ଆଜି ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ହରିୟାଣା, ମୁମ୍ବାଇ ଗସ୍ତ
ଭୁବନେଶ୍ୱର,୧୬ା୧୦(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୪ ଦିନିଆ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ୧୬ ତାରିଖ ଅପରାହ୍ନରେ ସେ ହରିୟାଣା ଅଭିମୁଖେ ଗସ୍ତକରି ୧୭ ତାରିଖ ଦିନ ଚଣ୍ଡିଗଡ଼ଠାରେ ନବଗଠିତ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ସେଦିନ ଅପରାହ୍ନରେ ଚଣ୍ଡିଗଡ଼ଠାରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ। ଚଣ୍ଡିଗଡ଼ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ୧୮ ତାରିଖରେ ଇଣ୍ଡିଆନ୍ କେମିକାଲ୍ସ ଆଣ୍ଡ ପେଟ୍ରୋ କେମିକାଲ୍ସ ସମ୍ମିଳନୀରେ ଯୋଗଦେବେ। ୧୮ […] The post ଆଜି ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ହରିୟାଣା, ମୁମ୍ବାଇ ଗସ୍ତ appeared first on Dharitri Odia News.
ଭୁବନେଶ୍ୱର,୧୬ା୧୦(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୪ ଦିନିଆ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ୧୬ ତାରିଖ ଅପରାହ୍ନରେ ସେ ହରିୟାଣା ଅଭିମୁଖେ ଗସ୍ତକରି ୧୭ ତାରିଖ ଦିନ ଚଣ୍ଡିଗଡ଼ଠାରେ ନବଗଠିତ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ସେଦିନ ଅପରାହ୍ନରେ ଚଣ୍ଡିଗଡ଼ଠାରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ।
ଚଣ୍ଡିଗଡ଼ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ୧୮ ତାରିଖରେ ଇଣ୍ଡିଆନ୍ କେମିକାଲ୍ସ ଆଣ୍ଡ ପେଟ୍ରୋ କେମିକାଲ୍ସ ସମ୍ମିଳନୀରେ ଯୋଗଦେବେ। ୧୮ ଓ ୧୯ ତାରିଖରେ ସେ ମୁମ୍ବାଇସ୍ଥିତ ହୋଟେଲ ଓବରଏରେ ୨୦୨୫ ଫେବୃୟାରୀ ୨୮ ଓ ୨୯ରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା’ ପାଇଁ ଅନୁଷ୍ଠିତ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବେ। ୧୯ ତାରିଖ ସାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବା କାର୍ଯ୍ୟକ୍ରମ ରହିଛି। ମୁମ୍ବାଇଠାରେ ଅନୁଷ୍ଠିତ ଦୁଇଦିନିଆ ନିବେଶକ ସମ୍ମିଳନୀ ଓ ରୋଡ୍ ଶୋ’ରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ। ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବାଇରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ।
The post ଆଜି ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ହରିୟାଣା, ମୁମ୍ବାଇ ଗସ୍ତ appeared first on Dharitri Odia News.