ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୪ଜଣଙ୍କୁ ଜାମିନ

ଯାଜପୁର ଟାଉନ,୪।୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାରେ ମଙ୍ଗଳବାର ୧୪ଜଣଙ୍କ ଜାମିନ ମଞ୍ଜୁର ହୋଇଛି। ଏହି ଘଟଣାରେ ଯାଜପୁର ପୋଲିସ ୧୪ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲା। ଗତ ନଭେମ୍ବର ୨୦ ସନ୍ଧ୍ୟାରେ ବିରଜା ପ୍ରକଳ୍ପ ସପକ୍ଷବାଦୀଙ୍କ ପକ୍ଷରୁ ସ୍ଥାନୀୟ ବୁଢ଼ାଘାଟଠାରେ ରାସ୍ତାରୋକୋ କରାଯାଇଥିଲା। ଏହି ସମୟରେ ଉକ୍ତ ରାସ୍ତାଦେଇ ବିଧାୟକ ଯାଜପୁର ଆସୁଥିବାବେଳେ ତାଙ୍କୁ ଆକ୍ରମଣ କରାଯିବା ସହ ତାଙ୍କ ସୁନା ଚେନ୍‌ ଛିଣ୍ଡାଇ ନିଆଯାଇଥିଲା। […] The post ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୪ଜଣଙ୍କୁ ଜାମିନ appeared first on Dharitri Odia News.

ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୪ଜଣଙ୍କୁ ଜାମିନ

ଯାଜପୁର ଟାଉନ,୪।୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାରେ ମଙ୍ଗଳବାର ୧୪ଜଣଙ୍କ ଜାମିନ ମଞ୍ଜୁର ହୋଇଛି। ଏହି ଘଟଣାରେ ଯାଜପୁର ପୋଲିସ ୧୪ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲା। ଗତ ନଭେମ୍ବର ୨୦ ସନ୍ଧ୍ୟାରେ ବିରଜା ପ୍ରକଳ୍ପ ସପକ୍ଷବାଦୀଙ୍କ ପକ୍ଷରୁ ସ୍ଥାନୀୟ ବୁଢ଼ାଘାଟଠାରେ ରାସ୍ତାରୋକୋ କରାଯାଇଥିଲା। ଏହି ସମୟରେ ଉକ୍ତ ରାସ୍ତାଦେଇ ବିଧାୟକ ଯାଜପୁର ଆସୁଥିବାବେଳେ ତାଙ୍କୁ ଆକ୍ରମଣ କରାଯିବା ସହ ତାଙ୍କ ସୁନା ଚେନ୍‌ ଛିଣ୍ଡାଇ ନିଆଯାଇଥିଲା। ଏଥିସହିତ ତାଙ୍କ ଅଙ୍ଗରକ୍ଷୀ (ପିଏସ୍‌ଓ) ଶକ୍ତିପ୍ରସାଦ ରାଉତଙ୍କୁ ମାଡ଼ମାରିଥିବା ନେଇ ସେ ଯାଜପୁରସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୩୩୦/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଯାଜପୁର ଏସ୍‌ଡିଜେଏମଙ୍କ ନିକଟରେ ଜାମିନ ଦରଖାସ୍ତ ନାମଞ୍ଜୁର ହେବା ପରେ ଜିଲା ଦୌରାଜଜ୍‌ଙ୍କ ନିକଟରେ ଜାମିନ ଆବେଦନ କରାଯାଇଥିଲା। ଜିଲା ଦୌରାଜଜ୍‌ଙ୍କ ନିକଟରେ ଜାମିନ ଆବେଦନର ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ବତନ୍ତ୍ର ପିପି ଜାମିନ ଦରଖାସ୍ତ ଆଗ୍ରାହ୍ୟ ପାଇଁ ଯୁକ୍ତି ଉପସ୍ଥାପନ କରିବା ସହ ଆବଶ୍ୟକ କେସ୍‌ଡାଏରୀ ଦାଖଲ କରିଥିଲେ। ସେହିପରି ଅଭିଯୁକ୍ତମାନଙ୍କ ପକ୍ଷରୁ ଆଇନଜୀବୀ ପ୍ରବୀର ରାୟ ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ପୂର୍ବରୁ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଯାଜପୁରସଦର ଥାନା କେଶ ନଂ. ୩୩୪/୨୪ ଓ ୩୩୫/୨୪ ରହିଥିବାରୁ ଜାମିନ ମିଳିଥିଲେ ମଧ୍ୟ ସେମାନେ ଜେଲରେ ରହିବେ ବୋଲି ଜଣାପଡ଼ିଛି।

The post ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୪ଜଣଙ୍କୁ ଜାମିନ appeared first on Dharitri Odia News.