ପୂର୍ବୋତ୍ତର ରାଜ୍ୟରେ ରେମାଲ୍ ପ୍ରଭାବ; ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ୫୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ପୂର୍ବୋତ୍ତର ରାଜ୍ୟରେ ବାତ୍ୟା ରେମାଲର ତାଣ୍ଡବ । ଭୂ-ସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ମିଜୋରାମ୍, ଆସାମ୍, ନାଗାଲାଣ୍ଡ ଏବଂ ମେଘାଳୟରେ ବର୍ତ୍ତମାନ ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ୬ରୁ ୭ଜଣ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନ ଓ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆସାମରେ ଘୂର୍ଣ୍ଣିଝଡ଼ ରେମାଲ ଯୋଗୁ ପ୍ରବଳ ବର୍ଷା ଲାଗିରହିଛି । ଜୋରରେ ପବନ ବହିବା ଫଳରେ ବିଭିନ୍ନ ସ୍ଥାନରୁ ଅଘଟଣମାନ ସାମ୍ନାକୁ ଆସିଛି । ପ୍ରାକୃତିକ ବିପର୍ଯ୍ୟୟ ଆସାମରେ ୪ଜଣଙ୍କ ମୁଣ୍ଡ ନେଇଛି । ସେହିପରି ୧୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ବାତ୍ୟା ରେମାଲ୍ ପାଇଁ ପ୍ରବଳ ବର୍ଷା ଓ ପବନ ଯୋଗୁ ଆସାମରେ ବହୁ କ୍ଷୟକ୍ଷତି ଘଟିଛି ।   ତ୍ରିପୁରାରେ ଘୂର୍ଣ୍ଣିଝଡ଼ ରେମାଲ୍ ପ୍ରଭାବରେ ବର୍ଷା ଜାରି ରହିଛି । ବାତ୍ୟା ଯୋଗୁ ୭୪୬ଜଣ ଲୋକ ବେଘର ହୋଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ବିଶେଷ କରି ଚାଷ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଝଡ଼ତୋଫାନରେ ବିଦ୍ୟୁତ୍ ସରବରାହ ବ୍ୟାଘତ ଘଟିଛି । ରାଜ୍ୟରେ ପ୍ରାୟ ୧୦କୋଟିରୁ ଅଧିକ କ୍ଷୟକ୍ଷତି ହୋଇଛି ।  ବାତ୍ୟା ରେମାଲ୍ ଯୋଗୁ ମିଜୋରାମ୍ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜଧାନୀ ଆଇଜ୍ବଲର

ପୂର୍ବୋତ୍ତର ରାଜ୍ୟରେ ରେମାଲ୍ ପ୍ରଭାବ; ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ୫୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ପୂର୍ବୋତ୍ତର ରାଜ୍ୟରେ ବାତ୍ୟା ରେମାଲର ତାଣ୍ଡବ । ଭୂ-ସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ମିଜୋରାମ୍, ଆସାମ୍, ନାଗାଲାଣ୍ଡ ଏବଂ ମେଘାଳୟରେ ବର୍ତ୍ତମାନ ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ୬ରୁ ୭ଜଣ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନ ଓ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

ଆସାମରେ ଘୂର୍ଣ୍ଣିଝଡ଼ ରେମାଲ ଯୋଗୁ ପ୍ରବଳ ବର୍ଷା ଲାଗିରହିଛି । ଜୋରରେ ପବନ ବହିବା ଫଳରେ ବିଭିନ୍ନ ସ୍ଥାନରୁ ଅଘଟଣମାନ ସାମ୍ନାକୁ ଆସିଛି । ପ୍ରାକୃତିକ ବିପର୍ଯ୍ୟୟ ଆସାମରେ ୪ଜଣଙ୍କ ମୁଣ୍ଡ ନେଇଛି । ସେହିପରି ୧୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ବାତ୍ୟା ରେମାଲ୍ ପାଇଁ ପ୍ରବଳ ବର୍ଷା ଓ ପବନ ଯୋଗୁ ଆସାମରେ ବହୁ କ୍ଷୟକ୍ଷତି ଘଟିଛି ।   

ତ୍ରିପୁରାରେ ଘୂର୍ଣ୍ଣିଝଡ଼ ରେମାଲ୍ ପ୍ରଭାବରେ ବର୍ଷା ଜାରି ରହିଛି । ବାତ୍ୟା ଯୋଗୁ ୭୪୬ଜଣ ଲୋକ ବେଘର ହୋଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ବିଶେଷ କରି ଚାଷ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଝଡ଼ତୋଫାନରେ ବିଦ୍ୟୁତ୍ ସରବରାହ ବ୍ୟାଘତ ଘଟିଛି । ରାଜ୍ୟରେ ପ୍ରାୟ ୧୦କୋଟିରୁ ଅଧିକ କ୍ଷୟକ୍ଷତି ହୋଇଛି ।  

ବାତ୍ୟା ରେମାଲ୍ ଯୋଗୁ ମିଜୋରାମ୍ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜଧାନୀ ଆଇଜ୍ବଲର ଏକ ପଥର ଖାଦାନରେ ଭୂ-ସ୍ଖଳନ ଯୋଗୁ ୧୪ଜଣଙ୍କ ମୃତ୍ୟୁ ହୋଇଛି  । ୮ଜଣ ଏବେବି ନିଖୋଜ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ମାଟି ତଳେ ଚାପି ହୋଇରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଅପରେସନ ଜାରି ରଖିଛି । 

ବାତ୍ୟା ତାଣ୍ଡବରେ  ନାଗାଲାଣ୍ଡରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ଅଘଟଣ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଝଡ଼ ତୋଫାନରେ ୪୦ରୁ ଅଧିକ ଘର ଭାଙ୍ଗିଯାଇଛି । ସେପଟେ ମେଘାଳୟରେ ପ୍ରବଳ ବର୍ଷା ଯୋଗୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।