ରାଖୀ ପୂର୍ଣ୍ଣିମାରେ ଅଘଟଣ: ଚା’ ଦୋକାନରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଖଲ୍ଲିକୋଟ,୧୯।୮(ପ୍ରଶାନ୍ତ କୁମାର ମିଶ୍ର): ରାକ୍ଷୀ ପୂର୍ଣ୍ଣିମାରେ ଏକ ଅଘଟଣ ଘଟିଛି। ଏକ ଚା’ ଦୋକାନରୁ ପୋଲିସ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ୱର କଳାଝର ନଦୀ ନିକଟରେ ଥିବା ମା ନାରାୟଣୀ ଚା’ ଦୋକାନରୁ ସୋମବାର ପୋଲିସ ସ୍ବାମୀ, ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଦମ୍ପତି ହେଲେ […] The post ରାଖୀ ପୂର୍ଣ୍ଣିମାରେ ଅଘଟଣ: ଚା’ ଦୋକାନରୁ ମିଳିଲା ଦମ୍ପତିଙ୍କ ମୃତଦେହ appeared first on Dharitri Odia News.

ରାଖୀ ପୂର୍ଣ୍ଣିମାରେ ଅଘଟଣ: ଚା’ ଦୋକାନରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଖଲ୍ଲିକୋଟ,୧୯।୮(ପ୍ରଶାନ୍ତ କୁମାର ମିଶ୍ର): ରାକ୍ଷୀ ପୂର୍ଣ୍ଣିମାରେ ଏକ ଅଘଟଣ ଘଟିଛି। ଏକ ଚା’ ଦୋକାନରୁ ପୋଲିସ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ୱର କଳାଝର ନଦୀ ନିକଟରେ ଥିବା ମା ନାରାୟଣୀ ଚା’ ଦୋକାନରୁ ସୋମବାର ପୋଲିସ ସ୍ବାମୀ, ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଦମ୍ପତି ହେଲେ ଲଙ୍ଗଳେଶ୍ବର ଗ୍ରାମର ଦଲୀପ ଦଳେଇ ଏବଂ ତାଙ୍କ ସ୍ତ୍ରୀ ରଶ୍ମିତା ଦଳେଇ।

ଖବର ପାଇ ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଦମ୍ପତିଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଏପରି କି ପୋଲିସ ଚା’ଦୋକାନରୁ ଏକ ସୁଇସାଇଟ ନୋଟ୍‌ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଦୁହେଁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ହେଲେ ଦିଲୀପ ଏବଂ ରଶ୍ମିତାଙ୍କ ପରିବାର ଲୋକେ ଏହା ଏକ ଯୋଜନା ମୁତାବକ, ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ ଦମ୍ପତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନ ଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି।

The post ରାଖୀ ପୂର୍ଣ୍ଣିମାରେ ଅଘଟଣ: ଚା’ ଦୋକାନରୁ ମିଳିଲା ଦମ୍ପତିଙ୍କ ମୃତଦେହ appeared first on Dharitri Odia News.