ନିର୍ବାଚନରେ ଲେବର ପାର୍ଟିର ବିଜୟ ପରେ ଦେଶକୁ ପ୍ରଥମ ବାର୍ତ୍ତା ଦେଲେ କିର ଷ୍ଟାର୍ମର, ଜାଣନ୍ତୁ କହିଲେ କ’ଣ?

ଲଣ୍ଡନ ୫।୭: ବ୍ରିଟେନ ସାଧାରଣ ନିର୍ବାଚନରେ କଞ୍ଜର୍ଭେଟିବ ପାର୍ଟିର ଶୋଚନୀୟ ପରାଜୟ ହୋଇଥିବା ବେଳେ ଲେବର ପାର୍ଟିର ବିଶାଳ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ହେବା ସହିତ କିର ଷ୍ଟାର୍ମର ଦେଶ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଦେଇଛନ୍ତି। ଜନତାଙ୍କ ନାମରେ ଦେଇଥିବା ବାର୍ତ୍ତାରେ ବ୍ରିଟେନକୁ ଏକ ମଜଭୁତ ଦେଶ ଭାବେ ଉପସ୍ଥାପନ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ଷ୍ଟାର୍ମର କହିଛନ୍ତି ଯେ ତାଙ୍କ କାମ ବହୁତ ଜରୁରି, ଯାହାକୁ ସେ ଆଜିଠୁ ଆରମ୍ଭ କରିଛନ୍ତି। ୬୧ ବର୍ଷ ଷ୍ଟାର୍ମର କହିଛନ୍ତି ଯେ ଋଷି ସୁନକ ବ୍ରିଟେନର ପ୍ରଥମ ଏସିୟ ପ୍ରଧାନମନ୍ତ୍ରୀ ହେବା ପରେ ଅତିରିକ୍ତ ପ୍ରୟାସ ମଧ୍ୟ କରିଛନ୍ତି। କଞ୍ଜର୍ଭେଟିଭ ପାର୍ଟିକୁ ହରାଇବା ସହିତ କିର ଷ୍ଟାର୍ମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କିର ଷ୍ଟାର୍ମରଙ୍କ ଲେବର ପାର୍ଟି ସାଧାରଣ ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିଛି। ନିର୍ବାଚନରେ ବିଜୟୀ ହେବା ପରେ ଷ୍ଟାର୍ମର ବକିଂହମ ପାଲେସ୍‌କୁ ଯାଇ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। ପରମ୍ପରା ଅନୁସାରେ ବକିଂହମ ପାଲେସରେ ନୂଆ ସରକାର ଗଢିବାକୁ ‘କିସିଂ ଅଫ ହ୍ୟାଣ୍ଡସ୍‌’ ନାମକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଅପରପଟେ ଲେବର ପାର୍ଟି ମୁଖ୍ୟ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଋଷି ସୁନକ ମୋନାର୍କରେ ହୋଇଥିବା ଏକ ବୈଠକ ପରେ ଇସ୍ତଫା ଦେଇଛନ୍ତି। ଷ୍ଟାର୍ମର କହିଛନ୍ତି ଯେ ଦେଶ ପରିବର୍ତ୍ତନ ଲାଗି ଭୋଟ  ହୋଇଛି ଓ

ନିର୍ବାଚନରେ ଲେବର ପାର୍ଟିର ବିଜୟ ପରେ ଦେଶକୁ ପ୍ରଥମ ବାର୍ତ୍ତା ଦେଲେ କିର ଷ୍ଟାର୍ମର, ଜାଣନ୍ତୁ କହିଲେ କ’ଣ?

ଲଣ୍ଡନ ୫।୭: ବ୍ରିଟେନ ସାଧାରଣ ନିର୍ବାଚନରେ କଞ୍ଜର୍ଭେଟିବ ପାର୍ଟିର ଶୋଚନୀୟ ପରାଜୟ ହୋଇଥିବା ବେଳେ ଲେବର ପାର୍ଟିର ବିଶାଳ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ହେବା ସହିତ କିର ଷ୍ଟାର୍ମର ଦେଶ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଦେଇଛନ୍ତି। ଜନତାଙ୍କ ନାମରେ ଦେଇଥିବା ବାର୍ତ୍ତାରେ ବ୍ରିଟେନକୁ ଏକ ମଜଭୁତ ଦେଶ ଭାବେ ଉପସ୍ଥାପନ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ଷ୍ଟାର୍ମର କହିଛନ୍ତି ଯେ ତାଙ୍କ କାମ ବହୁତ ଜରୁରି, ଯାହାକୁ ସେ ଆଜିଠୁ ଆରମ୍ଭ କରିଛନ୍ତି। 

