କଂଗ୍ରେସ ଯଦି ଅନୁରୋଧ କରେ ଆସାମରେ ଗୋମାଂସ ବନ୍ଦ କରିଦେବି: ହିମନ୍ତ ବିଶ୍ୱ ଶର୍ମା

ଦିସପୁର: କଂଗ୍ରେସ ଯଦି ଅନୁରୋଧ କରେ ଆସାମରେ ଗୋମାଂସ ବନ୍ଦ କରିଦେବି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେ କହିଛନ୍ତି ଯଦି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭୁପେନ କୁମାର ବୋର୍ହା ରାଜ୍ୟରେ ଗୋମାଂସ ବନ୍ଦ କରାଯାଉ ବୋଲି ଲିଖିତ ଦାବି କରନ୍ତି ତେବେ ଆସାମରେ ଏହା ବନ୍ଦ କରିଦିଆଯିବ। ଆସାମ କଂଗ୍ରେସ ବିଜେପି ଉପରେ ଗୋମାଂସ ବାଣ୍ଟୁଥିବାର ଅଭିଯୋଗ ଆଣିଥିଲ। ବିଜେପି ଭୋଟ ହାତେଇବା ପାଇଁ କଂଗ୍ରେସ ପ୍ରଭାବିତ ମୁସ୍ଲିମପ୍ରବଣ ଏରିଆରେ ଗୋମାଂସ ବାଣ୍ଟୁଥିଲା ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଥିଲା। ଯାହାର ଉତ୍ତର ହିମନ୍ତ ବିଶ୍ୱ ଶର୍ମା ଏମିତି ଢଙ୍ଗରେ ଦେଇଛନ୍ତି। ଆଉ କହିଛନ୍ତି ଯେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିବାରୁ ସେ ବେଶ୍ ଖୁସୀ।ସାମ୍ବାଦିକଙ୍କୁ ଉତ୍ତର ଦେଇ ଶ୍ରୀ ଶର୍ମା କହିଛନ୍ତି “୨୫ ବର୍ଷ ହେଲା ସମାଗୁରୀ କଂଗ୍ରେସର ଗଡ଼ ରହିଥିଲା। ହେଲେ ଦଳ ୨୭ ହଜାରରେ ଭୋଟ୍‌ରେ ଏଠାରୁ ହାରିବା ଇତିହାସରେ ସବୁଠାରୁ ବଡ ଲଜ୍ଜାଜନକ ବିଷୟ। ବିଜେପିର ବିଜୟ ଅପେକ୍ଷା ଏହା କଂଗ୍ରେସର ପରାଜୟ।” ସୂଚନା ଥାଉକି ଗତ ମାସରେ ମୁସ୍ଲିମ ବହୁଳ ନିର୍ବାଚନ ମଣ୍ଡଳୀ ସମାଗୁରୀରେ ହୋଇଥିବା ବିଧାନସଭା ଉପନିର୍ବାଚନରେ ବିଜେପିର ଦୀପ୍ଲୁ ରଞ୍ଜନ କଂଗ୍ରେସର ତାଞ୍ଜିଲଙ୍କୁ ୨୪,୫୦୧ ଭୋଟ୍‌ରେ ପରାସ୍ତ କରିଥିଲେ। ତାଞ୍ଜିଲ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ରକିବୁଲ ହସନଙ୍କ ପୁଅ। ତାଞ୍ଜିଲ ହାରିଯିବା ପରେ ରକିବଲୁ ହସନ ବିଜେପି ଗୋ

କଂଗ୍ରେସ ଯଦି ଅନୁରୋଧ କରେ ଆସାମରେ ଗୋମାଂସ ବନ୍ଦ କରିଦେବି: ହିମନ୍ତ ବିଶ୍ୱ ଶର୍ମା

ଦିସପୁର: କଂଗ୍ରେସ ଯଦି ଅନୁରୋଧ କରେ ଆସାମରେ ଗୋମାଂସ ବନ୍ଦ କରିଦେବି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେ କହିଛନ୍ତି ଯଦି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭୁପେନ କୁମାର ବୋର୍ହା ରାଜ୍ୟରେ ଗୋମାଂସ ବନ୍ଦ କରାଯାଉ ବୋଲି ଲିଖିତ ଦାବି କରନ୍ତି ତେବେ ଆସାମରେ ଏହା ବନ୍ଦ କରିଦିଆଯିବ। 

ଆସାମ କଂଗ୍ରେସ ବିଜେପି ଉପରେ ଗୋମାଂସ ବାଣ୍ଟୁଥିବାର ଅଭିଯୋଗ ଆଣିଥିଲ। ବିଜେପି ଭୋଟ ହାତେଇବା ପାଇଁ କଂଗ୍ରେସ ପ୍ରଭାବିତ ମୁସ୍ଲିମପ୍ରବଣ ଏରିଆରେ ଗୋମାଂସ ବାଣ୍ଟୁଥିଲା ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଥିଲା। ଯାହାର ଉତ୍ତର ହିମନ୍ତ ବିଶ୍ୱ ଶର୍ମା ଏମିତି ଢଙ୍ଗରେ ଦେଇଛନ୍ତି। ଆଉ କହିଛନ୍ତି ଯେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିବାରୁ ସେ ବେଶ୍ ଖୁସୀ।

