ବିଦେଶରୁ ପକେଟ ଲାଇଟର ଆମଦାନୀ ଉପରେ ଲାଗିଲା ରୋକ, ଚୀନ୍ କୁ ଝଟକା
ନୂଆଦିଲ୍ଲୀ ୧୩।୧୦: ଭାରତସରକାର ପକେଟ ଲାଇଟର ଆମଦାନୀ ଉପରେ ତତ୍କାଳ ପ୍ରଭାବ ରୋକ ଲଗାଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଘରୋଇ ମେନୁଫେକ୍ଚରିଂକୁ ପ୍ରୋତ୍ସାହନ ଦେବା ସହିତ ଚୀନରୁ ହେଉଥିବା ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବ। ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ରବିବାର ଜାରି ଏକ ସର୍କୁଲାରରେ ଏ ନେଇ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ପକେଟ ଲାଇଟର, ଗ୍ୟାସରେ ଚାଲୁଥିବା ଲାଇଟର ରିଫିଲ ହୋଇ ପାରୁଥିବା ଓ ନ ହୋଇ ପାରୁଥିବା ସିଗାରେଟ ଲାଇଟରର ଯନ୍ତ୍ରପାତି ଆମଦାନୀ ଉପରେ ତତ୍କାଳ ପ୍ରଭାବ ରୋକ ଲଗାଇ ଦିଆଯାଇଛି। ସରକାର ୨୦ ଟଙ୍କାରୁ କମ୍ ମୂଲ୍ୟର ଲାଇଟର ଆମଦାନୀ ଉପରେ ପୂର୍ବରୁ କଟକଣା ଜାରି କରିଥିଲେ। ସରକାର ଦେଶକୁ ଘଟିଆ ସାମଗ୍ରୀ ଆମଦାନୀ ରୋକିବା ଓ ଘରୋଇ ମେନୁଫେକ୍ଚରିଂକୁ ପ୍ରୋତ୍ସାହିତ କରିବା ପାଇଁ ଗତବର୍ଷ ଲାଇଟର ନିମନ୍ତେ ବାଧ୍ୟତାମୂଳକ ଗୁଣାତ୍ମକ ମାନ ଜାରି କରିଥିଲେ। ଜାରି ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମଧ୍ୟରେ ଲାଇଟର ଯନ୍ତ୍ରାଂଶର ଆମଦାନୀ ୩୮ ଲକ୍ଷ ଅମେରିକୀୟ ଡଲାର ରହିଛି। ଏଣୁ ସରକାର ବିଦେଶରୁ ଲାଇଟର ଓ ଲାଇଟର ଯନ୍ତ୍ରାଂଶ ଆମଦାନୀ ଉପରେ ତତ୍କାଳ ପ୍ରଭାବ ରୋକ ଲଗାଇ ଦେଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ବ୍ୟାପାର କ୍ୟାବିନେଟ କମିଟି (ସିସିଏସ) ବୈଠକରେ ସ୍ପେସ୍ ଆଧାରିତ ସର୍ଭିଲାନ୍ସ ମିସନର ତୃତୀୟ ପର୍
ନୂଆଦିଲ୍ଲୀ ୧୩।୧୦: ଭାରତସରକାର ପକେଟ ଲାଇଟର ଆମଦାନୀ ଉପରେ ତତ୍କାଳ ପ୍ରଭାବ ରୋକ ଲଗାଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଘରୋଇ ମେନୁଫେକ୍ଚରିଂକୁ ପ୍ରୋତ୍ସାହନ ଦେବା ସହିତ ଚୀନରୁ ହେଉଥିବା ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବ। ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ରବିବାର ଜାରି ଏକ ସର୍କୁଲାରରେ ଏ ନେଇ ସୂଚନା ଦେଇଛନ୍ତି।
ଏଥିରେ କୁହାଯାଇଛି ଯେ ପକେଟ ଲାଇଟର, ଗ୍ୟାସରେ ଚାଲୁଥିବା ଲାଇଟର ରିଫିଲ ହୋଇ ପାରୁଥିବା ଓ ନ ହୋଇ ପାରୁଥିବା ସିଗାରେଟ ଲାଇଟରର ଯନ୍ତ୍ରପାତି ଆମଦାନୀ ଉପରେ ତତ୍କାଳ ପ୍ରଭାବ ରୋକ ଲଗାଇ ଦିଆଯାଇଛି। ସରକାର ୨୦ ଟଙ୍କାରୁ କମ୍ ମୂଲ୍ୟର ଲାଇଟର ଆମଦାନୀ ଉପରେ ପୂର୍ବରୁ କଟକଣା ଜାରି କରିଥିଲେ।
ସରକାର ଦେଶକୁ ଘଟିଆ ସାମଗ୍ରୀ ଆମଦାନୀ ରୋକିବା ଓ ଘରୋଇ ମେନୁଫେକ୍ଚରିଂକୁ ପ୍ରୋତ୍ସାହିତ କରିବା ପାଇଁ ଗତବର୍ଷ ଲାଇଟର ନିମନ୍ତେ ବାଧ୍ୟତାମୂଳକ ଗୁଣାତ୍ମକ ମାନ ଜାରି କରିଥିଲେ। ଜାରି ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମଧ୍ୟରେ ଲାଇଟର ଯନ୍ତ୍ରାଂଶର ଆମଦାନୀ ୩୮ ଲକ୍ଷ ଅମେରିକୀୟ ଡଲାର ରହିଛି। ଏଣୁ ସରକାର ବିଦେଶରୁ ଲାଇଟର ଓ ଲାଇଟର ଯନ୍ତ୍ରାଂଶ ଆମଦାନୀ ଉପରେ ତତ୍କାଳ ପ୍ରଭାବ ରୋକ ଲଗାଇ ଦେଇଛନ୍ତି।
ଏହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ବ୍ୟାପାର କ୍ୟାବିନେଟ କମିଟି (ସିସିଏସ) ବୈଠକରେ ସ୍ପେସ୍ ଆଧାରିତ ସର୍ଭିଲାନ୍ସ ମିସନର ତୃତୀୟ ପର୍ଯ୍ୟାୟକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ପୃଥିବୀ ନିମ୍ନରେ ଜିଓ ଷ୍ଟେସନାରୀ କକ୍ଷ ପଥରେ ୫୨ଟି ଉପଗ୍ରହର ପ୍ରକ୍ଷେପଣ ମାର୍ଗକୁ ପ୍ରଶସ୍ତ କରିବ। ମୋଦି ସରକାରଙ୍କ ଏହି ପଦକ୍ଷେପ ଯୋଗୁ ପଡୋଶୀ ଚୀନ୍ ଓ ପାକିସ୍ତାନର ଏବେ ନିଦ ହଜିବ। କାରଣ ଉପଗ୍ରହ ସମୂହ ସକ୍ରିୟ ହେବା ପରେ ଉଭୟ ପଡୋଶୀଙ୍କ ଉପରେ ଲଗାତାର ନଜର ରଖାଯିବ।