ବିଜେଡିରେ ଯୋଗଦେବା ପରେ ଏମିତି କହିଲେ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର,୧୮।୪: ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେବାପରେ ବର୍ଷା କହିଛନ୍ତି, ମୁଁ ନବୀନ ପଟ୍ଟନାୟକଙ୍କ ବଡ଼ ପ୍ରଶଂସକ। ତାଙ୍କ ଉଦ୍ଦେଶ୍ୟରେ ନିମକି ଫିଲ୍ମ କରିଥିଲି। ତାଙ୍କ ବ୍ୟକ୍ତିତ୍ୱ ମୋତେ ଅନୁପ୍ରାଣିତ କରିଛି। ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ବୋଲି […] The post ବିଜେଡିରେ ଯୋଗଦେବା ପରେ ଏମିତି କହିଲେ ବର୍ଷା ପ୍ରିୟଦର୍ଶିନୀ appeared first on Dharitri Odia News.
ଭୁବନେଶ୍ୱର,୧୮।୪: ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେବାପରେ ବର୍ଷା କହିଛନ୍ତି, ମୁଁ ନବୀନ ପଟ୍ଟନାୟକଙ୍କ ବଡ଼ ପ୍ରଶଂସକ। ତାଙ୍କ ଉଦ୍ଦେଶ୍ୟରେ ନିମକି ଫିଲ୍ମ କରିଥିଲି। ତାଙ୍କ ବ୍ୟକ୍ତିତ୍ୱ ମୋତେ ଅନୁପ୍ରାଣିତ କରିଛି। ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ବୋଲି ସେ କହିଛନ୍ତି। ଏହି ସମୟରେ ବିଜେଡି ଏମ୍ପି ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।
ଗତ ନିର୍ବାଚନରେ ବର୍ଷା ବିଜେଡିର ଷ୍ଟାର କ୍ୟାମ୍ପନର୍ ଥିଲେ। ଯଦିଓ ସେ ଦଳରେ ଯୋଗ ଦେଇ ନ ଥିଲେ କିନ୍ତୁ ସେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣେ ବଡ ସମର୍ଥକ ଭାବେ ଜଣାଶୁଣା। ନିକଟରେ ବର୍ଷାଙ୍କ ପୂର୍ବତନ ସ୍ବାମୀ ଅନୁଭବ ମହାନ୍ତି ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି।
The post ବିଜେଡିରେ ଯୋଗଦେବା ପରେ ଏମିତି କହିଲେ ବର୍ଷା ପ୍ରିୟଦର୍ଶିନୀ appeared first on Dharitri Odia News.