ଲୋକପ୍ରିୟ RJ ସିମରନ୍ ସିଂଙ୍କ ପରଲୋକ, ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ

ନୂଆଦିଲ୍ଲୀ: ଜାମ୍ମୁର ଲୋକପ୍ରିୟ ରେଡିଓ ଜକି (RJ) ଓ ସୋସିଆଲ୍ ମିଡିଆ ଇନଫ୍ଲୁଏସନର ସିମରନ୍ ସିଂଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସିମରନ୍‌ଙ୍କ ମୃତ ଦେହ ଗୁରୁଗ୍ରାମର ସେକ୍ଟର ୪୭ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି । ରିପୋର୍ଟ ଅନୁସାରେ ୨୫ ବର୍ଷୀୟ ସିମରନଙ୍କ ସହ ରହୁଥିବା ଜଣେ ସାଙ୍ଗ ଏନେଇ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ । ପୋର୍ଟମର୍ଟମ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂଚନା ଦେଇଛି । ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ନେଇ ଆଶଂକା କରିଛି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।ସିମରନ୍ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସଙ୍କ ମଧ୍ୟରେ ‘ଜମ୍ମୁ କି ଧଡ୍‌କନ୍‌’ ନାଁରେ ଲୋକପ୍ରିୟ ଥିଲେ । ତାଙ୍କ ଇନ୍‌ଷ୍ଟାଗ୍ରାମରେ ୬.୮୩ ଲକ୍ଷ ଫୋଲୋଅର୍ସ ଅଛନ୍ତି । ସିମରନ୍ ପ୍ରଥମେ ଏକ ପ୍ରସିଦ୍ଧ ରେଡିଓ ଷ୍ଟେସନ ସହ ଯୋଡ଼ି ହୋଇଥିଲେ । କିନ୍ତୁ ପରେ ଫ୍ରିଲାନ୍ସ ରେଡିଓ ଜକି ଭାବେ କାମ କରିବା ଆରମ୍ଭ କରିଥିଲେ ।

ଲୋକପ୍ରିୟ RJ ସିମରନ୍ ସିଂଙ୍କ ପରଲୋକ, ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ

ନୂଆଦିଲ୍ଲୀ: ଜାମ୍ମୁର ଲୋକପ୍ରିୟ ରେଡିଓ ଜକି (RJ) ଓ ସୋସିଆଲ୍ ମିଡିଆ ଇନଫ୍ଲୁଏସନର ସିମରନ୍ ସିଂଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସିମରନ୍‌ଙ୍କ ମୃତ ଦେହ ଗୁରୁଗ୍ରାମର ସେକ୍ଟର ୪୭ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି । 

ରିପୋର୍ଟ ଅନୁସାରେ ୨୫ ବର୍ଷୀୟ ସିମରନଙ୍କ ସହ ରହୁଥିବା ଜଣେ ସାଙ୍ଗ ଏନେଇ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ । ପୋର୍ଟମର୍ଟମ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂଚନା ଦେଇଛି । ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ନେଇ ଆଶଂକା କରିଛି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

ସିମରନ୍ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସଙ୍କ ମଧ୍ୟରେ ‘ଜମ୍ମୁ କି ଧଡ୍‌କନ୍‌’ ନାଁରେ ଲୋକପ୍ରିୟ ଥିଲେ । ତାଙ୍କ ଇନ୍‌ଷ୍ଟାଗ୍ରାମରେ ୬.୮୩ ଲକ୍ଷ ଫୋଲୋଅର୍ସ ଅଛନ୍ତି । ସିମରନ୍ ପ୍ରଥମେ ଏକ ପ୍ରସିଦ୍ଧ ରେଡିଓ ଷ୍ଟେସନ ସହ ଯୋଡ଼ି ହୋଇଥିଲେ । କିନ୍ତୁ ପରେ ଫ୍ରିଲାନ୍ସ ରେଡିଓ ଜକି ଭାବେ କାମ କରିବା ଆରମ୍ଭ କରିଥିଲେ ।