ପଡକାଷ୍ଟରୁ ଆଇପିଏଲ୍ ୨୦୨୫ ଭିଡିଓ ହଟିଲା
ସିଡନୀ,୨୮ା୪: ବିସିସିଆଇ ପକ୍ଷରୁ ଏକ ବିନମ୍ର ଭାବେ ଆଇନଗତ ଚିଠି ଜାରି କରାଯିବା ପରେ ଏକ ଜଣାଶୁଣା ଅଷ୍ଟ୍ରେଲିଆନ ପଡକାଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରୁ ଚଳିତ ଆଇପିଏଲ୍ର ପ୍ରତ୍ୟେକ ଭିଡିଓକୁ ବାଦ୍ ଦିଆଯାଇଛି। ‘ଦି ବିଗ୍ ଆଇପିଏଲ ବ୍ରେକଫାଷ୍ଟ’ ପଡକାଷ୍ଟର ହୋଷ୍ଟ ସାମ ପେରୀ ଓ ଇଆନ ହିଗିନ୍ସଙ୍କୁ ବିସିସିଆଇ ଓ ଆଇପିଏଲ ପକ୍ଷରୁ ଆଇନଗତ ଚିଠି ପଠାଯାଇଥିଲା। ଆପଣ ଦେଖିପାରିବେ ଯେ, ଚଳିତ ବର୍ଷ ଆଇପିଏଲ୍ର ପ୍ରତ୍ୟେକ ଭିଡିଓକୁ ଆମ ୟୁଟ୍ୟୁବ, ୟୁଟ୍ୟୁବ ଶଟର୍ସ, ଫେସବୁକ, […] The post ପଡକାଷ୍ଟରୁ ଆଇପିଏଲ୍ ୨୦୨୫ ଭିଡିଓ ହଟିଲା appeared first on Dharitri Odia News.
ସିଡନୀ,୨୮ା୪: ବିସିସିଆଇ ପକ୍ଷରୁ ଏକ ବିନମ୍ର ଭାବେ ଆଇନଗତ ଚିଠି ଜାରି କରାଯିବା ପରେ ଏକ ଜଣାଶୁଣା ଅଷ୍ଟ୍ରେଲିଆନ ପଡକାଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରୁ ଚଳିତ ଆଇପିଏଲ୍ର ପ୍ରତ୍ୟେକ ଭିଡିଓକୁ ବାଦ୍ ଦିଆଯାଇଛି। ‘ଦି ବିଗ୍ ଆଇପିଏଲ ବ୍ରେକଫାଷ୍ଟ’ ପଡକାଷ୍ଟର ହୋଷ୍ଟ ସାମ ପେରୀ ଓ ଇଆନ ହିଗିନ୍ସଙ୍କୁ ବିସିସିଆଇ ଓ ଆଇପିଏଲ ପକ୍ଷରୁ ଆଇନଗତ ଚିଠି ପଠାଯାଇଥିଲା।
ଆପଣ ଦେଖିପାରିବେ ଯେ, ଚଳିତ ବର୍ଷ ଆଇପିଏଲ୍ର ପ୍ରତ୍ୟେକ ଭିଡିଓକୁ ଆମ ୟୁଟ୍ୟୁବ, ୟୁଟ୍ୟୁବ ଶଟର୍ସ, ଫେସବୁକ, ଇନଷ୍ଟାଗ୍ରାମ ଓ ଏକ୍ସ’ ଆକାଉଣ୍ଟରୁ ହଟାଇ ଦିଆଯାଇଛି। ଏହି ଭିଡିଓର କଭରେଜ ଆମେ କରିଥିଲୁ ଏବଂ ଆମେ ସେହି ଭିଡିଓକୁ ହଟାଇ ଦେଇଛୁ। ଶନିବାର ସନ୍ଧ୍ୟାରେ ଚଳିତ କ୍ରିକେଟ ଟୁର୍ନାମେଣ୍ଟ ସମ୍ପର୍କୀତ ଭିଡିଓ ହଟାଇବା ଲାଗି ଆମକୁ ଏକ ବିନର୍ମ ଆଇନଗତ ଚିଠି ମିଳିଥିଲା। ଏହି କାରଣରୁ ଆମେ ଭିଡିଓଗୁଡ଼ିକୁ ହଟାଇ ଦେଇଛୁ ବୋଲି ପେରୀ ସୋମବାର ପଡକାଷ୍ଟରେ କହିଛନ୍ତି।
The post ପଡକାଷ୍ଟରୁ ଆଇପିଏଲ୍ ୨୦୨୫ ଭିଡିଓ ହଟିଲା appeared first on Dharitri Odia News.