ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ପରଲୋକ

ନୂଆଦିଲ୍ଲୀ,୯।୧:ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ବିନୁଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ହେତୁ ସେ କୋଏମ୍ବାଟୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ମାଲାୟାଲମ ସିନେମାରେ ସୁରେଶ-ବିନୁ ଯୋଡି ବହୁତ ଲୋକପ୍ରିୟ ଥିଲେ। ଦୁହେଁ ଏକାଠି ଅନେକ ମାଲାୟାଲମ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏଥିମଧ୍ୟରେ ‘ମଙ୍ଗଲମ ଭିଥିଲ ମାନାସେଶ୍ୱରୀ ଗୁପ୍ତା’, ‘କୁସୁରୁତି କାଟୁ’ ଏବଂ ‘ଆୟୁଷ୍ମାନ ଭବ’ ରହିଛି। ଉଭୟେ ଏକାଠି କରିଥିବା ଶେଷ ଚଳଚ୍ଚିତ୍ରଟି […] The post ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ପରଲୋକ appeared first on Dharitri Odia News.

ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ପରଲୋକ

ନୂଆଦିଲ୍ଲୀ,୯।୧:ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ବିନୁଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ହେତୁ ସେ କୋଏମ୍ବାଟୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।
ମାଲାୟାଲମ ସିନେମାରେ ସୁରେଶ-ବିନୁ ଯୋଡି ବହୁତ ଲୋକପ୍ରିୟ ଥିଲେ। ଦୁହେଁ ଏକାଠି ଅନେକ ମାଲାୟାଲମ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏଥିମଧ୍ୟରେ ‘ମଙ୍ଗଲମ ଭିଥିଲ ମାନାସେଶ୍ୱରୀ ଗୁପ୍ତା’, ‘କୁସୁରୁତି କାଟୁ’ ଏବଂ ‘ଆୟୁଷ୍ମାନ ଭବ’ ରହିଛି। ଉଭୟେ ଏକାଠି କରିଥିବା ଶେଷ ଚଳଚ୍ଚିତ୍ରଟି ହେଲା‘କାନିଚୁକୁଲଙ୍ଗାରାୟିଲ ସିବିଆଇ’, ଯାହା ୨୦୦୮ରେ ମୁକ୍ତିଲାଭ କରିଥିଲା।

 

The post ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ପରଲୋକ appeared first on Dharitri Odia News.