ଭିକ୍ଷା କରି ଦାନ କରନ୍ତି ଦିବ୍ୟାଙ୍ଗ ମଙ୍ଗୁଳି : ନା ଅଛି ଆଖି ନଥିବାର କ୍ଷୋଭ ..ନା ଦାରିଦ୍ର୍ୟ ସାଜିଛି ବାଧକ
କନକବ୍ୟୁରୋ : ସେ ଜଗତର ଠାକୁର ପାଖରେ ନିଜକୁ ପରା ମୁଁ ସର୍ମପି ଦେଇଛି ,ଆଉ କଣ ମୁଁ ଦୁଖୀ , ସେ ଆଖି ନଦେଇ ମଧ୍ୟ ମୁଁ ଧନୀ କାରଣ ସେ ପରା ମୋତେ ଜଗିଛି , ଗୀତରେ ସ୍ୱପରେ ନୟନରେ ମୁଁ ତାକୁ ଦେଖେ ସେତିକି ମୋର ସବୁ । ମୋର ଆଉ କଣ ଦରକାର ବାବୁ ତାକୁ ଦେଖି ମୋର କଟିଯାଉ ସବୁ ଦିନ ଏମିତି କିଛି କୁହନ୍ତି ମଙ୍ଗୁଳି ଦୃଷ୍ଟିବାଧିତା ଦିବ୍ୟାଙ୍ଗ ମଙ୍ଗୁଳି ବସନ୍ତିଆଙ୍କ ବଡ ହୃଦୟ। ଦିନ ତମାମ ଭିକ୍ଷା କରି ଯାହା ରୋଜଗାର କରନ୍ତି, ସେଥିରୁ କିଛି ନିଜେ ଖାଇବା ସହ ବଳକା ଅର୍ଥକୁ ଦାନ କରିଦିଅନ୍ତି। ମନ୍ଦିର ହୁଣ୍ଡିରେ ଦାନ ଦେବାରେ ମଙ୍ଗୁଳିଙ୍କ ମନକୁ ଶାନ୍ତିମିଳେ। ସରକାରୀ ଜମିରେ ଭଙ୍ଗା ଦଦରା ନୁଆଁଣିଆ ଚାଳ ଛପର ସ୍ୱାମୀ-ସ୍ତ୍ରୀ ଦୁହେଁ ରୁହନ୍ତି। କିନ୍ତୁ ମନ୍ଦିରରେ ଦିଅଁଙ୍କ ନୀତିକାନ୍ତିରେ ଖର୍ଚ୍ଚ ପାଇଁ କ୍ରମାଗତ ଭାବେ ଦାନ ଦେଇଥାନ୍ତି। ନିଜେ ସିନା ଚର୍ମ ଚକ୍ଷୁରେ ଠାକୁର କି ମନ୍ଦିରକୁ ଦେଖିପାରନ୍ତିନି, କିନ୍ତୁ ପ୍ରତି ମୂହୁର୍ତରେ ଅନୁଭବ କରନ୍ତି । ଆଉ ସେ ବୁଝି ସାରିଛନ୍ତି ଦାନ କରିବାରେ ଯେଉଁ ଆନନ୍ଦ ମିଳେ, ତାହା ଆଉ କେଉଁଥିରେ ମେଳିନି। କେନ୍ଦ୍ରାପଡା ମହାକାଳପଡା ବ୍ଲକ ବଡିହି ଗାଁରେ ରୁହନ୍ତି ସରକାରୀ ଜମିରେ ନୁଆଁଣିଆ ଚାଳ ଛପର ଘର କରି ଦୁହେଁ ମୁଣ୍ଡ ଗୁଁଜିଛନ୍ତି। ଭିକ୍ଷା କରି ଗୁଜୁରାଣ ମେଣ୍ଟାନ୍ତି। ଦିନ ସାରା ବିଭିନ୍ନ ଅଞ୍ଚଳରେ ବୁଲିବୁଲି ଯାହା ଭିକ ମାଗି ଆଣିଥାନ୍ତି ସେଥିରୁ ଅଳ୍ପ କିଛି ନିଜେ ଚଳିବ

କନକବ୍ୟୁରୋ : ସେ ଜଗତର ଠାକୁର ପାଖରେ ନିଜକୁ ପରା ମୁଁ ସର୍ମପି ଦେଇଛି ,ଆଉ କଣ ମୁଁ ଦୁଖୀ , ସେ ଆଖି ନଦେଇ ମଧ୍ୟ ମୁଁ ଧନୀ କାରଣ ସେ ପରା ମୋତେ ଜଗିଛି , ଗୀତରେ ସ୍ୱପରେ ନୟନରେ ମୁଁ ତାକୁ ଦେଖେ ସେତିକି ମୋର ସବୁ । ମୋର ଆଉ କଣ ଦରକାର ବାବୁ ତାକୁ ଦେଖି ମୋର କଟିଯାଉ ସବୁ ଦିନ ଏମିତି କିଛି କୁହନ୍ତି ମଙ୍ଗୁଳି
