ଆଇ ଆମ୍ ଫ୍ରି ଫ୍ରମ୍ ଟୁଡେ...ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପରେ ୪୦ ଲିଟର କ୍ଷୀରରେ ଗାଧୋଇଲେ ବ୍ୟକ୍ତି

ନୂଆଦିଲ୍ଲୀ ୧୪/୦୭: ସ୍ତ୍ରୀଙ୍କୁ ଆଇନଗତ ଭାବେ ଛାଡ଼ପତ୍ର ଦେବା ପରେ ଖୁସି ମନାଇଛନ୍ତି ଆସାମର ଜଣେ ବ୍ୟକ୍ତି । ମାନିକ  ଅଲୀ ନାମକ ଯୁବକ ଜଣକ ଛାଡ଼ପତ୍ର ପରେ ପ୍ରାୟ ୪୦ ଲିଟର କ୍ଷୀରରେ ଗାଧୋଇଛନ୍ତି । କ୍ୟାମେରା ଆଗରେ ସେ ‘ଆଜିଠାରୁ ମୁଁ ସ୍ୱୀଧୀନ’ ବୋଲି କହୁଥିବା  ଶୁଣିବାକୁ ମିଳିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ବହୁସଂଖ୍ୟାରେ ଲୋକ  ମଜାଳିଆ କମେଣ୍ଟ ଦେଇଛନ୍ତି ।  View this post on InstagramA post shared by ज़िन्दगी गुलज़ार है ! (@zindagi.gulzar.h)ସୂଚନାଥାଉକି, ମାନିକ ଅଲୀ ନଲବାରି ଜିଲ୍ଲାର  ବାସିନ୍ଦା । ତାଙ୍କ ସ୍ତ୍ରୀଙ୍କ ଅନ୍ୟ  କାହା ସହ ପରକୀୟା ପ୍ରୀତି  ଥିଲା । ଏପରିକି ମହିଳା ଜଣକ  ତାଙ୍କ ପ୍ରେମିକଙ୍କ ସହ ୨ ଥର ଘରୁ ପଳାଇଥିଲେ ।  କିନ୍ତୁ ମାନିକ ସାମାଜିକ ଚାପ ଏବଂ ତାଙ୍କ ଝିଅର  ଭବିଷ୍ୟତକୁ ଦୃଷ୍ଟିରେ ରଖି ବିବାହ ବଞ୍ଚାଇବାକୁ  ଉଦ୍ୟମ କରିଥିଲେ । ହେଲେ ତାଙ୍କ ସ୍ତ୍ରୀ ସୁଧୁରି ନ  ଥିଲେ । ତେଣୁ ମାନିକ ଆଇନଗତ ଭାବେ ସ୍ତ୍ରୀଙ୍କୁ  ଛାଡ଼ପତ୍ର ଦେବାକୁ ସ୍ଥିର କରିଥିଲେ । ଶେଷରେ  ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ଏଥିରେ ମାନିକ ବେଶ୍‌ ଖୁସି ହୋଇଥିଲେ । ଖୁସି ମନାଇବାକୁ ସେ ୪ଟି ବାଲ୍‌ଟିରେ କ୍ଷୀର ଆଣି  ଘର ବାହାରେ ଛିଡ଼ା ହୋଇ ନିଜ ଉପରେ ଢାଳିଥିଲେ ।  ଏହି ସମୟରେ ସେ କହିଥିଲେ ଯେ, ତାଙ୍କ ସ୍ତ୍ରୀ  ବାରମ୍ବାର ଘର ଛାଡ଼ି ପଳାଉଥିଲେ । ଘରର ଶାନ୍ତି  ପାଇଁ ଚୁପ

ଆଇ ଆମ୍ ଫ୍ରି ଫ୍ରମ୍ ଟୁଡେ...ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପରେ ୪୦ ଲିଟର କ୍ଷୀରରେ ଗାଧୋଇଲେ ବ୍ୟକ୍ତି

