ଷ୍ଟ୍ରଙ୍ଗରୁମ୍ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଇଭିଏମ୍ ମେଶିନରେ ବାଲିଗୁଡାର ୫ ପ୍ରାର୍ଥୀ ଏବଂ ଜି. ଉଦୟଗିରିର ୮ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି। କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ଅଧୀନ ୪ବ୍ଲକ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼ ଏବଂ କ.ନୂଆଗାଁ ବ୍ଲକ ସମେତ ବାଲିଗୁଡା ଏନ୍ଏସିରେ ହୋଇଥିବା ନିର୍ବାଚନର ଇଭିଏମ୍ ମେଶିନଗୁଡିକ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ […] The post ଷ୍ଟ୍ରଙ୍ଗରୁମ୍ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ appeared first on Dharitri Odia News.
ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଇଭିଏମ୍ ମେଶିନରେ ବାଲିଗୁଡାର ୫ ପ୍ରାର୍ଥୀ ଏବଂ ଜି. ଉଦୟଗିରିର ୮ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି।
କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ଅଧୀନ ୪ବ୍ଲକ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼ ଏବଂ କ.ନୂଆଗାଁ ବ୍ଲକ ସମେତ ବାଲିଗୁଡା ଏନ୍ଏସିରେ ହୋଇଥିବା ନିର୍ବାଚନର ଇଭିଏମ୍ ମେଶିନଗୁଡିକ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି।
ସେହିପରି ଜି.ଉଦୟଗିରି ବିଧାନସଭା ଅନ୍ତର୍ଗତ ୪ବ୍ଲକ ଜି.ଉଦୟଗିରି, ରାଇକିଆ, ଟିକାବାଲି, ଦାରିଙ୍ଗବାଡି ଓ ଜି. ଉଦୟଗିରି ଏନ୍ଏସି ଅଞ୍ଚଳରେ ହୋଇଥିବା ନିର୍ବାଚନର ଇଭିଏମ୍ଗୁଡିକ ମଧ୍ୟ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷାରେ ମେଶିନଗୁଡିକୁ ରଖାଯାଇଛି l ଅନ୍ୟପକ୍ଷେ ନିର୍ବାଚନ ଫଳାଫଳ ୪ ଜୁନରେ ପ୍ରକାଶ ପାଇବ।
The post ଷ୍ଟ୍ରଙ୍ଗରୁମ୍ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ appeared first on Dharitri Odia News.