ପୁଅକୁ ନେଇ ଯାଇଥିଲେ କୁକୁଡ଼ା ଫାର୍ମ: ଘଟିଲା ଅଘଟଣ, କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ
ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ବଡ଼ଦାଣ୍ଡ ସାହିର ରଞ୍ଜନ ବିଷୋୟୀଙ୍କ ବଡ଼ ପୁଅ ଚନ୍ଦନ(୭) ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସକାଳେ ରଞ୍ଜନ ପୁଅକୁ ସାଙ୍ଗରେ ନେଇ ଟି.ଗୋବିନ୍ଦପୁର ପଞ୍ଚାୟତ ରାଜନାପଲ୍ଲୀ ଗ୍ରାମ ନିକଟରେ ଥିବା ତାଙ୍କ କୁକୁଡ଼ା ଫାର୍ମକୁ ଯାଇଥିଲେ। ରଞ୍ଜନ ଫାର୍ମରେ କାମ କରୁଥିବା ବେଳେ ଚନ୍ଦନ ସେଠାରେ ଥିବା ପାଣିକୁଣ୍ଡ ନିକଟରେ ଖେଳୁଥିଲେ। ଅସାବଧାନତା କାରଣରୁ ଚନ୍ଦନ […] The post ପୁଅକୁ ନେଇ ଯାଇଥିଲେ କୁକୁଡ଼ା ଫାର୍ମ: ଘଟିଲା ଅଘଟଣ, କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ appeared first on Dharitri Odia News.
ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ବଡ଼ଦାଣ୍ଡ ସାହିର ରଞ୍ଜନ ବିଷୋୟୀଙ୍କ ବଡ଼ ପୁଅ ଚନ୍ଦନ(୭) ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସକାଳେ ରଞ୍ଜନ ପୁଅକୁ ସାଙ୍ଗରେ ନେଇ ଟି.ଗୋବିନ୍ଦପୁର ପଞ୍ଚାୟତ ରାଜନାପଲ୍ଲୀ ଗ୍ରାମ ନିକଟରେ ଥିବା ତାଙ୍କ କୁକୁଡ଼ା ଫାର୍ମକୁ ଯାଇଥିଲେ। ରଞ୍ଜନ ଫାର୍ମରେ କାମ କରୁଥିବା ବେଳେ ଚନ୍ଦନ ସେଠାରେ ଥିବା ପାଣିକୁଣ୍ଡ ନିକଟରେ ଖେଳୁଥିଲେ। ଅସାବଧାନତା କାରଣରୁ ଚନ୍ଦନ ପାଣିକୁଣ୍ଡରେ ପଡ଼ିଯାଇଥିଲେ। ରଞ୍ଜନ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରଞ୍ଜନଙ୍କ ବୟାନ ରେକର୍ଡ କରିବାସହ ମୃତ୍ୟୁର କାରଣ ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଥାନା ଅପମୃତ୍ୟୁ ମାମଲା ନଂ.୧୨/୨୫ ଅନୁଯାୟୀ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
The post ପୁଅକୁ ନେଇ ଯାଇଥିଲେ କୁକୁଡ଼ା ଫାର୍ମ: ଘଟିଲା ଅଘଟଣ, କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ appeared first on Dharitri Odia News.