ସେୟାର ବଜାରରେ ହାହାକାର, ସେନସେକ୍ସର ସମସ୍ତ ୩୦ ସେୟାର ଲାଲ୍ ସଂକେତରେ ବନ୍ଦ...୫ ଲକ୍ଷ କୋଟି ଟଙ୍କା ସ୍ୱାହା
ନୂଆଦିଲ୍ଲୀ: ସେୟାର ବଜାରରେ ମଙ୍ଗଳବାର ଲାଭ ଅସୁଲ ଦେଖିବାକୁ ମିଳିଛି । ସେନସେକ୍ସର ପ୍ରାୟ ୧୦୬୪ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୩୫୦ ସ୍ତର ତଳକୁ ଖସି ଆସିଛି । ଆଜିର ଏହି ହ୍ରାସ ଯୋଗୁଁ ସେୟାର ବଜାର ନିବେଶକଙ୍କୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବୈଶ୍ୱିକ ସ୍ତରରେ ଦୁର୍ବଳ ସଂକେତ ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ନିବେଶକ ଅଧିକ ସତର୍କ ହୋଇଛନ୍ତି । ଯେଉଁଥି ପାଇଁ ଲାଭ କରିବା ଉଦ୍ଦେଶ୍ୟରେ ଆଜି ବଜାରରେ ଅଧିକ ବିକ୍ରି ଦେଖିବାକୁ ମିଳିଛି ।ଅନ୍ୟପଟେ କ୍ରିସମସ୍ ଏବଂ ଇଂରାଜୀ ନୂଆ ବର୍ଷ ଛୁଟି ଯୋଗୁଁ ବିଦେଶୀ ନିବେଶକ ଘରୋଇ ପୁଞ୍ଜି ବଜାରରେ ଟ୍ରେଡିଂ ହ୍ରାସ କରିଛନ୍ତି । ଯେଉଥିଁ ପାଇଁ ଭାରତୀୟ ପୁଞ୍ଜି ବଜାର ଚାପରେ ରହିଛି । ବିଏସଇର ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସୂଚକାଙ୍କ ବି ଅଧା ପ୍ରତିଶତ ଖସିଛି । ଏପରିକି ବିଏସଇର ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ଫାଇନାନ୍ସସିଆଲ୍, ଆଇଟି, ଅଏଲ୍ ଆଣ୍ଡ ଗ୍ୟାସ୍ ସେକ୍ଟରରେ ଦେଖିବାକୁ ମିଳିଛି ।କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୧୦୬୪.୧୨ ଅଙ୍କ ବା ୧.୩୦ ପ୍ରତିଶତ ହ୍ରାସ ପାଇ ୮୦,୬୮୪.୪୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସିର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୩୨.୨୫ ଅଙ୍କ ବା ୧.୩୫ ପ୍ରତିଶତ ଖସି ୨୪,୩୩୬
ନୂଆଦିଲ୍ଲୀ: ସେୟାର ବଜାରରେ ମଙ୍ଗଳବାର ଲାଭ ଅସୁଲ ଦେଖିବାକୁ ମିଳିଛି । ସେନସେକ୍ସର ପ୍ରାୟ ୧୦୬୪ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୩୫୦ ସ୍ତର ତଳକୁ ଖସି ଆସିଛି । ଆଜିର ଏହି ହ୍ରାସ ଯୋଗୁଁ ସେୟାର ବଜାର ନିବେଶକଙ୍କୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବୈଶ୍ୱିକ ସ୍ତରରେ ଦୁର୍ବଳ ସଂକେତ ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ନିବେଶକ ଅଧିକ ସତର୍କ ହୋଇଛନ୍ତି । ଯେଉଁଥି ପାଇଁ ଲାଭ କରିବା ଉଦ୍ଦେଶ୍ୟରେ ଆଜି ବଜାରରେ ଅଧିକ ବିକ୍ରି ଦେଖିବାକୁ ମିଳିଛି ।
ଅନ୍ୟପଟେ କ୍ରିସମସ୍ ଏବଂ ଇଂରାଜୀ ନୂଆ ବର୍ଷ ଛୁଟି ଯୋଗୁଁ ବିଦେଶୀ ନିବେଶକ ଘରୋଇ ପୁଞ୍ଜି ବଜାରରେ ଟ୍ରେଡିଂ ହ୍ରାସ କରିଛନ୍ତି । ଯେଉଥିଁ ପାଇଁ ଭାରତୀୟ ପୁଞ୍ଜି ବଜାର ଚାପରେ ରହିଛି । ବିଏସଇର ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସୂଚକାଙ୍କ ବି ଅଧା ପ୍ରତିଶତ ଖସିଛି । ଏପରିକି ବିଏସଇର ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ଫାଇନାନ୍ସସିଆଲ୍, ଆଇଟି, ଅଏଲ୍ ଆଣ୍ଡ ଗ୍ୟାସ୍ ସେକ୍ଟରରେ ଦେଖିବାକୁ ମିଳିଛି ।
କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୧୦୬୪.୧୨ ଅଙ୍କ ବା ୧.୩୦ ପ୍ରତିଶତ ହ୍ରାସ ପାଇ ୮୦,୬୮୪.୪୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସିର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୩୨.୨୫ ଅଙ୍କ ବା ୧.୩୫ ପ୍ରତିଶତ ଖସି ୨୪,୩୩୬.୦୦ ସ୍ତରରେ ବନ୍ଦ ହୋଇଛି ।
ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ହ୍ରାସ ପାଇ ୪୫୫.୦୮ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଶେଷରେ ଏହା ୪୬୦.୦୬ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୪.୯୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଆଜି ସେନସେକ୍ସର ସମସ୍ତ ୩୦ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ସେୟାର ବଜାରରେ ଆଜିର ହ୍ରାସ କେତେ ବଡ଼ ଥିଲା, ତାହା ଏଥିରୁ ଅନୁମାନ କରାଯାଇ ପାରିବ ।