ଦୃଷ୍ଟିବାଧିତା ଦିବ୍ୟାଙ୍ଗ ମଙ୍ଗୁଳି ବସନ୍ତିଆଙ୍କ ବଡ ହୃଦୟ। ଦିନ ତମାମ ଭିକ୍ଷା କରି ଯାହା ରୋଜଗାର କରନ୍ତି, ସେଥିରୁ କିଛି ନିଜେ ଖାଇବା ସହ ବଳକା ଅର୍ଥକୁ ଦାନ କରିଦିଅନ୍ତି।
ମନ୍ଦିର ହୁଣ୍ଡିରେ ଦାନ ଦେବାରେ ମଙ୍ଗୁଳିଙ୍କ ମନକୁ ଶାନ୍ତିମିଳେ। ସରକାରୀ ଜମିରେ ଭଙ୍ଗା ଦଦରା ନୁଆଁଣିଆ ଚାଳ ଛପର ସ୍ୱାମୀ-ସ୍ତ୍ରୀ ଦୁହେଁ ରୁହନ୍ତି। କିନ୍ତୁ ମନ୍ଦିରରେ ଦିଅଁଙ୍କ ନୀତିକାନ୍ତିରେ ଖର୍ଚ୍ଚ ପାଇଁ କ୍ରମାଗତ ଭାବେ ଦାନ ଦେଇଥାନ୍ତି। ନିଜେ ସିନା ଚର୍ମ ଚକ୍ଷୁରେ ଠାକୁର କି ମନ୍ଦିରକୁ ଦେଖିପାରନ୍ତିନି, କିନ୍ତୁ ପ୍ରତି ମୂହୁର୍ତରେ ଅନୁଭବ କରନ୍ତି । ଆଉ ସେ ବୁଝି ସାରିଛନ୍ତି ଦାନ କରିବାରେ ଯେଉଁ ଆନନ୍ଦ ମିଳେ, ତାହା ଆଉ କେଉଁଥିରେ ମେଳିନି।
କେନ୍ଦ୍ରାପଡା ମହାକାଳପଡା ବ୍ଲକ ବଡିହି ଗାଁରେ ରୁହନ୍ତି ସରକାରୀ ଜମିରେ ନୁଆଁଣିଆ ଚାଳ ଛପର ଘର କରି ଦୁହେଁ ମୁଣ୍ଡ ଗୁଁଜିଛନ୍ତି। ଭିକ୍ଷା କରି ଗୁଜୁରାଣ ମେଣ୍ଟାନ୍ତି। ଦିନ ସାରା ବିଭିନ୍ନ ଅଞ୍ଚଳରେ ବୁଲିବୁଲି ଯାହା ଭିକ ମାଗି ଆଣିଥାନ୍ତି ସେଥିରୁ ଅଳ୍ପ କିଛି ନିଜେ ଚଳିବା ପାଇଁ ରଖି ବାକି ସବୁ ମନ୍ଦିର ହୁଣ୍ଡିରେ ପକାଇ ଦିଅନ୍ତି।
ଦୃଷ୍ଟିବାଧୀତ ଦିବ୍ୟାଙ୍ଗ ମଙ୍ଗୁଳି ଜଣେ ଭଲ ଗାୟକ..। ସୁନ୍ଦର ସୁନ୍ଦର ଭଜନ ଗାଈ ଲୋକଙ୍କୁ ମନକୁ ଜିଣନ୍ତି.. । ହାତଗୋଡ଼ ଚାଲୁଥିବା ପର୍ୟ୍ୟନ୍ତ ନିଜ କର୍ମ କରିବେ, ଜୀବନ ଶେଷ ସମୟରେ ଯାହା ସମ୍ବଳ ଥିବ ତାକୁ ବି ଠାକୁରଙ୍କୁ ଦାନ କରି ଦେବେ ବୋଲି କହିଛନ୍ତି ଏହି ନିଆରା ଦମ୍ପତି।
ସେପଟେ ସେ ରହୁଥିବା ଘରଟି ସଂପୂର୍ଣ୍ଣ ଜରାଜିର୍ଣ୍ଣ। ମାଟି କାନ୍ଥ ଭାଙ୍ଗିରୁଜି ଯିବା ସହ ଘର ଭିତରେ ଉଇ ହୁଙ୍କା ହୋଇଗଲାଣି। ଦୀର୍ଘଦିନ ହେବ ଘରର ଛପର ହୋଇନାହିଁ।
ଖରା ବର୍ଷା ଶୀତ କାକରରୁ ରକ୍ଷା ପାଇବା ପାଇଁ ଛପର ଉପରେ ଜରିପାଲ ପକାଇ କାମ ଚଳଉଛନ୍ତି । ସେଥିରେ ବି ମନରେ ଅବଶୋଷ ନଥିବା କହୁନ୍ତି ଦିବ୍ୟାଙ୍ଗ ମଙ୍ଗୁଳି। ଦିବ୍ୟାଙ୍ଗ ମଙ୍ଗୁଳିଙ୍କୁ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ।