ବିନା ନୋଟିସ୍ରେ ତରବରିଆ ଭାବେ ୩ ପରିବାରର ଘରକୁ ଉଚ୍ଛେଦ, ପ୍ରତିବାଦରେ ସିଏମ୍ସି କାର୍ଯ୍ୟାଳୟ ଘେରାଉ
କଟକ ୬।୩: କଟକ ମାରିଆ ବଜାର ନାଳବନ୍ଧରେ ରହୁଥିବା ୩ଟି ପରିବାରକୁ କୌଣସି ଅଗ୍ରୀମ ନୋଟିସ କିମ୍ବା ସୂଚନା ନଦେଇ ତାଙ୍କ ଘରକୁ ଭାଙ୍ଗିଦେଲା କଟକ ମହାନଗର ନିଗମ । ୱାଇ ଲକ୍ଷ୍ମଣ ରାଓ, ୱାଇ ଲକ୍ଷ୍ମୀ, ୱାଇ ଜେ ରାଓଙ୍କ ପରିବାର ତେଲୁଗୁ ସମାଜର ହୋଇଥିବା ବେଳେ ଏମାନେ ଦୀର୍ଘ ୮୦ ବର୍ଷ ଧରି ମେରିଆ ବଜାର ନାଳ ବନ୍ଧ ଅଞ୍ଚଳରେ ରହି ଆସୁଥିଲେ । {"id":917832,"sizeSlug":"full","linkDestination":"none"} ଗତ କିଛି ବର୍ଷ ହେବ ଜାଇକା କାମ ଓ ବକ୍ସ ଡ୍ରେନ କାମ ହେଉଥିବା ବେଳେ ମଧ୍ୟ ସେମାନେ ସେହି ଅଞ୍ଚଳରେ ରହି ଆସୁଥିଲେ । ହେଲେ ଗତ ୩ ତାରିଖ ଦିନ ସନ୍ଧ୍ୟା ସମୟରେ ମୌଖିକ ଭାବେ କହିଥିଲେ ଓ ୪ ତାରିଖ ଦିନ ସକାଳୁ ଆସି ଜେସିବି ମେସିନ ଓ ପୋଲିସ ସହାୟତାରେ ବଳପୂର୍ବକ ଏହି ତିନି ପରିବାର ରହୁଥିବା ଘର ଗୁଡ଼ିକ ଭାଙ୍ଗି ଦେଇଥିଲେ । ବିନା କୌଣସି ସୂଚନା ଦେଇ ଭାଙ୍ଗିବା ଓ ପରେ ତାଙ୍କୁ ନେଇ ଭଙ୍ଗା ଘରେ ଅସ୍ଥାୟୀ ଭାବେ ଥଇଥାନ କରିଥିଲା କଟକ ମହାନଗର ନିଗମ । ଏହାପରେ ନାହିଁ ନଥିବା ଅସୁବିଧା ହେବାରୁ ସେହି ମେରିଆ ବଜାର ଅଞ୍ଚଳରେ ରାସ୍ତା କଡ଼ରେ ପରିବାର ଜୀବନ କାଟୁଛନ୍ତି । ଏହାକୁ ବିରୋଧ କରି କରି କଟକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହିନ୍ଦୁସେନା ସଂଗଠନ ଓ କ୍ଷତିଗ୍ରସ୍ତ ପରିବାର । ତୁରନ୍ତ କ୍ଷତିପୂରଣ ସହ ରାଜ୍ୟ ସରକାରଙ୍କ ଜାଗା ମିଶନ ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରାଯାଇ
କଟକ ୬।୩: କଟକ ମାରିଆ ବଜାର ନାଳବନ୍ଧରେ ରହୁଥିବା ୩ଟି ପରିବାରକୁ କୌଣସି ଅଗ୍ରୀମ ନୋଟିସ କିମ୍ବା ସୂଚନା ନଦେଇ ତାଙ୍କ ଘରକୁ ଭାଙ୍ଗିଦେଲା କଟକ ମହାନଗର ନିଗମ । ୱାଇ ଲକ୍ଷ୍ମଣ ରାଓ, ୱାଇ ଲକ୍ଷ୍ମୀ, ୱାଇ ଜେ ରାଓଙ୍କ ପରିବାର ତେଲୁଗୁ ସମାଜର ହୋଇଥିବା ବେଳେ ଏମାନେ ଦୀର୍ଘ ୮୦ ବର୍ଷ ଧରି ମେରିଆ ବଜାର ନାଳ ବନ୍ଧ ଅଞ୍ଚଳରେ ରହି ଆସୁଥିଲେ ।

