ଯାତ୍ରୀଙ୍କ ସହ ସେଲ୍‌ଫି ନେଲେ, ଛୋଟ ପିଲାଙ୍କୁ କାଖେଇଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୬ା୬: କେନ୍ଦ୍ର ମନ୍ତ୍ରୀ ହେବା ପରେ ଶିବରାଜ ସିଂ ଚୌହାନ ରବିବାର ଟ୍ରେନ୍‌ ଯୋଗେ ଭୋପାଳକୁ ଫେରିଥିଲେ। ସେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ସାଧାରଣ ଲୋକଙ୍କ ସହ କଥା ହୋଇଥିଲେ। ସେ ଏହି ଯାତ୍ରାର ଫଟୋ ଏବେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ମଧ୍ୟପ୍ରଦେଶର ୧୭ ବର୍ଷ ମୁଖ୍ୟମନ୍ତ୍ରୀ ହେବା ପରେ ଶିବରାଜ କେନ୍ଦ୍ରରେ କୃଷିମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ଶିବରାଜ ବିଦିଶାରୁ ରେକର୍ଡ ବିଜୟ ହାସଲ କରିଛନ୍ତି। ସେ […] The post ଯାତ୍ରୀଙ୍କ ସହ ସେଲ୍‌ଫି ନେଲେ, ଛୋଟ ପିଲାଙ୍କୁ କାଖେଇଲେ ମନ୍ତ୍ରୀ appeared first on Dharitri Odia News.

ଯାତ୍ରୀଙ୍କ ସହ ସେଲ୍‌ଫି ନେଲେ, ଛୋଟ ପିଲାଙ୍କୁ କାଖେଇଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୬ା୬: କେନ୍ଦ୍ର ମନ୍ତ୍ରୀ ହେବା ପରେ ଶିବରାଜ ସିଂ ଚୌହାନ ରବିବାର ଟ୍ରେନ୍‌ ଯୋଗେ ଭୋପାଳକୁ ଫେରିଥିଲେ। ସେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ସାଧାରଣ ଲୋକଙ୍କ ସହ କଥା ହୋଇଥିଲେ। ସେ ଏହି ଯାତ୍ରାର ଫଟୋ ଏବେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ମଧ୍ୟପ୍ରଦେଶର ୧୭ ବର୍ଷ ମୁଖ୍ୟମନ୍ତ୍ରୀ ହେବା ପରେ ଶିବରାଜ କେନ୍ଦ୍ରରେ କୃଷିମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଲୋକ ସଭା ନିର୍ବାଚନରେ ଶିବରାଜ ବିଦିଶାରୁ ରେକର୍ଡ ବିଜୟ ହାସଲ କରିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ପ୍ରତାପ ଭାନୁ ଶର୍ମାଙ୍କୁ ୮ ଲକ୍ଷରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି।

ଏହି ସମୟରେ ଶିବରାଜ ଟ୍ରେନ୍‌ ଯୋଗେ ଭୋପାଳ ଅଭିମୁଖେ ଯାତ୍ରା କରିଥିଲେ ଏବଂ ସେଠାରେ ସେ ଲୋକଙ୍କ ସହ କଥା ହୋଇଥିଲେ।

ସେ ଏକ ଛୋଟ ପିଲାକୁ କୋଳରେ ନେଇଥିଲେ। ଏହା ବ୍ୟତୀତ ଆଗ୍ରା ଷ୍ଟେଶନରେ ଭାଜପା ସମର୍ଥକମାନେ ତାଙ୍କୁ ସ୍ବାଗତ କରିଥିଲେ।

ଏହି ଖୁସି ମୁହୂର୍ତ୍ତର ଫଟୋ ଶିବରାଜ ସୋସିଆଲ ମିଡିଆରେ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ‘ଟ୍ରେନ୍‌ ଯାତ୍ରା ନିଜର ଏକ ସ୍ବତନ୍ତ୍ର ଆନନ୍ଦ ଅଟେ, କିଛି ଘଣ୍ଟା ଯାତ୍ରା ସମୟରେ ସହ-ଯାତ୍ରୀମାନଙ୍କ ସହିତ ଏକ ଅନ୍ତରଙ୍ଗ ସମ୍ପର୍କ ସୃଷ୍ଟି ହୁଏ।
ଏହି ସମୟରେ ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର କୃଷକଙ୍କ କଲ୍ୟାଣ ପାଇଁ ଯୋଜନା ଜାରି ରହିଛି। ସେହି କାର୍ଯ୍ୟଗୁଡ଼ିକୁ ଆଗକୁ ନେବାକୁ ପଡ଼ିବ।

The post ଯାତ୍ରୀଙ୍କ ସହ ସେଲ୍‌ଫି ନେଲେ, ଛୋଟ ପିଲାଙ୍କୁ କାଖେଇଲେ ମନ୍ତ୍ରୀ appeared first on Dharitri Odia News.