କୋଣାର୍କ ସୂତା କଳରୁ ଚୋରି: ପୋଲିସର ତଦନ୍ତ ଆରମ୍ଭ
କେସିଙ୍ଗା,୨।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ କୋଣାର୍କ ସୂତା କଳର ଜିନିଙ୍ଗ ମିଲରୁ ଲକ୍ଷାଧିକ ଟଙ୍କାର ତମ୍ବା ତାର ଚୋରି ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ମିଲରେ କାର୍ଯ୍ୟରତ କର୍ମଚାରୀ ଗତ ଦୁଇମାସ ତଳେ ଜିନିଙ୍ଗର ସିଲ ଭିତରକୁ ଯାଇ ତନଖ କରିଥିବା ବେଳେ ସବୁ ଠିକ ଥିବା ଦେଖୁବାକୁ ପାଇଥିଲେ। କିନ୍ତୁ ଗତ ଜୁଲାଇ ୩୧ ତାରିଖ ବିଳମ୍ବ ରାତିରେ ମିଲର ମେଶିନ ଗୁଡ଼ିକରେ ଲାଗିଥିବା କପର୍ ତାର ଚୋରି ହୋଇଥିବା ନେଇ […] The post କୋଣାର୍କ ସୂତା କଳରୁ ଚୋରି: ପୋଲିସର ତଦନ୍ତ ଆରମ୍ଭ appeared first on Dharitri Odia News.
କେସିଙ୍ଗା,୨।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ କୋଣାର୍କ ସୂତା କଳର ଜିନିଙ୍ଗ ମିଲରୁ ଲକ୍ଷାଧିକ ଟଙ୍କାର ତମ୍ବା ତାର ଚୋରି ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ମିଲରେ କାର୍ଯ୍ୟରତ କର୍ମଚାରୀ ଗତ ଦୁଇମାସ ତଳେ ଜିନିଙ୍ଗର ସିଲ ଭିତରକୁ ଯାଇ ତନଖ କରିଥିବା ବେଳେ ସବୁ ଠିକ ଥିବା ଦେଖୁବାକୁ ପାଇଥିଲେ। କିନ୍ତୁ ଗତ ଜୁଲାଇ ୩୧ ତାରିଖ ବିଳମ୍ବ ରାତିରେ ମିଲର ମେଶିନ ଗୁଡ଼ିକରେ ଲାଗିଥିବା କପର୍ ତାର ଚୋରି ହୋଇଥିବା ନେଇ କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଥାନାରେ ଏକ ମାମଲା(ନଂ.୨୭୩/୨୪) ରୁଜୁ କରିଛି। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।
The post କୋଣାର୍କ ସୂତା କଳରୁ ଚୋରି: ପୋଲିସର ତଦନ୍ତ ଆରମ୍ଭ appeared first on Dharitri Odia News.