କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, କହ୍ନେୟା କୁମାର, ଚରଣଜିତ ସିଂହ ଚନ୍ନିଙ୍କୁ ମିଳିଲା ଟିକେଟ

ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରବିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସର ଏହି ପ୍ରାର୍ଥୀ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଉତ୍ତର ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ କଂଗ୍ରେସ ଟିକେଟ ଦେଇଛି। କହ୍ନେୟା କୁମାର ଭାଜପା ପ୍ରାର୍ଥୀ ମନୋଜ ତିୱାରୀଙ୍କୁ ଟକ୍କର ଦେବେ। ସେହିପରି ଦିଲ୍ଲୀର ଚାନ୍ଦନୀ ଚୌକ ଆସନରୁ ଜେପି ଅଗ୍ରୱାଲ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀର ଉଦିତ ରାଜଙ୍କୁ ଟିକେଟ […] The post କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, କହ୍ନେୟା କୁମାର, ଚରଣଜିତ ସିଂହ ଚନ୍ନିଙ୍କୁ ମିଳିଲା ଟିକେଟ appeared first on Dharitri Odia News.

କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, କହ୍ନେୟା କୁମାର, ଚରଣଜିତ ସିଂହ ଚନ୍ନିଙ୍କୁ ମିଳିଲା ଟିକେଟ

ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରବିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସର ଏହି ପ୍ରାର୍ଥୀ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଉତ୍ତର ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ କଂଗ୍ରେସ ଟିକେଟ ଦେଇଛି। କହ୍ନେୟା କୁମାର ଭାଜପା ପ୍ରାର୍ଥୀ ମନୋଜ ତିୱାରୀଙ୍କୁ ଟକ୍କର ଦେବେ।
ସେହିପରି ଦିଲ୍ଲୀର ଚାନ୍ଦନୀ ଚୌକ ଆସନରୁ ଜେପି ଅଗ୍ରୱାଲ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀର ଉଦିତ ରାଜଙ୍କୁ ଟିକେଟ ଦିଆଯାଇଛି। କଂଗ୍ରେସ ପଟିଆଲାରୁ ଧରମବୀର ଗାନ୍ଧୀ, ସଙ୍ଗରୁରୁ ସୁଖପାଲ ସିଂ ଖୈରା, ଅମୃତସରରୁ ଗୁରୁଜିତ ଔଜଲା, ଜଳନ୍ଧରରୁ ଚରଣଜିତ ସିଂ ଚନ୍ନି ଏବଂ ଆହ୍ଲାବାଦରୁ ଉଜ୍ୱଳ ରେବତୀ ରମଣ ସିଂଙ୍କୁ ଟିକେଟ ଦେଇଛନ୍ତି।
କହ୍ନେୟା କୁମାର ବିହାରର ବେଗୁସରାଇର ବାସିନ୍ଦା। ୨୦୧୯ ଲୋକ ସଭା ନିର୍ବାଚନରେ ସେ ସିପିଆଇ ଟିକେଟରେ ବେଗୁସରାଇ ଲୋକ ସଭା ଆସନରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହି ନିର୍ବାଚନରେ ତାଙ୍କୁ ୪ଲକ୍ଷରୁ ଅଧିକ ଭୋଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ, କହ୍ନେୟା କୁମାର ୨୦୨୧ରେ କଂଗ୍ରେସରେ ଯୋଗ ଦେଇଥିଲେ।

The post କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, କହ୍ନେୟା କୁମାର, ଚରଣଜିତ ସିଂହ ଚନ୍ନିଙ୍କୁ ମିଳିଲା ଟିକେଟ appeared first on Dharitri Odia News.