ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମମତା, ସିଏଏ ଲାଗୁ କରିବାକୁ ନେଇ କହିଲେ ଏମିତି

କୋଲକାତା,୩୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବା ଲକ୍ଷ୍ୟରେ ଉପହାସ କରିଛନ୍ତି। ରବିବାର ମମତା ଭାଜପାକୁ ଅତି କମରେ ୨୦୦ଆସନରେ ଜିତି ଦେଖାଇବାକୁ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି। ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ସେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ। ସେ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ସିଏଏ ପାଇଁ ଆବେଦନ କରିବା ଜଣେ ଆବେଦନକାରୀଙ୍କୁ ବିଦେଶୀ କରିବ […] The post ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମମତା, ସିଏଏ ଲାଗୁ କରିବାକୁ ନେଇ କହିଲେ ଏମିତି appeared first on Dharitri Odia News.

ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମମତା, ସିଏଏ ଲାଗୁ କରିବାକୁ ନେଇ କହିଲେ ଏମିତି

କୋଲକାତା,୩୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବା ଲକ୍ଷ୍ୟରେ ଉପହାସ କରିଛନ୍ତି। ରବିବାର ମମତା ଭାଜପାକୁ ଅତି କମରେ ୨୦୦ଆସନରେ ଜିତି ଦେଖାଇବାକୁ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି।

ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ସେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ। ସେ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ସିଏଏ ପାଇଁ ଆବେଦନ କରିବା ଜଣେ ଆବେଦନକାରୀଙ୍କୁ ବିଦେଶୀ କରିବ ଏବଂ ଏଥିପାଇଁ ଆବେଦନ ନକରିବାକୁ ସେ ଅନୁରୋଧ କରିଛନ୍ତି।
ମମତା ଆହୁରି ମଧ୍ୟ କହିଛନ୍ତି, ‘ଭାଜପା ୪୦୦ରୁ ଅଧିକ କହୁଛି, ମୁଁ ସେମାନଙ୍କୁ ପ୍ରଥମେ ୨୦୦ଆସନରେ ରବିଜୟୀ ହୋଇ ଦେଖାଇବାକୁ ଚ୍ୟାଲେଞ୍ଜ କରୁଛି। ୨୦୨୧ ବିଧାନସଭା ନିର୍ବାଚନରେ ସେମାନେ ୨୦୦ରୁ ଅଧିକ ଆସନରେ ଜିତିବା କଥା କହିଥିଲେ ମଧ୍ୟ ଆହ୍ବାନ କରିଥିଲେ ମଧ୍ୟ ତାଙ୍କୁ ୭୭ରେ ଅଟକିବାକୁ ପଡିଲା।
ନିର୍ବାଚନ ଋତୁର ପ୍ରଥମ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ‘ଆଇନଗତ ନାଗରିକମାନଙ୍କୁ ବିଦେଶୀରେ ପରିଣତ କରିବା ପାଇଁ ସିଏଏ ଏକ ଜାଲ ଅଟେ। ଆମେ ପଶ୍ଚିମବଙ୍ଗରେ ସିଏଏ କିମ୍ବା ଏନଆରସିକୁ ଅନୁମତି ଦେବୁ ନାହିଁ।

The post ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମମତା, ସିଏଏ ଲାଗୁ କରିବାକୁ ନେଇ କହିଲେ ଏମିତି appeared first on Dharitri Odia News.