ସାମ୍ବାଦିକଙ୍କୁ ଉତ୍ତର ଦେଇ ଶ୍ରୀ ଶର୍ମା କହିଛନ୍ତି “୨୫ ବର୍ଷ ହେଲା ସମାଗୁରୀ କଂଗ୍ରେସର ଗଡ଼ ରହିଥିଲା। ହେଲେ ଦଳ ୨୭ ହଜାରରେ ଭୋଟ୍‌ରେ ଏଠାରୁ ହାରିବା ଇତିହାସରେ ସବୁଠାରୁ ବଡ ଲଜ୍ଜାଜନକ ବିଷୟ। ବିଜେପିର ବିଜୟ ଅପେକ୍ଷା ଏହା କଂଗ୍ରେସର ପରାଜୟ।” ସୂଚନା ଥାଉକି ଗତ ମାସରେ ମୁସ୍ଲିମ ବହୁଳ ନିର୍ବାଚନ ମଣ୍ଡଳୀ ସମାଗୁରୀରେ ହୋଇଥିବା ବିଧାନସଭା ଉପନିର୍ବାଚନରେ ବିଜେପିର ଦୀପ୍ଲୁ ରଞ୍ଜନ କଂଗ୍ରେସର ତାଞ୍ଜିଲଙ୍କୁ ୨୪,୫୦୧ ଭୋଟ୍‌ରେ ପରାସ୍ତ କରିଥିଲେ। 

ତାଞ୍ଜିଲ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ରକିବୁଲ ହସନଙ୍କ ପୁଅ। ତାଞ୍ଜିଲ ହାରିଯିବା ପରେ ରକିବଲୁ ହସନ ବିଜେପି ଗୋମାଂସ ବାଣ୍ଟି ଜିତିଛି ବୋଲି ଅଭିଯୋଗ ଲଗାଇଥିଲେ। ଏହାପରେ ହିମନ୍ତ ବିଶ୍ୱ ଶର୍ମା କହିଥିଲେ “ ମୁଁ ରକିବୁଲ ହୁସେନଙ୍କୁ କହିବାକୁ ଚାହେଁ ଯେ ରାଜ୍ୟରେ ଗୋମାଂସ ବ୍ୟାନ କରାଯିବା ଉଚିତ। କାରଣ ସେ ନିଜେ ହିଁ ଏହାକୁ ଭୁଲ୍ ବୋଲି କହୁଛନ୍ତି। ନା ବିଜେପି ନା କଂଗ୍ରେସ ଏ ଦିଗରେ କେହି ବି କହିବା ଉଚିତ ନୁହେଁ, କେବଳ ସେ ମୋତେ ଲିଖିତ ଆକାରରେ ଏହା ଦିଅନ୍ତୁ। ପ୍ରକୃତରେ ଆସାମରେ ଏହାକୁ ନିଷିଦ୍ଧ କରାଯିବା ଉଚିତ। ଯଦି ଆମେ ତାହା କରିବା, ସମସ୍ତ ସମସ୍ୟାର ସମାଧାନ ହେବ।”

ବିଶ୍ୱ ଶର୍ମା ଆହୁରି କହିଛନ୍ତି ଯେ ରକିବୁଲଙ୍କ କଥାକୁ ନେଇ ସେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭୁପେନ ବୋହରାଙ୍କୁ ଚିଠି ଲେଖିବେ। ରକିବୁଲଙ୍କ ପରି କଣ ସେ ବି ବିଫ ବ୍ୟାନ୍ ଲଗାଇବାକୁ ଚାହୁଛନ୍ତି କି ନାହିଁ ପଚାରିବେ। ଯଦି ଥିବ ତେବେ ସେ ମୋତେ ଜଣାଇବେ। ଏହାପରେ ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ବିଫ୍ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇ ଦେବି। ଯାହା ଫଳରେ ବିଜେପି, ଏଜିପି, ସିପିଏମ୍ କେହି ବି ଭୋଟରଙ୍କୁ ଗୋମାଂଶ ଯାଚି ପାରିବେନି। ଏବଂ ହିନ୍ଦୁ, ମୁସ୍ଲି ଏବଂ ଖ୍ରୀଷ୍ଟିଆନ ସମସ୍ତେ ଗୋମାଂସ ଖାଇବା ବନ୍ଦ କରିଦେବେ। ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି।   

ସୂଚନା ଥାଉକି, ଆସାମରେ ଗୋମାଂସ ଖାଇବା ବେଆଇନ ନୁହେଁ, କିନ୍ତୁ ୨୦୨୧ର ଆସାମ ଗୋ ସଂରକ୍ଷଣ ଅଧିନିୟମ ଅନୁସାରେ ଯେଉଁଠାରେ ହିନ୍ଦୁ, ଜୈନ ଏବଂ ଶିଖ୍ ସଂଖ୍ୟାଗରିଷ୍ଠତା ଏବଂ ମନ୍ଦିର ଥିବା ତା’ ଠାରୁ ପାଞ୍ଚ କିଲୋମିଟର ଦୂରତା ମଧ୍ୟରେ ଗୋରୁ ମାରିବା ଏବଂ ଗୋମାଂସ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି।