ଆରପାରିରେ ଓଲିଉଡର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ  ଅଭିନେତା ଉତ୍ତମ ମହାନ୍ତି ଆଉ ଦୁନିଆରେ ନାହାନ୍ତି।  ଦିଲ୍ଲୀ ସ୍ଥିତ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଲିଭର୍‌  ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଶା ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି। ସେ ଓଡ଼ିଆ ସମେତ ବେଙ୍ଗଲି ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ୧୯୭୭ରେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଅଭିମାନ ଫିଲ୍ମ ଜରିଆରେ ଅଭିନୟ ଯୁଗରେ ପାଦ ଦେଇଥିଲେ ଉତ୍ତମ। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ହାସଲ କରିବା ସହ ୧୯୮୦ ଦଶକରେ ସିନେମାରେ ରାଜ କରୁଥିଲେ।  ସେ ଓଡ଼ିଆ ଫିଲ୍ମ ଜଗତକୁ ଉଦଣ୍ଡୀ ସୀତା, ଦଣ୍ଡା ବାଳୁଙ୍ଗା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି, ପରଦେଶୀ ଚଢେଇ ଆଦି ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ୩୦ଟି ବଙ୍ଗାଳି ସିନେମା ସହିତ ଗୋଟିଏ ହିନ୍ଦୀ ସିନେମା ‘ନୟା ଜହର’ରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି।ଏପିରିକି ଉତ୍ତମ ମହାନ୍ତି ନିଜର ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କା

ଆରପାରିରେ ଓଲିଉଡର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ  ଅଭିନେତା ଉତ୍ତମ ମହାନ୍ତି ଆଉ ଦୁନିଆରେ ନାହାନ୍ତି।  ଦିଲ୍ଲୀ ସ୍ଥିତ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଲିଭର୍‌  ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଶା ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି। ସେ ଓଡ଼ିଆ ସମେତ ବେଙ୍ଗଲି ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। 

୧୯୭୭ରେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଅଭିମାନ ଫିଲ୍ମ ଜରିଆରେ ଅଭିନୟ ଯୁଗରେ ପାଦ ଦେଇଥିଲେ ଉତ୍ତମ। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ହାସଲ କରିବା ସହ ୧୯୮୦ ଦଶକରେ ସିନେମାରେ ରାଜ କରୁଥିଲେ।  ସେ ଓଡ଼ିଆ ଫିଲ୍ମ ଜଗତକୁ ଉଦଣ୍ଡୀ ସୀତା, ଦଣ୍ଡା ବାଳୁଙ୍ଗା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି, ପରଦେଶୀ ଚଢେଇ ଆଦି ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ୩୦ଟି ବଙ୍ଗାଳି ସିନେମା ସହିତ ଗୋଟିଏ ହିନ୍ଦୀ ସିନେମା ‘ନୟା ଜହର’ରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି।

ଏପିରିକି ଉତ୍ତମ ମହାନ୍ତି ନିଜର ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ସେ ୧୯୫୮ ଡିସେମ୍ବର ୨୩ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ।୧୯୮୭ ମସିହାରେ ଓଲିଉଡରେ କ୍ୱିନ୍ ଅପରାଜିତଙ୍କୁ ବିବାହ କରିଥିଲେ । ୧୯୮୨ରୁ ୧୯୮୪ ଯାଏଁ ଲଗାତାର ତିନି ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା। 

ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦୁଃଖ ପ୍ରକାଶ କରି ଏକ୍ସରେ ଲେଖିଛନ୍ତି ଯେ, ଓଡ଼ିଆ ସିନେ ଜଗତର ଅଦ୍ଵିତୀୟ ନାୟକ ଶ୍ରୀ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ସମଗ୍ର ଓଡ଼ିଶା ପାଇଁ ଶୋକ ଆଣିଦେଇଛି। ତାଙ୍କ ନିଖୁଣ ଅଭିନୟଦ୍ୱାରା ଦଶନ୍ଧି ଦଶନ୍ଧି ଧରି ସେ ଓଡ଼ିଆ ସିନେପ୍ରେମୀଙ୍କ ହୃଦୟକୁ ଛୁଇଁଥିଲେ। ଓଡ଼ିଶା ଓ ଓଡ଼ିଆ କଳାକ୍ଷେତ୍ର ପାଇଁ ତାଙ୍କ ଅବଦାନକୁ ଏ ମାଟି ସର୍ବଦା ମନେ ପକାଉଥିବ। ଏହି ଦୁଃଖଦ ସମୟରେ ତାଙ୍କ ପବିବାରଜନଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି। ଓଁ ଶାନ୍ତି।

ଏହି ଭେଟେରାନ  ଅଭିନେତା ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ  ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ   ଚିକିତ୍ସାଧୀନ ଥିଲାବେଳେ ତାଙ୍କୁ  ଉନ୍ନତ ଚିକିତ୍ସା ପାଇଁ  ଫେବୃଆରୀ ୮ରେ ନୂଆଦିଲ୍ଲୀ ଗୁରୁଗ୍ରାମ ସ୍ଥିତ  ଏକ ଘରୋଇ ଡାକ୍ତରଖାନାକୁ  ନିଆଯାଇଥିଲା। ଏନେଇ ଶ୍ରୀ ମହାନ୍ତିଙ୍କ ପୁଅ ତଥା ଓଲିଉଡ୍ ଅଭିନେତା ବାବୁସାନ୍‌ ମହାନ୍ତି ସୂଚନା ଦେଇଥିଲେ । 

ଫେବୃଆରୀ ୮ ତାରିଖ ସନ୍ଧ୍ୟା ୮ଟାରେ  ଘରୋଇ ଡାକ୍ତରଖାନାରୁ ସ୍ୱତନ୍ତ୍ର  ଆମ୍ବୁଲାନ୍ସରେ ଡାକ୍ତରୀ ଦଳ ସହ  ଟ୍ରାଫିକ୍‌ ଏସିପି ଉମାକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଗ୍ରୀନ୍‌ କରିଡର୍‌ କରାଯାଇ ଉତ୍ତମଙ୍କୁ ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚାଯାଇଥିଲା। ଡାକ୍ତରଖାନାରୁ ବିମାନ ବନ୍ଦର ୧୬   କିମି ରାସ୍ତାକୁ ୨୧ ମିନିଟ୍‌ ଅବଧିରେ ଅତିକ୍ରମ କରି ୮ଟା ୨୯ରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ସାଢ଼େ ୮ଟାରେ  ପରିବାର ଲୋକଙ୍କ ସହ ବିମାନରେ  ଗୁରୁଗ୍ରାମ ସ୍ଥିତ ଏକ ଘରୋଇ   ଡାକ୍ତରଖାନାକୁ ସେ ଏୟାରଲିଫ୍ଟ  ହୋଇଥିଲେ। ନୂଆଦିଲ୍ଲୀରେ ରାତି  ସାଢ଼େ ୧୦ଟାରେ ପହଞ୍ଚିବା ପରେ ଅପେକ୍ଷାରତ ଉକ୍ତ ଡାକ୍ତରଖାନାର  ଡାକ୍ତରୀ ଦଳ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଯାଇଥିଲେ । ତେବେ ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ଉତ୍ତମ ମହାନ୍ତି।