ରାଇକିଆର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ: ଅନୁଦାନ ଘୋଷଣା କଲେ ବିଧାୟକ

ରାଇକିଆ,୨୮।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଯୋଗଦେଇ ରାଇକିଆ ଅଞ୍ଚଳର ବିକାଶରେ ନାଗରିକ ମଞ୍ଚର ଭୂମିକା ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହେବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ୧୨ ବର୍ଷ ହେଲା ଗୋଟିଏ ମଞ୍ଚ ରେ ଏକାଠି କରି ପାରିଥିବା ଏହି ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ। ଏଥି ସହ ନାଗରିକ ମଞ୍ଚ କାର୍ଯ୍ୟଳୟ […] The post ରାଇକିଆର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ: ଅନୁଦାନ ଘୋଷଣା କଲେ ବିଧାୟକ appeared first on Dharitri Odia News.

ରାଇକିଆର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ: ଅନୁଦାନ ଘୋଷଣା କଲେ ବିଧାୟକ

ରାଇକିଆ,୨୮।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଯୋଗଦେଇ ରାଇକିଆ ଅଞ୍ଚଳର ବିକାଶରେ ନାଗରିକ ମଞ୍ଚର ଭୂମିକା ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହେବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ୧୨ ବର୍ଷ ହେଲା ଗୋଟିଏ ମଞ୍ଚ ରେ ଏକାଠି କରି ପାରିଥିବା ଏହି ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ। ଏଥି ସହ ନାଗରିକ ମଞ୍ଚ କାର୍ଯ୍ୟଳୟ ପରିସରରେ ପାଚେରୀ ନିର୍ମାଣ ପାଇଁ ତିନି ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ସୁଗଡବାଡି ସରପଞ୍ଚ ସୂରଞ୍ଜନ ପ୍ରଧାନ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ଭାସ୍କର ପ୍ରଧାନ , ବିଜୟ ପଣ୍ଡା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟରେ ନାଗରିକ ମଞ୍ଚର ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବେ ଦୁର୍ଯୋଧନ ଲେଙ୍କା, ଉପସଭାପତି ଭାବେ ସାମୱାଦିକ ପ୍ରଦୀପ ବେହେରା, ଆଦିତ୍ୟ ପ୍ରସାଦ ପାଢ଼ୀ, ସମ୍ପାଦକ ଭାବେ ମାନେଶ୍ୱର ଦିଗାଲ, ଯୁଗ୍ମ ସମ୍ପାଦକ ଦୂତି କୃଷ୍ଣ ପଣ୍ଡା, ସହ ସମ୍ପାଦକ ଯୋଗେଶ୍ୱର ପାତ୍ର, କୋଷାଧ୍ୟକ୍ଷ ଭାବେ ବିଭୂଦତ୍ତ ବେହେରାଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା ଭାବେ ନଳୀନ କାନ୍ତ ନାୟକ, ପ୍ରକାଶ ନାୟକ, ଶ୍ରୀବତ୍ସ ନାୟକ, ଆଇନ ପରାମର୍ଶ ଦାତା ଭାବେ ଆଡଭୋକେଟ ଚନ୍ଦ୍ରକାନ୍ତ ନାୟକ, ପ୍ରଦୀପ ପ୍ରଧାନ ଙ୍କୁ ଚୟନ କରାଯାଇଥିଲା। ନୂତନ ସଭାପତି ମଞ୍ଚର କାର୍ଯ୍ୟପନ୍ଥାକୁ ଆଗକୁ ବଢ଼ାଇବାରେ ସମ ଙ୍କ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଦୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

The post ରାଇକିଆର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ: ଅନୁଦାନ ଘୋଷଣା କଲେ ବିଧାୟକ appeared first on Dharitri Odia News.