ନୂଆଦିଲ୍ଲୀ ୧୪/୦୭: ସ୍ତ୍ରୀଙ୍କୁ ଆଇନଗତ ଭାବେ ଛାଡ଼ପତ୍ର ଦେବା ପରେ ଖୁସି ମନାଇଛନ୍ତି ଆସାମର ଜଣେ ବ୍ୟକ୍ତି । ମାନିକ  ଅଲୀ ନାମକ ଯୁବକ ଜଣକ ଛାଡ଼ପତ୍ର ପରେ ପ୍ରାୟ ୪୦ ଲିଟର କ୍ଷୀରରେ ଗାଧୋଇଛନ୍ତି । କ୍ୟାମେରା ଆଗରେ ସେ ‘ଆଜିଠାରୁ ମୁଁ ସ୍ୱୀଧୀନ’ ବୋଲି କହୁଥିବା  ଶୁଣିବାକୁ ମିଳିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ବହୁସଂଖ୍ୟାରେ ଲୋକ  ମଜାଳିଆ କମେଣ୍ଟ ଦେଇଛନ୍ତି ।  



ସୂଚନାଥାଉକି, ମାନିକ ଅଲୀ ନଲବାରି ଜିଲ୍ଲାର  ବାସିନ୍ଦା । ତାଙ୍କ ସ୍ତ୍ରୀଙ୍କ ଅନ୍ୟ  କାହା ସହ ପରକୀୟା ପ୍ରୀତି  ଥିଲା । ଏପରିକି ମହିଳା ଜଣକ  ତାଙ୍କ ପ୍ରେମିକଙ୍କ ସହ ୨ ଥର ଘରୁ ପଳାଇଥିଲେ ।  କିନ୍ତୁ ମାନିକ ସାମାଜିକ ଚାପ ଏବଂ ତାଙ୍କ ଝିଅର  ଭବିଷ୍ୟତକୁ ଦୃଷ୍ଟିରେ ରଖି ବିବାହ ବଞ୍ଚାଇବାକୁ  ଉଦ୍ୟମ କରିଥିଲେ । ହେଲେ ତାଙ୍କ ସ୍ତ୍ରୀ ସୁଧୁରି ନ  ଥିଲେ । ତେଣୁ ମାନିକ ଆଇନଗତ ଭାବେ ସ୍ତ୍ରୀଙ୍କୁ  ଛାଡ଼ପତ୍ର ଦେବାକୁ ସ୍ଥିର କରିଥିଲେ । ଶେଷରେ  ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ଏଥିରେ ମାନିକ ବେଶ୍‌ ଖୁସି ହୋଇଥିଲେ । ଖୁସି ମନାଇବାକୁ ସେ ୪ଟି ବାଲ୍‌ଟିରେ କ୍ଷୀର ଆଣି  ଘର ବାହାରେ ଛିଡ଼ା ହୋଇ ନିଜ ଉପରେ ଢାଳିଥିଲେ ।  

ଏହି ସମୟରେ ସେ କହିଥିଲେ ଯେ, ତାଙ୍କ ସ୍ତ୍ରୀ  ବାରମ୍ବାର ଘର ଛାଡ଼ି ପଳାଉଥିଲେ । ଘରର ଶାନ୍ତି  ପାଇଁ ଚୁପ୍‌ ରହିଥିଲି । କିନ୍ତୁ ଶେଷ ଥର ତାଙ୍କ ସ୍ତ୍ରୀ  ସାଙ୍ଗରେ ଝିଅକୁ ନେଇ ପଳାଇଥିଲେ । ଏହା ତାଙ୍କୁ  ବେଶ୍‌ ବାଧିଥିଲା । ତେଣୁ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର  ଦେବାକୁ ବାଧ୍ୟ ହୋଇଥିଲେ ବୋଲି ମାନିକ କହିଛନ୍ତି ।  ଭିଡିଓ ଭାଇରାଲ ହେବା ପରେ ଅନେକ ବ୍ୟକ୍ତି  କମେଣ୍ଟରେ ମାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ଜଣେ କହିଛନ୍ତି, ମାନିକ ସ୍ୱର୍ଗର ରାସ୍ତା ବାଛିଛନ୍ତି।