ଗତ କିଛି ବର୍ଷ ହେବ ଜାଇକା କାମ ଓ ବକ୍ସ ଡ୍ରେନ କାମ ହେଉଥିବା ବେଳେ ମଧ୍ୟ ସେମାନେ ସେହି ଅଞ୍ଚଳରେ ରହି ଆସୁଥିଲେ । ହେଲେ ଗତ ୩ ତାରିଖ ଦିନ ସନ୍ଧ୍ୟା ସମୟରେ ମୌଖିକ ଭାବେ କହିଥିଲେ ଓ ୪ ତାରିଖ ଦିନ ସକାଳୁ ଆସି ଜେସିବି ମେସିନ ଓ ପୋଲିସ ସହାୟତାରେ ବଳପୂର୍ବକ ଏହି ତିନି ପରିବାର ରହୁଥିବା ଘର ଗୁଡ଼ିକ ଭାଙ୍ଗି ଦେଇଥିଲେ । ବିନା କୌଣସି ସୂଚନା ଦେଇ ଭାଙ୍ଗିବା ଓ ପରେ ତାଙ୍କୁ ନେଇ ଭଙ୍ଗା ଘରେ ଅସ୍ଥାୟୀ ଭାବେ ଥଇଥାନ କରିଥିଲା କଟକ ମହାନଗର ନିଗମ । ଏହାପରେ ନାହିଁ ନଥିବା ଅସୁବିଧା ହେବାରୁ ସେହି ମେରିଆ ବଜାର ଅଞ୍ଚଳରେ ରାସ୍ତା କଡ଼ରେ ପରିବାର ଜୀବନ କାଟୁଛନ୍ତି । ଏହାକୁ ବିରୋଧ କରି କରି କଟକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହିନ୍ଦୁସେନା ସଂଗଠନ ଓ କ୍ଷତିଗ୍ରସ୍ତ ପରିବାର । ତୁରନ୍ତ କ୍ଷତିପୂରଣ ସହ ରାଜ୍ୟ ସରକାରଙ୍କ ଜାଗା ମିଶନ ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରାଯାଇଛି ।
{"id":917819,"sizeSlug":"full","linkDestination":"none"}

ଯେହେତୁ ସରକାରୀ ଜାଗାରେ ସେମାନେ ରହୁଥିଲେ ସେଥିପାଇଁ ତାଙ୍କର ଘର ଗୁଡ଼ିକ ବିନା ନୋଟିସରେ ଭଙ୍ଗାଯାଇଛି । ହେଲେ ସେମାନେ ଆଜି ଯେଉଁ ଅଭିଯୋଗ ଦେଇଛନ୍ତି ତାହାକୁ ଆମେ ଗ୍ରହଣ କରିବା ସହ କମିଶନରଙ୍କୁ ଏନେଇ ଅବଗତ କରାଇବୁ ଓ ଯାହା ବ୍ୟବସ୍ଥା ସମ୍ଭବ ହେବ ତାହା କରିବୁ ବୋଲି କହିଛନ୍ତି କଟକ ମହାନଗର ନିଗମର ଡେପୁଟି କମିଶନର ।
You Can Read :
wp:embed {"url":"https://www.prameyanews7.com/truck-hits-police-van-while-chasing-truck-on-diesel-theft-charges-in-khallikote/","type":"wp-embed","providerNameSlug":"prameya-news-7"}