ଅନ୍ଲାଇନ୍ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍ଟପ୍: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍ ଉଡିଲା
ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ ଗ୍ରାହକମାନଙ୍କୁ ସଠିକ ଉତ୍ପାଦ ପ୍ରଦାନ ନ କରିବା ଏବଂ ସେମାନଙ୍କୁ ପ୍ରତାରଣା କରିବା। ଏହି ସମୟରେ ସୋସିଆଲ ମିଡିଆରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ମାମଲା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ।ଏହି ଭିଡିଓ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ଅନ୍ଲାଇନ […] The post ଅନ୍ଲାଇନ୍ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍ଟପ୍: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍ ଉଡିଲା appeared first on Dharitri Odia News.
ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ ଗ୍ରାହକମାନଙ୍କୁ ସଠିକ ଉତ୍ପାଦ ପ୍ରଦାନ ନ କରିବା ଏବଂ ସେମାନଙ୍କୁ ପ୍ରତାରଣା କରିବା। ଏହି ସମୟରେ ସୋସିଆଲ ମିଡିଆରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ମାମଲା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ।ଏହି ଭିଡିଓ ଭାଇରାଲ ହେଉଛି।
ଜଣେ ବ୍ୟକ୍ତି ଅନ୍ଲାଇନ ଶପିଂ ଆପ ଆମାଜନରୁ ୧ ଲକ୍ଷ ଟଙ୍କା ମୂଲ୍ୟର ଏକ ଲାପଟପ କିଣିଥିଲେ। ବ୍ୟକ୍ତ ଜଣଙ୍କ ପ୍ରଥମେ ଲାପଟପ ଦେଖି ଭାବିଥିଲେ ଯେ ସେ ୧ ଲକ୍ଷ ଟଙ୍କାରେ ଚକଚକିଆ ନୂଆ ଲାପଟପ ପାଇଛନ୍ତି, କିନ୍ତୁ ଏହା ବଦଳରେ ସେ ଏକ ବ୍ୟବହୃତ ଲାପଟପ ତାଙ୍କୁ ମିଳିଛି। ସେ ଏକ ଭିଡିଓ ପ୍ରସ୍ତୁତ କରି କମ୍ପାନୀକୁ ଟ୍ୟାଗ କରିଛନ୍ତି ଏବଂ ଏହା ଉପରେ ଅଭିଯୋଗ କରିଛନ୍ତି।
ଏହି ପୋଷ୍ଟରେଗ୍ରୋହକ ଜଣଙ୍କ ଲେଖିଛନ୍ତି ଯେ ସେ ଏପ୍ରିଲ ୩୦ରେ ଆମାଜନରୁ ଏକ ଲିନୋଭୋ ଲାପଟପ ଅର୍ଡର କରିଥିଲେ ଏବଂ ଏହା ମେ ୭ରେ ଏହା ପହଞ୍ଚିଥିଲା। କିନ୍ତୁ ଯେତେବେଳେ ସେ ଲିନୋଭୋର ଅଫିସିଆଲ ସାଇଟରେ ୱାରେଣ୍ଟି ଅବଧି ଯାଞ୍ଚ କଲେ, ଏହା ଡିସେମ୍ବର ୨୦୨୩ରେ ଆରମ୍ଭ ହୋଇଥିଲା। ଏଥିରୁ ଏହା ସ୍ପଷ୍ଟ ହେଲା ଯେ ଲାପଟପ ମଧ୍ୟ ପୂର୍ବରୁ ବ୍ୟବହୃତ ହୋଇଥିଲା। ଗ୍ରାହକ ଲେଖିଛନ୍ତି, ଆମାଜନ ମୋ ସହ ପ୍ରତାରଣା କରିଛି।
ଅନେକ ୟୁଜର୍ସ ଏହି ପୋଷ୍ଟରେ ସେମାନଙ୍କର ମତାମତ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଆମାଜନ ଧୀରେ ଧୀରେ ବିଶ୍ୱାସ ହରାଉଛି।
The post ଅନ୍ଲାଇନ୍ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍ଟପ୍: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍ ଉଡିଲା appeared first on Dharitri Odia News.