ପୁରୀ ଯାଇ ଫେରିଲେନି ଘରକୁ: ଟ୍ରେନ୍ ଲାଇନରୁ ମିଳିଲା ମୃତଦେହ
ବ୍ରହ୍ମପୁର,୨୪।୫(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆର୍ପି) ଶୁକ୍ରବାର ବ୍ରହ୍ମପୁର ରେଳଷ୍ଟେଶନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଟାଉନ ଥାନା ବିଜିପୁର କାଳୁଆ ସାହିର ଜୟ ସାହୁଙ୍କ ପୁଅ ରାମଚନ୍ଦ୍ର ସାହୁ(୪୨)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା(ନଂ. ୪୭।୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟ୍ରେନରୁ ଖସି ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି। ମିଳିଥିବା […] The post ପୁରୀ ଯାଇ ଫେରିଲେନି ଘରକୁ: ଟ୍ରେନ୍ ଲାଇନରୁ ମିଳିଲା ମୃତଦେହ appeared first on Dharitri Odia News.
ବ୍ରହ୍ମପୁର,୨୪।୫(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆର୍ପି) ଶୁକ୍ରବାର ବ୍ରହ୍ମପୁର ରେଳଷ୍ଟେଶନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଟାଉନ ଥାନା ବିଜିପୁର କାଳୁଆ ସାହିର ଜୟ ସାହୁଙ୍କ ପୁଅ ରାମଚନ୍ଦ୍ର ସାହୁ(୪୨)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା(ନଂ. ୪୭।୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟ୍ରେନରୁ ଖସି ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି।
ମିଳିଥିବା ସୂଚନା ମୁତାବକ, ରାମଚନ୍ଦ୍ର କୌଣସି କାମରେ ପୁରୀ ଯାଇଥିଲେ। ପୁରୀରୁ ଆସି ଖୋର୍ଦ୍ଧାରେ ଟ୍ରେନ୍କୁ ଅପେକ୍ଷା କରିଥିଲେ। ଗୁରୁବାର ରାତି ପ୍ରାୟ ୧୦ଟାରେ ରାମଚନ୍ଦ୍ର ଫୋନ କରି ତାଙ୍କ ସ୍ତ୍ରୀଙ୍କୁ ଘରକୁ ଫେରିବି ବୋଲି କହିଥିଲେ। ହେଲେ ସେ ରାତି ଘରକୁ ଫେରି ନ ଥିଲେ। ହେଲେ ତାଙ୍କର ମୋବାଇଫୋନ ସୁଇଚ୍ ଅଫ୍ ରହିଥିଲା। ଏଣୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ଖୋଜାଖୋଜି କରିଥିଲେ ବି ରାମଚନ୍ଦ୍ରଙ୍କ କୌଣସି ସନ୍ଧାନ ପାଇ ନ ଥିଲେ।
ଶୁକ୍ରବାର ସକାଳେ ବ୍ରହ୍ମପୁର ରେଳଷ୍ଟେଶନ ପ୍ଲାଟଫର୍ମ ଦୁଇ ନିକଟ ରେଳଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ପୋଲିସ ଜାଣିବାକୁ ପାଇଥିଲା। ସେହିପରି ରାମଚନ୍ଦ୍ରଙ୍କୁ ଖୋଜାଖୋଜି କରୁଥିବା ତାଙ୍କ ଶଳା ସନାତନ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉପସ୍ଥିତିରେ ମୃତଦେହ ଚିହ୍ନଟ କରିଥିଲେ। ଅନ୍ୟପକ୍ଷେ ମୃତ ଯୁବକଙ୍କ ନିକଟରୁ ମୋବାଇଲ ଏବଂ ଅନ୍ୟ କୌଣସି ସାମଗ୍ରୀ ମିଳିପାରି ନ ଥିବା ପୋଲିସ କହିଛି। ରାମଚନ୍ଦ୍ରଙ୍କ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରୁ ନ ଥିବା ବେଳେ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।
The post ପୁରୀ ଯାଇ ଫେରିଲେନି ଘରକୁ: ଟ୍ରେନ୍ ଲାଇନରୁ ମିଳିଲା ମୃତଦେହ appeared first on Dharitri Odia News.