ଜଗତସିଂହପୁରରୁ ମୂର୍ତ୍ତି ଚୋରି ରାକେଟ ଠାବ; ୫୦ରୁ ଅଧିକ ମୂର୍ତ୍ତି ସହ ଜଣେ ଗିରଫ

କନକ ବ୍ୟୁରୋ : ଜଗତସିଂହପୁର ଜିଲାରେ ମୂର୍ତ୍ତି ଚୋରି ରାକେଟ୍ ଠାବ । ଚଢେଇ ଗାଁରେ ସଦର ପୋଲିସ ଚଢ଼ାଉ କରି ଜଣେ ମୂର୍ତ୍ତି ଚୋର ଗିରଫ କରିବା ସହ ଅଭିଯୁକ୍ତ ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି ସହ ପିତଳ ନାଗ ମୂର୍ତ୍ତି, ଘଣ୍ଟା ଓ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଅଭିଯୁକ୍ତ ଘର ଭିତରେ ମାଟି ତଳେ ମୂର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର ପୋଲିସ ସହାୟତାରେ ଏହାକୁ ଖୋଳା ଯାଇ ଉଦ୍ଧାର କରାଯାଇଛି । ଗତକାଲି ଖୋର୍ଦ୍ଧା ଜିଲା ବାଲିପାଟଣା ପୋଲିସ ଅଭିଯୁକ୍ତ ଦୁଇ ଭାଇ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟକୁ ଗିରଫ କରିଥିଲା । ଅଭିଯୁକ୍ତ ୩ ଭାଇ ଜିଲା ତଥା ଜିଲା ବାହାରୁ ବିଭିନ୍ନ ମନ୍ଦିରରୁ ମୂର୍ତି ଚୋରି କରି ଆସୁଥିଲେ ।

ଜଗତସିଂହପୁରରୁ ମୂର୍ତ୍ତି ଚୋରି ରାକେଟ ଠାବ; ୫୦ରୁ ଅଧିକ ମୂର୍ତ୍ତି ସହ ଜଣେ ଗିରଫ

କନକ ବ୍ୟୁରୋ : ଜଗତସିଂହପୁର ଜିଲାରେ ମୂର୍ତ୍ତି ଚୋରି ରାକେଟ୍ ଠାବ ଚଢେଇ ଗାଁରେ ସଦର ପୋଲିସ ଚଢ଼ାଉ କରି ଜଣେ ମୂର୍ତ୍ତି ଚୋର ଗିରଫ କରିବା ସହ ଅଭିଯୁକ୍ତ ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି ସହ ପିତଳ ନାଗ ମୂର୍ତ୍ତି, ଘଣ୍ଟା ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ

ଅଭିଯୁକ୍ତ ଘର ଭିତରେ ମାଟି ତଳେ ମୂର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଜଗତସିଂହପୁର ପୋଲିସ ସହାୟତାରେ ଏହାକୁ ଖୋଳା ଯାଇ ଉଦ୍ଧାର କରାଯାଇଛି ଗତକାଲି ଖୋର୍ଦ୍ଧା ଜିଲା ବାଲିପାଟଣା ପୋଲିସ ଅଭିଯୁକ୍ତ ଦୁଇ ଭାଇ ବରଦା ପ୍ରସନ୍ନ ଆଚାର୍ଯ୍ୟ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟକୁ ଗିରଫ କରିଥିଲା ଅଭିଯୁକ୍ତ ଭାଇ ଜିଲା ତଥା ଜିଲା ବାହାରୁ ବିଭିନ୍ନ ମନ୍ଦିରରୁ ମୂର୍ତି ଚୋରି କରି ଆସୁଥିଲେ