ନାଗାଲ ଜିତିଲେ ଚେନ୍ନାଇ ଓପନ

ଚେନ୍ନାଇ, ୧୨ା୨ (ପି.ଟି.): ଭାରତର ଟପ୍‌ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ରବିବାର ତାଙ୍କର ପଞ୍ଚମ ଚ୍ୟାଲେଞ୍ଜର ଲେଭଲ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଚେନ୍ନାଇ ଓପନ ଟେନିସ ପ୍ରତିଯୋଗିତା ଫାଇନାଲରେ ସେ ଇଟାଲୀର ଲୁକା ନାର୍ଡିଙ୍କୁ ୬-୧, ୬-୪ରେ ହରାଇ ଦେଇଛନ୍ତି। ଫଳତଃ ସୋମବାର ପ୍ରକାଶିତ ହେବାକୁଥିବା ର଼୍ୟାଙ୍କିଙ୍ଗ ତାଲିକାରେ ସେ ୯୮ତମ ସ୍ଥାନକୁ ଉନ୍ନୀତ ହେବେ। ଏହା ଦ୍ୱାରା ୨୦୧୯ରେ ବାମହାତୀ ପ୍ରଜନେଶ ଗୁଣେଶ୍ୱରନଙ୍କ ପରେ ସିଙ୍ଗଲ୍ସ ଟପ୍‌ ୧୦୦ରେ ପ୍ରବେଶ […] The post ନାଗାଲ ଜିତିଲେ ଚେନ୍ନାଇ ଓପନ appeared first on Dharitri Odia News.

ନାଗାଲ ଜିତିଲେ ଚେନ୍ନାଇ ଓପନ

ଚେନ୍ନାଇ, ୧୨ା୨ (ପି.ଟି.): ଭାରତର ଟପ୍‌ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ରବିବାର ତାଙ୍କର ପଞ୍ଚମ ଚ୍ୟାଲେଞ୍ଜର ଲେଭଲ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଚେନ୍ନାଇ ଓପନ ଟେନିସ ପ୍ରତିଯୋଗିତା ଫାଇନାଲରେ ସେ ଇଟାଲୀର ଲୁକା ନାର୍ଡିଙ୍କୁ ୬-୧, ୬-୪ରେ ହରାଇ ଦେଇଛନ୍ତି। ଫଳତଃ ସୋମବାର ପ୍ରକାଶିତ ହେବାକୁଥିବା ର଼୍ୟାଙ୍କିଙ୍ଗ ତାଲିକାରେ ସେ ୯୮ତମ ସ୍ଥାନକୁ ଉନ୍ନୀତ ହେବେ। ଏହା ଦ୍ୱାରା ୨୦୧୯ରେ ବାମହାତୀ ପ୍ରଜନେଶ ଗୁଣେଶ୍ୱରନଙ୍କ ପରେ ସିଙ୍ଗଲ୍ସ ଟପ୍‌ ୧୦୦ରେ ପ୍ରବେଶ କରିବାରେ ନାଗାଲ ପ୍ରଥମ ଭାରତୀୟ ହେବେ। ଭାରତର ଏହି ୨୬ ବର୍ଷୀୟ ଖେଳାଳିଙ୍କର ୨୦୨୪ ସିଜନରେ ଭଲ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆନ ଓପନ ପାଇଁ କ୍ୱାଲିଫାଏ କରିବା ପରେ ପ୍ରଥମ ରାଉଣ୍ଡରେ ସେ ଟପ୍‌ ୩୦ ଖେଳାଳି ଆଲେକ୍‌ଜାଣ୍ଡର ବବ୍‌ଲିକ୍‌ଙ୍କୁ ହରାଇ ଦେଇଥିଲେ। ଜବରଦସ୍ତ ଫର୍ମରେ ରହିଥିବା ନାଗାଲ ଗୋଟିଏ ହେଲେ ସେଟ୍‌ ଡ୍ରପ୍‌ ନ କରି ଚେନ୍ନାଇ ଓପନ ଜିତିପାରିଛନ୍ତି।

The post ନାଗାଲ ଜିତିଲେ ଚେନ୍ନାଇ ଓପନ appeared first on Dharitri Odia News.