ଅନଲାଇନ୍ ଗେମ୍ ଖେଳୁଥିବା ବେଳେ କଟିଗଲା ୨ ଲକ୍ଷ ଟଙ୍କା , ଭୟଭୀତ ହୋଇ ଆତ୍ମହତ୍ୟା କଲା ଯୁବକ

ମୁମ୍ଵାଇ ୦୮।୦୪: ସାଇବର ଠକେଇରେ ଅନେକ ଲୋକ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଉଛନ୍ତି। କିନ୍ତୁ ଏହି ଠକେଇ ପରେ ମୁମ୍ବାଇର ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୁମ୍ବାଇର ନାଲାସୋପାରା ରହୁଥିବା ଜଣେ ୧୮ ବର୍ଷର ବାଳକ ଆତ୍ମହତ୍ୟା କରିଛି। ଏହା ପୂର୍ବରୁ ତାଙ୍କର ୨ ଲକ୍ଷ ଟଙ୍କା ଠକେଇ ହୋଇଥିଲା।ମିଡିଆ ରିପୋର୍ଟ ଅନୁଯାୟୀ ବୁଧବାର ଦିନ ଏହି ଘଟଣା ଘଟିଛି। ଜଣେ ୧୮ ବର୍ଷ ବୟସ୍କ ଯୁବକ ମୋବାଇଲରେ ଗେମ୍‌ ଖେଳୁଥିଲ। ଏହି ସମୟରେ ଏକ ମେସେଜ୍‌ ଆସିଥିଲା । ଯେଉଁଥିରେ ସେ ଏକ ଲିଙ୍କରେ କ୍ଲିକ୍ କରିଥିଲେ ଏବଂ ପରେ ୨ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ସେ ସାଇବର ଠକେଇର ଶିକାର ହୋଇଛନ୍ତି। ଯୁବକ ଜଣକ ଅତ୍ୟନ୍ତ ନର୍ଭସ ହୋଇଯାଇଥିଲେ। ସେ ନିଜ ପିତାମାତାଙ୍କୁ କିପରି କହିବେ ବୁଝି ପାରିଲେ ନାହିଁ । ଭୟଭୀତ ହୋଇ କୀଟନାଶକ ପିଇ ଦେଇଥିଲେ। ତାଙ୍କ ମା ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ଚିକିତ୍ସା ସମୟରେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ମାମଲା ବୋଧହୁଏ ସାଇବର ଠକେଇର ଏକ ମାମଲା। ପୋଲିସ ମୋବାଇଲ୍ ଫୋନକୁ ଜବତ କରି ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଯେଉଁଠାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ପ୍ରଥମେ ମଦ୍ୟପାନକୁ ମୃତ୍ୟୁର କାରଣ ଦର୍ଶାଯାଇଥିଲା। 

ଅନଲାଇନ୍ ଗେମ୍ ଖେଳୁଥିବା ବେଳେ କଟିଗଲା ୨ ଲକ୍ଷ ଟଙ୍କା , ଭୟଭୀତ ହୋଇ ଆତ୍ମହତ୍ୟା କଲା ଯୁବକ

ମୁମ୍ଵାଇ ୦୮।୦୪: ସାଇବର ଠକେଇରେ ଅନେକ ଲୋକ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଉଛନ୍ତି। କିନ୍ତୁ ଏହି ଠକେଇ ପରେ ମୁମ୍ବାଇର ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୁମ୍ବାଇର ନାଲାସୋପାରା ରହୁଥିବା ଜଣେ ୧୮ ବର୍ଷର ବାଳକ ଆତ୍ମହତ୍ୟା କରିଛି। ଏହା ପୂର୍ବରୁ ତାଙ୍କର ୨ ଲକ୍ଷ ଟଙ୍କା ଠକେଇ ହୋଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ ବୁଧବାର ଦିନ ଏହି ଘଟଣା ଘଟିଛି। ଜଣେ ୧୮ ବର୍ଷ ବୟସ୍କ ଯୁବକ ମୋବାଇଲରେ ଗେମ୍‌ ଖେଳୁଥିଲ। ଏହି ସମୟରେ ଏକ ମେସେଜ୍‌ ଆସିଥିଲା । ଯେଉଁଥିରେ ସେ ଏକ ଲିଙ୍କରେ କ୍ଲିକ୍ କରିଥିଲେ ଏବଂ ପରେ ୨ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ସେ ସାଇବର ଠକେଇର ଶିକାର ହୋଇଛନ୍ତି। ଯୁବକ ଜଣକ ଅତ୍ୟନ୍ତ ନର୍ଭସ ହୋଇଯାଇଥିଲେ। ସେ ନିଜ ପିତାମାତାଙ୍କୁ କିପରି କହିବେ ବୁଝି ପାରିଲେ ନାହିଁ । ଭୟଭୀତ ହୋଇ କୀଟନାଶକ ପିଇ ଦେଇଥିଲେ। ତାଙ୍କ ମା ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ଚିକିତ୍ସା ସମୟରେ ଯୁବକଙ୍କର ମୃତ୍ୟୁ ହୋଇଥିଲା। 

ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ମାମଲା ବୋଧହୁଏ ସାଇବର ଠକେଇର ଏକ ମାମଲା। ପୋଲିସ ମୋବାଇଲ୍ ଫୋନକୁ ଜବତ କରି ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଯେଉଁଠାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ପ୍ରଥମେ ମଦ୍ୟପାନକୁ ମୃତ୍ୟୁର କାରଣ ଦର୍ଶାଯାଇଥିଲା।