ଏସ୍ସିବିରେ ଜମିରହୁଛି ଆବର୍ଜନା
କଟକ,୨୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ (ଏସ୍ସିବି)ର ବିଭିନ୍ନ ବିଭାଗ ପରିସରରେ କୁଢ଼ କୁଢ଼ ଆବର୍ଜନା ଜମି ରହିଛି। ଏହାଦ୍ୱାରା ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ସେହି ବାଟ ଦେଇ ଯାତାୟାତ କରୁଥିବା ଡାକ୍ତର, ନର୍ସିଂ ଅଫିସର, ରୋଗୀ ସମ୍ପର୍କୀୟ ଓ ଛାତ୍ରୀଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଫେଇ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ଆବର୍ଜନା ହଟାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ଏଥିପ୍ରତି […] The post ଏସ୍ସିବିରେ ଜମିରହୁଛି ଆବର୍ଜନା appeared first on Dharitri Odia News.
କଟକ,୨୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ (ଏସ୍ସିବି)ର ବିଭିନ୍ନ ବିଭାଗ ପରିସରରେ କୁଢ଼ କୁଢ଼ ଆବର୍ଜନା ଜମି ରହିଛି। ଏହାଦ୍ୱାରା ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ସେହି ବାଟ ଦେଇ ଯାତାୟାତ କରୁଥିବା ଡାକ୍ତର, ନର୍ସିଂ ଅଫିସର, ରୋଗୀ ସମ୍ପର୍କୀୟ ଓ ଛାତ୍ରୀଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଫେଇ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ଆବର୍ଜନା ହଟାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ସହରରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଜମି ରହୁଥିବା ଜଳ ନିଷ୍କାସନ, ବୁସ୍ କଟିଂ ଓ ସଫେଇ ଉପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି। ହେଲେ ଏସ୍ସିବିରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ମେଡିକାଲର କେତେକ ସ୍ଥାନରେ ଦୀର୍ଘଦିନ ହେବ ବର୍ଷାପାଣି ଜମି ରହିଥିବାବେଳେ ଆଉ କେତେକ ସ୍ଥାନରେ ଆବର୍ଜନା ଗଦା ହୋଇଛି। ବିଶେଷକରି ମେଡିକାଲ ପରିସରର ସମସ୍ତ ଆବର୍ଜନାକୁ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିକଟରେ ଗଦା କରାଯାଏ। ପରେ ସେଠାରୁ ଉଠାଇ ନିଆଯାଏ। ହେଲେ ଏବେ ତାହାକୁ ଉଠାଯାଇ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ପ୍ରତିଦିନ ମେଡିକାଲ ପରିସର ଆବର୍ଜନାମୁକ୍ତ ରଖିବା ପାଇଁ ନିର୍ଦ୍ଦେଶ ଥିବାବେଳେ ତାହାକୁ କାର୍ଯ୍ୟକାରୀ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆବର୍ଜନା ଜମି ରହିବାରୁ ଡେଙ୍ଗୁ ଆଶଙ୍କା ବୃଦ୍ଧି ପାଇଛି। ଗତ ୪ ଦିନ ମଧ୍ୟରେ ଏସ୍ସିବି ମେଡିକାଲ ପରିସରରୁ ୪ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ଜଣେ ବରିଷ୍ଠ ପ୍ରଫେସର ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡେଙ୍ଗୁ ଓ୍ବାର୍ଡେରେ ଭର୍ତ୍ତି ହୋଇଛନ୍ତି।
ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଅରିଲୋ ଅଞ୍ଚଳର ଡଲୁ ରାଉତ କହିଛନ୍ତି, ମେଡିକାଲରୁ ଡେଙ୍ଗୁରୋଗୀ ଚିହ୍ନଟ ହେବା ମନରେ ଭୟ ସୃଷ୍ଟି କରିଛି। ମେଡିକାଲ କର୍ତ୍ତୃପକ୍ଷ ସଫେଇ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେହିପରି ଜଗତ୍ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ସୁନାଧର ମଲ୍ଲିକ କହିଛନ୍ତି, ବର୍ଷା ଯୋଗୁ ମେଡିକାଲ ପରିସରରେ ପାଣି ଜମି ରହୁଛି। ଏଥିସହ ଆବର୍ଜନା ସଫା କରା ନ ଯିବାରୁ ଡେଙ୍ଗୁ ଭୟ ଲାଗିରହୁଛି। ଅପରପକ୍ଷରେ ମେଡିକାଲର ଜଣେ ଅଧିକାରୀ କହିଛନ୍ତି, ମେଡିକାଲ ପରିସର ସଫେଇ ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ୪ଟି ଶିଫ୍ଟରେ ପ୍ରାୟ ୬୦୦ କର୍ମଚାରୀ ସଫେଇ କରିଥାନ୍ତି। ମେଡିକାଲର ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ମେଡିକାଲରୁ ଆବର୍ଜନା ସଫେଇ ପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଠିକ୍ ଭାବେ ସଫେଇ କରିବା ପାଇଁ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଅବଗତ କରାଯିବ।
The post ଏସ୍ସିବିରେ ଜମିରହୁଛି ଆବର୍ଜନା appeared first on Dharitri Odia News.