୬୧ ବର୍ଷ ଷ୍ଟାର୍ମର କହିଛନ୍ତି ଯେ ଋଷି ସୁନକ ବ୍ରିଟେନର ପ୍ରଥମ ଏସିୟ ପ୍ରଧାନମନ୍ତ୍ରୀ ହେବା ପରେ ଅତିରିକ୍ତ ପ୍ରୟାସ ମଧ୍ୟ କରିଛନ୍ତି। କଞ୍ଜର୍ଭେଟିଭ ପାର୍ଟିକୁ ହରାଇବା ସହିତ କିର ଷ୍ଟାର୍ମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କିର ଷ୍ଟାର୍ମରଙ୍କ ଲେବର ପାର୍ଟି ସାଧାରଣ ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିଛି। ନିର୍ବାଚନରେ ବିଜୟୀ ହେବା ପରେ ଷ୍ଟାର୍ମର ବକିଂହମ ପାଲେସ୍‌କୁ ଯାଇ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। ପରମ୍ପରା ଅନୁସାରେ ବକିଂହମ ପାଲେସରେ ନୂଆ ସରକାର ଗଢିବାକୁ ‘କିସିଂ ଅଫ ହ୍ୟାଣ୍ଡସ୍‌’ ନାମକ ଉତ୍ସବ ଅନୁଷ୍ଠିତ ହୋଇଥାଏ। 

ଅପରପଟେ ଲେବର ପାର୍ଟି ମୁଖ୍ୟ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଋଷି ସୁନକ ମୋନାର୍କରେ ହୋଇଥିବା ଏକ ବୈଠକ ପରେ ଇସ୍ତଫା ଦେଇଛନ୍ତି। ଷ୍ଟାର୍ମର କହିଛନ୍ତି ଯେ ଦେଶ ପରିବର୍ତ୍ତନ ଲାଗି ଭୋଟ  ହୋଇଛି ଓ ଏହା ସହିତ ଲେବର ପାର୍ଟି ଶାସନକୁ ଫେରିଛି। ଷ୍ଟାର୍ମର କହିଛନ୍ତି ଯେ ‘ଯେବେ ଲୋକଙ୍କ ସମର୍ପଣ ପରେ ବି ସେମାନଙ୍କୁ ମିଳିବାକୁ ଥିବା ସେବାରୁ ସରକାର ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଦୂରରେ ରଖନ୍ତି, ସେତେବେଳେ ଦେଶବାସୀଙ୍କ ମନରେ ଅଜବ ସ୍ଥିତି ସୃଷ୍ଟି ହୋଇଥାଏ। ଲୋକଙ୍କ ଆଶା ଓ ଇଚ୍ଛାକୁ ଆମେ ସବୁ ମିଳିମିଶି ପୂରଣ କରିବା’। 

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଘାକୁ ଶବ୍ଦରେ ନୁହେଁ କାର୍ଯ୍ୟରେ ପୂରଣ କରାଯିବ। ଏଥି ପାଇଁ ଆଜିଠାରୁ ହିଁ କାମ ଆରମ୍ଭ କରିବା ଜରୁରି। ସେ କହିଛନ୍ତି ଯେ ବ୍ରିଟେନ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନ କରନ୍ତି। ଜନତାଙ୍କ ସେବା ହିଁ ଏହି ସରକାରର ମୁଖ୍ୟ କାମ ହେବ ବୋଲି କହିଛନ୍ତି। ଷ୍ଟାର୍ମର କହିଛନ୍ତି ଯେ ଦେଶର ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ବ୍ରିଟେନର ସଂସାଧନକୁ ପୁଣି ଥରେ ମଜଭୁତ ଭାବେ ତିଆରି କରାଯିବ। 

ବ୍ରିଟେନ ଜନତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ ଆପଣ ଆମକୁ ବହୁମତ ଦେଇଛନ୍ତି ଓ ଆମେ ଏହି ଜନାଦେଶ ବଳରେ ଦେଶରେ ପରିବର୍ତ୍ତନ ଆଣିବୁ। ବ୍ରିଟେନ ନୂଆ ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ‘ଦେଶରେ ତୁରନ୍ତ କୌଣସି ପରିବର୍ତ୍ତନ ହୋଇ ପାରିବନି, ଏହା ସମ୍ଭବ ନୁହେଁ। ଏଣୁ ଏହାର ଆରମ୍ଭ ଛୋଟଛୋଟ ପଦକ୍ଷେପରୁ ହେବ। ପରିବର୍ତ୍ତନ ଆଣିବାକୁ କିଛି ସମୟ ଲାଗିବ’।