ବ୍ରିସ୍‌ବେନ୍‌ ଟେଷ୍ଟ ପୂର୍ବରୁ ନେଟ୍ସରେ ଝାଳ ବୁହାଇଲେ କୋହଲି-ରୋହିତ

ଆଡିଲେଡ୍‌, ୧୧ା୧୨ (ପି.ଟି.): ପିଙ୍କ୍‌ ବଲ୍‌ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି ଭାରତ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ୱରେ ବ୍ୟାଟରମାନେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ନେଟ୍‌ ସେସନରେ ରେଡ୍‌ବଲ ପ୍ରସ୍ତୁତିରେ ବିଶେଷ ଧ୍ୟାନ ଦେଇଛନ୍ତି। ଅନ୍ୟପକ୍ଷରେ ଶନିବାରଠାରୁ ଆରମ୍ଭ ହେବାକୁଥିବା ତୃତୀୟ ଟେଷ୍ଟ ଖେଳିବା ଲାଗି ଅଷ୍ଟ୍ରେଲିଆ ଦଳ ଆଗୁଆ ବ୍ରିସବେନ୍‌ ଗସ୍ତ କରିଛି। ରେଡ୍‌ବଲ୍‌କୁ କିପରି ରକ୍ଷଣାତ୍ମକ ଖେଳିବା ଏବଂ କେଉଁ […] The post ବ୍ରିସ୍‌ବେନ୍‌ ଟେଷ୍ଟ ପୂର୍ବରୁ ନେଟ୍ସରେ ଝାଳ ବୁହାଇଲେ କୋହଲି-ରୋହିତ appeared first on Dharitri Odia News.

ବ୍ରିସ୍‌ବେନ୍‌ ଟେଷ୍ଟ ପୂର୍ବରୁ ନେଟ୍ସରେ ଝାଳ ବୁହାଇଲେ କୋହଲି-ରୋହିତ

ଆଡିଲେଡ୍‌, ୧୧ା୧୨ (ପି.ଟି.): ପିଙ୍କ୍‌ ବଲ୍‌ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି ଭାରତ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ୱରେ ବ୍ୟାଟରମାନେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ନେଟ୍‌ ସେସନରେ ରେଡ୍‌ବଲ ପ୍ରସ୍ତୁତିରେ ବିଶେଷ ଧ୍ୟାନ ଦେଇଛନ୍ତି। ଅନ୍ୟପକ୍ଷରେ ଶନିବାରଠାରୁ ଆରମ୍ଭ ହେବାକୁଥିବା ତୃତୀୟ ଟେଷ୍ଟ ଖେଳିବା ଲାଗି ଅଷ୍ଟ୍ରେଲିଆ ଦଳ ଆଗୁଆ ବ୍ରିସବେନ୍‌ ଗସ୍ତ କରିଛି। ରେଡ୍‌ବଲ୍‌କୁ କିପରି ରକ୍ଷଣାତ୍ମକ ଖେଳିବା ଏବଂ କେଉଁ ବଲ୍‌କୁ ଛାଡ଼ିବାକୁ ହେବ ତାହାର ଟେକ୍‌ନିକ୍‌ ହାସଲ କରିବା ଲାଗି ଭାରତୀୟ ବ୍ୟାଟରମାନେ ତା’ ଉପରେ ମନୋନିବେଶ କରିଥିଲେ। ଭାରତୀୟ ଅଧିନାୟକ ରୋହିତ ବର୍ତ୍ତମାନ ଭଲ ଫର୍ମରେ ନାହାନ୍ତି। ଗତ ୧୨ଟି ଇନିଂସରେ ସେ ମାତ୍ର ୧୪୨ ରନ ସଂଗ୍ରହ କରିଛନ୍ତି। ତନ୍ମଧ୍ୟରେ ତାଙ୍କର ଗୋଟିଏ ଅର୍ଦ୍ଧ ଶତକ (୫୨) ରହିଛି। ପୁତ୍ର ଜନ୍ମ ପରେ ସେ ଦଳ ସହିତ ଯୋଗଦେଇଥିଲେ। ସେ କିପରି ତାଙ୍କ ଲୟ ଫେରିପାଇବେ ସେଥିଲାଗି ସେ ନେଟ୍ସରେ ଉଭୟ ଭାରତୀୟ ପେସର ଓ ସ୍ପିନରଙ୍କ ବୋଲିଂର ସାମ୍ନା କରିଥିଲେ। ରୋହିତ ବ୍ୟାଟିଂ ଅର୍ଡରରେ ୬ଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ଦ୍ୱିତୀୟ ଟେଷ୍ଟରେ ସେ ୩ ଓ ୬ ରନ କରିଛନ୍ତି। ପ୍ରଥମ ଇନିଂସରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ସେ ପ୍ରତିପକ୍ଷ ଦଳର ଅଧିନାୟକ ପ୍ୟାଟ୍ସ କୁମିନ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ଅନ୍ୟପକ୍ଷରେ କେ.ଏଲ୍‌ ରାହୁଲ ତାଙ୍କ ଡିଫେନ୍ସ ଉପରେ ଅଧିକ ଧ୍ୟାନ ଦେଇଥିବାଳେ ରିଷଭ ପନ୍ତ କିଛି ପିକ୍‌ ଅପ୍‌ ଶଟ୍‌ ଖେଳିଥିଲେ। ଓପନିଂ ଟେଷ୍ଟରେ ଭାରତର ୨୯୫ରନର ବିପୁଳ ବିଜୟରେ ୧୬୧ ରନ କରିଥିବା ଯୁବ ଓପନର ଯଶସ୍ବୀ ଜୟସ୍ପାଲ କିନ୍ତୁ ଆକ୍ରମଣାତ୍ମକ ଶଟ୍‌ ଖେଳିଥିଲେ। ବୋଲିଂ ଅଭ୍ୟାସ କରିଥିବା ବେଲେ ମାନେ ହେଲେ ହର୍ଷିତ ରାଣା, ଅକାଶ ଦୀପ, ୟଶ ଦୟାଲ ଏବଂ ସ୍ପିନର ତ୍ରୟ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ଓ୍ବାଶିଂଟନ ସୁନ୍ଦର। ଏମାନଙ୍କ ବ୍ୟତୀତ କେତେଜଣ ଥ୍ରୋ ଡାଉନ୍‌ ସ୍ପେସାଲିଟେ ମଧ୍ୟ ବୋଲିଂ କରିଥିଲେ। ଭାରତର ଦୁଇ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ ଏବଂ ସିମ୍‌ ବୋଲିଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କ ବୋଲିଂ ଖରାପ ଲକ୍ଷ୍ୟ କରାଯାଇଥିଲା। ଭାରତୀୟ ଦଳ ବୁଧବାର ବ୍ରିସ୍‌ବେନରେ ପହଞ୍ଚତ୍ବ ବୋଲି ଯୋଜନା ରହିଛି।

The post ବ୍ରିସ୍‌ବେନ୍‌ ଟେଷ୍ଟ ପୂର୍ବରୁ ନେଟ୍ସରେ ଝାଳ ବୁହାଇଲେ କୋହଲି-ରୋହିତ appeared first on Dharitri Odia News.