ଜଗନ୍ନାଥ ବନ୍ଧାହେବା ପରେ ଧର୍ମେନ୍ଦ୍ରଙ୍କ ବହି ବନ୍ଦ: ଜାଣନ୍ତୁ କ’ଣ ଥିଲା ଭିତିରି ଖେଳ

ଭୁବନେଶ୍ୱର,୫ା୭(ସୁନିତ୍‌ ମିଶ୍ର):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ଭାଜପା ନେତା ଜଗନ୍ନାଥ ପ୍ରଧାନ ଶେଷରେ ନିଜର ଆଣ୍ଟ ଭାଙ୍ଗି ଡିସିପି ଅଫିସ୍‌ରେ ଆତ୍ମସମର୍ପଣ କଲେ ଏବଂ ଗିରଫ ହେଲେ। କଥା ଏପରି ଯେ ନିର୍ଦ୍ଦିଷ୍ଟ ଏକ ଘଟଣାରେ ଜଗନ୍ନାଥ ଓଏଏସ୍‌ ଅଫିସର ରତ୍ନାକର ସାହୁଙ୍କୁ ଫୋନ୍‌କରି ନିଜର ପତିଆରା ଦେଖାଇଥିଲେ। ହେଲେ ଉକ୍ତ ଅଧିକାରୀ ଜଣକ ଜାଣିଥିଲେ ଜଗନ୍ନାଥ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […] The post ଜଗନ୍ନାଥ ବନ୍ଧାହେବା ପରେ ଧର୍ମେନ୍ଦ୍ରଙ୍କ ବହି ବନ୍ଦ: ଜାଣନ୍ତୁ କ’ଣ ଥିଲା ଭିତିରି ଖେଳ appeared first on Dharitri Odia News.

