ସମ୍ବଲପୁର ଓକିଲ ସଂଘ ନିର୍ବାଚନ: ମତଦାନ ଜାରି
ସମ୍ବଲପୁର, ୨୯।୩(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଓକିଲ ସଂଘ କାର୍ଯ୍ୟାଳୟଠାରେ ନିର୍ବାଚନ ଶନିବାର ସକାଳ ୭.୩୦ରୁ ଆରମ୍ଭ ହୋଇଛି। ଏହା ଦିନ ୩ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜିଲା ଓକିଲ ସଂଘର ସଭାପତି, ଉପସଭାପତି, ସମ୍ପାଦକ ସମେତ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ଆଜି ଜିଲ୍ଲା ଓକିଲ ସଂଘର ମୋଟ ୬୩୮ ଜଣ ଭୋଟର ଜିଲ୍ଲା ଓକିଲ ସଂଘର ର୍ନିବାଚିତରେ ସଭାପତି ପଦ ପାଇଁ ୩ ଜଣ ,ଉପସଭାପତି ପାଇଁ […] The post ସମ୍ବଲପୁର ଓକିଲ ସଂଘ ନିର୍ବାଚନ: ମତଦାନ ଜାରି appeared first on Dharitri Odia News.
ସମ୍ବଲପୁର, ୨୯।୩(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଓକିଲ ସଂଘ କାର୍ଯ୍ୟାଳୟଠାରେ ନିର୍ବାଚନ ଶନିବାର ସକାଳ ୭.୩୦ରୁ ଆରମ୍ଭ ହୋଇଛି। ଏହା ଦିନ ୩ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜିଲା ଓକିଲ ସଂଘର ସଭାପତି, ଉପସଭାପତି, ସମ୍ପାଦକ ସମେତ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ଆଜି ଜିଲ୍ଲା ଓକିଲ ସଂଘର ମୋଟ ୬୩୮ ଜଣ ଭୋଟର ଜିଲ୍ଲା ଓକିଲ ସଂଘର ର୍ନିବାଚିତରେ ସଭାପତି ପଦ ପାଇଁ ୩ ଜଣ ,ଉପସଭାପତି ପାଇଁ ୨ ସମ୍ପାଦକ ପାଇଁ ୩ ଜଣ ,ଯୁଗ୍ମ ସମ୍ପାଦକ ପାଇଁ ୮ ଜଣ , ସହ ସମ୍ପାଦକ ପାଇଁ ୩ ଜଣ ଓ କାର୍ଯ୍ୟକାରୀ କମିଟିର ସଭ୍ୟ ପାଇଁ ୯ ଜଣ ନିର୍ବାଚନ ଲଢୁଥିବା ନେଇ ସୂଚନା ମିଳିଛି। ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଦାଶଙ୍କ ନେତୃତ୍ୱରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ନେଇ ସୂଚନା ମିଳିଛି।
The post ସମ୍ବଲପୁର ଓକିଲ ସଂଘ ନିର୍ବାଚନ: ମତଦାନ ଜାରି appeared first on Dharitri Odia News.