ବଦଳୁଛି ଭୂତ ଫିଲ୍ମର ସଂଜ୍ଞା
ବଲିଉଡରେ ବର୍ତ୍ତମାନ ହରର ଫିଲ୍ମର ସଂଜ୍ଞା ବଦଳିବାରେ ଲାଗିଛି । ନିକଟରେ ରିଲିଜ ହୋଇଛି ଫିଲ୍ମ ମା’ର ଟ୍ରେଲର । ଛୋରୀ ୨ପରେ ନିର୍ଦ୍ଦେଶକ ବିଶାଲ ଫୁରିୟାଙ୍କର ଏ ହେଉଛି ଦ୍ୱିତୀୟ ହରର ସ୍ପେସ ଫିଲ୍ମ । ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକ ବଲିଉଡରେ ହରର ଫିଲ୍ମର ସଂଜ୍ଞା ବଦଳୁଥିବା ନେଇ ଆଲୋଚନା କରୁଛନ୍ତି । ଏଥିରେ ଲିଡ୍ ରୋଲରେ ଦର୍ଶକ କାଜୋଲଙ୍କୁ ଦେଖିବାକୁ ପାଇବେ । ଏହା ଏକ ସ୍ୱତନ୍ତ୍ରଧରଣର ମାଇଥୋଲୋଜିକାଲ ହରର […]

ବଲିଉଡରେ ବର୍ତ୍ତମାନ ହରର ଫିଲ୍ମର ସଂଜ୍ଞା ବଦଳିବାରେ ଲାଗିଛି । ନିକଟରେ ରିଲିଜ ହୋଇଛି ଫିଲ୍ମ ମା’ର ଟ୍ରେଲର । ଛୋରୀ ୨ପରେ ନିର୍ଦ୍ଦେଶକ ବିଶାଲ ଫୁରିୟାଙ୍କର ଏ ହେଉଛି ଦ୍ୱିତୀୟ ହରର ସ୍ପେସ ଫିଲ୍ମ । ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକ ବଲିଉଡରେ ହରର ଫିଲ୍ମର ସଂଜ୍ଞା ବଦଳୁଥିବା ନେଇ ଆଲୋଚନା କରୁଛନ୍ତି । ଏଥିରେ ଲିଡ୍ ରୋଲରେ ଦର୍ଶକ କାଜୋଲଙ୍କୁ ଦେଖିବାକୁ ପାଇବେ । ଏହା ଏକ ସ୍ୱତନ୍ତ୍ରଧରଣର ମାଇଥୋଲୋଜିକାଲ ହରର ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି । ଏହି ଫିଲ୍ମଟି ପୂର୍ବରୁ ଆସିଥିବା ଅଜୟ ଦେବଗନ ଓ ଆର୍ ମାଧବନଙ୍କର ଶୈତାନର ଏକ ଭାଗ ବୋଲି ଜଣା ପଡିଛି । ସେହିଭଳି ଏହି ଫିଲ୍ମରେ ଅଭିନୟ କରି କାଜୋଲ ମଧ୍ୟ ଖୁବ ଖୁସି ଅଛନ୍ତି । ପ୍ରଥମଥର ପାଇଁ ଏଭଳି ଏକ ପୌରାଣିକ ଭୂତ ସିନେମାରେ ସେ ଅଭିନୟ କରିଥିବାରୁ ଖୁବ ଉତ୍ସାହିତ ଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଫିଲ୍ମଟି ଗୋଟିଏ ମା’ ଓ ଝିଅର ରହସ୍ୟମୟ ଯାତ୍ରାକୁ ନେଇ ଗତିଶୀଳ । ସେମାନଙ୍କର ସାମନା ଏଭଳି ଏକ ଗାଁ ସହିତ ହୁଏ ଯାହା ଅଭିଶପ୍ତ । ସେହିଭଳି ଏହି ଫିଲ୍ମ ଜରିଆରେ ମେକର୍ସ ବିଶ୍ୱର ସମସ୍ତ ମାଆଙ୍କୁ ସମ୍ମାନ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଦର୍ଶକଙ୍କୁ ଏହି ଭିନ୍ନ ସ୍ୱାଦର ଭୂତ ଫିଲ୍ମ ଖୁବ ପସନ୍ଦ ଆସି ବୋଲି କାଜୋଲଙ୍କ ସମେତ ପୁରା ୟୁନିଟ୍ ଆଶା ରଖିଛନ୍ତି ।