ଜଗନ୍ନାଥ ବନ୍ଧାହେବା ପରେ ଧର୍ମେନ୍ଦ୍ରଙ୍କ ବହି ବନ୍ଦ: ଜାଣନ୍ତୁ କ’ଣ ଥିଲା ଭିତିରି ଖେଳ

ଭୁବନେଶ୍ୱର,୫ା୭(ସୁନିତ୍‌ ମିଶ୍ର):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ଭାଜପା ନେତା ଜଗନ୍ନାଥ ପ୍ରଧାନ ଶେଷରେ ନିଜର ଆଣ୍ଟ ଭାଙ୍ଗି ଡିସିପି ଅଫିସ୍‌ରେ ଆତ୍ମସମର୍ପଣ କଲେ ଏବଂ ଗିରଫ ହେଲେ। କଥା ଏପରି ଯେ ନିର୍ଦ୍ଦିଷ୍ଟ ଏକ ଘଟଣାରେ ଜଗନ୍ନାଥ ଓଏଏସ୍‌ ଅଫିସର ରତ୍ନାକର ସାହୁଙ୍କୁ ଫୋନ୍‌କରି ନିଜର ପତିଆରା ଦେଖାଇଥିଲେ। ହେଲେ ଉକ୍ତ ଅଧିକାରୀ ଜଣକ ଜାଣିଥିଲେ ଜଗନ୍ନାଥ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ। ସେଥିଲାଗି ଜଗନ୍ନାଥଙ୍କ କଥାକୁ ସେ ସେତେଟା ଗୁରୁତ୍ୱ ଦେଇ ନ ଥିଲେ ଏବଂ ତାଙ୍କ କଥା କାହିଁକି ଶୁଣିବେ ବୋଲି ପରୋକ୍ଷରେ ପ୍ରଶ୍ନ ମଧ୍ୟ କରିଥିଲେ। ଏତିକି କଥାରେ ଜଗନ୍ନାଥ ଜଣେ ଅଫିସରଙ୍କ ପାଖରେ ନିଜର ଗୁରୁତ୍ୱ ଅନୁଭବ କରି ନ ପାରି ଅପଦସ୍ଥ ହେବାପରେ ତାଙ୍କ ସମର୍ଥକଙ୍କ ଜରିଆରେ ଉକ୍ତ ଅଧିକାରୀଙ୍କ ଉପରେ ପରୋକ୍ଷରେ ଆକ୍ରମଣ କରାଇଦେଲେ। ଏହାପରେ ଏହି ଘଟଣାରେ ମାଡ଼ ମାରିଥିବା ବ୍ୟକ୍ତିମାନେ ତାଙ୍କ ପରିବାରର ବୋଲି କହି ସେମାନଙ୍କ ସପକ୍ଷରେ ଯୁକ୍ତି ମଧ୍ୟ ବାଢ଼ିଥିଲେ। ଅନ୍ୟପଟେ ସାମାଜିକ ଗଣମାଧ୍ୟମ ଜରିଆରେ ଧର୍ମେନ୍ଦ୍ରଙ୍କ ତୁଳନୀୟ ନେତା ଭାଜପାରେ କେହି ନାହାନ୍ତି ବୋଲି ଜଗନ୍ନାଥ କହିଥିଲେ। ସେ ଭାବିଥିଲେ ଏହି କଥା କହିଦେଲେ ଓଏଏସ୍‌ ସଂଘ ବୋଧହୁଏ ତାଙ୍କ ବିରୋଧରେ ଆଉ ଗିରଫ କରିବାକୁ ଦାବି କରିବନାହିଁ। ଏପରି କି ଦଳୀୟ କାର୍ଯ୍ୟାଳୟରୁ ଜଗନ୍ନାଥଙ୍କୁ ଡକରା ଆସିଥିଲା। ସେଦିନ ଜଗନ୍ନାଥଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ଧର୍ମେନ୍ଦ୍ରଙ୍କ ବଳ ଦେଖାଇ ଜଗନ୍ନାଥ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଦେଇ ସେଠାରୁ ଚାଲିଆସିଲେ। ଦଳରେ ଥିବା ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀ ଓଏଏସ୍‌ ସଂଘକୁ ଆନ୍ଦୋଳନକୁ ପ୍ରତ୍ୟାହାର ନ କରି ସେମିତି ଜାରି ରଖିବାକୁ ପରୋକ୍ଷରେ ସୂଚନା ଦେଇଦେଲେ। ଏହାପରେ ଆନ୍ଦୋଳନ ବି ବନ୍ଦ ହେଲାନାହିଁ। ଏହାକୁ ଦେଖି ଧର୍ମେନ୍ଦ୍ର ଗଣମାଧ୍ୟମ ଆଗରେ ଯିଏ ଦୋଷ କରିବ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହି ପ୍ରସଙ୍ଗରୁ ନିଜକୁ ଖସାଇବାକୁ ଚେଷ୍ଟା କଲେ ବୋଲି ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ଶୁଣି ଦଳ ଏବଂ ସରକାର ପାଇଁ ଯାହା ଭଲ ହେବ ତାହା କରିବେ କହି ଜଗନ୍ନାଥ ଗତ ୩ ଦିନ ଧରି ଯେଉଁ ଆଣ୍ଟ ଦେଖାଉଥିଲେ ତାକୁ ଛାଡି ପୋଲିସ ପାଖରେ ଆତ୍ମସମର୍ପଣକରି ଗିରଫ ହେଲେ। ଧର୍ମେନ୍ଦ୍ରଙ୍କ ବହି ବନ୍ଦ ହେଲା ବୋଲି ରାଜ୍ୟ ଭାଜପାରେ ଥିବା ତାଙ୍କ ବିରୋଧୀ ଗୋଷ୍ଠୀ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଲା।

The post ଜଗନ୍ନାଥ ବନ୍ଧାହେବା ପରେ ଧର୍ମେନ୍ଦ୍ରଙ୍କ ବହି ବନ୍ଦ: ଜାଣନ୍ତୁ କ’ଣ ଥିଲା ଭିତିରି ଖେଳ appeared first on Dharitri Odia News.