । ଆଜି ସେମାନଙ୍କୁ ଓଡ଼ିଶା ପୋଲିସ ସଂଗଠନ ପକ୍ଷରୁ ସମ୍ମାନୀତ କରାଯାଇଛି । ଅନନ୍ତ କଂହର, ନଳିନୀକାନ୍ତ ସାହୁ, ରାଜେଶ କୁମାର ନାୟକ, ରଞ୍ଜିତ କୁମାର ମହାରଣା, ଅଜିତ୍ କୁମାର ସାହୁ, ସଞ୍ଜୟ କୁମାର ଦିଗାଲ, ସନ୍ତୋଷ କୁମାର ବାରିକ, ଅନୁପ୍ ବିକ୍ରମ ପାତ୍ର, ମହେଶ ସୁବୁଦ୍ଧି, ଭି.ଜଗନ୍ନାଥ ରାଜୁ, ଭି.ଲୋକନାଥ ରାଜୁଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ୨୮.୦୫.୨୦୨୪ରେ ଘଟିଥିବା ସେହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଓଡିଶା ପୋଲିସ ସଂଗଠନ ପକ୍ଷରୁ ମାନବିକତା ପରିଚୟ ଦେଉଥିବା ଏହିପରି ବ୍ୟକ୍ତିଙ୍କୁ ସମ୍ମାନ ପାଇଁ ସବୁବେଳେ ଉଦ୍ୟମ କରାଯାଉଛି ବୋଲି କୁହାଯାଇଛି ।
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର କାଳିଆ ସାହି ନିକଟରେ କିଛି ମାସ ତଳେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଥିଲା । ସେହି ସମୟରେ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ କିଛି ସ୍ଥାନୀୟ ଲୋକ ଆଗକୁ ଆସିଥିଲେ । ଆଜି ସେମାନଙ୍କୁ ଓଡ଼ିଶା ପୋଲିସ ସଂଗଠନ ପକ୍ଷରୁ ସମ୍ମାନୀତ କରାଯାଇଛି ।
ଅନନ୍ତ କଂହର, ନଳିନୀକାନ୍ତ ସାହୁ, ରାଜେଶ କୁମାର ନାୟକ, ରଞ୍ଜିତ କୁମାର ମହାରଣା, ଅଜିତ୍ କୁମାର ସାହୁ, ସଞ୍ଜୟ କୁମାର ଦିଗାଲ, ସନ୍ତୋଷ କୁମାର ବାରିକ, ଅନୁପ୍ ବିକ୍ରମ ପାତ୍ର, ମହେଶ ସୁବୁଦ୍ଧି, ଭି.ଜଗନ୍ନାଥ ରାଜୁ, ଭି.ଲୋକନାଥ ରାଜୁଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ୨୮.୦୫.୨୦୨୪ରେ ଘଟିଥିବା ସେହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଓଡିଶା ପୋଲିସ ସଂଗଠନ ପକ୍ଷରୁ ମାନବିକତା ପରିଚୟ ଦେଉଥିବା ଏହିପରି ବ୍ୟକ୍ତିଙ୍କୁ ସମ୍ମାନ ପାଇଁ ସବୁବେଳେ ଉଦ୍ୟମ କରାଯାଉଛି ବୋଲି କୁହାଯାଇଛି ।